ETV Bharat / state

ଲକଡାଉନ ସତ୍ତ୍ବେ ପୋଲିସର ମାଡ ଖାଇ ପଞ୍ଜିକରଣ ପାଇଁ ଦୌଡୁଛି ରବି ଚାଷୀ - farmers beaten by the police

ସାରା ବିଶ୍ବରେ ତାଣ୍ଡବ ମଚାଇଥିବା ମହାମାରୀ କୋରୋନାକୁ ନିପାତ କରିବା ପାଇଁ ସମଗ୍ର ଭାରତରେ ୨୧ ଦିନର ଲକଡ଼ାଉନ କରାଯାଇଛି । କିନ୍ତୁ ବରଗଡ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ରବି ଋତୁ ଚାଷୀଙ୍କ ପଞ୍ଜୀକରଣ କରାଯାଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ...

Rabi farmers are running for registration after beaten by the police
ଲକଡାଉନ ସତ୍ତ୍ବେ ପୋଲିସର ମାଡ ଖାଇ ପଞ୍ଜିକରଣ ପାଇଁ ଦୌଡୁଛି ରବି ଚାଷୀ
author img

By

Published : Mar 26, 2020, 11:31 PM IST

ବରଗଡ: ସାରା ବିଶ୍ବରେ ତାଣ୍ଡବ ମଚାଇଥିବା ମହାମାରୀ କୋରୋନାକୁ ନିପାତ କରିବା ପାଇଁ ସମଗ୍ର ଭାରତରେ ୨୧ ଦିନର ଲକଡ଼ାଉନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶା ସରକାର ମଧ୍ୟ ରାଜ୍ୟରେ ଲକଡାଉନକୁ କଡାକଡି କରିବା ସହ ସମସ୍ତ ଦୋକାନ ବଜାର, ଯାନବାହାନ ଚଳାଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରିଛନ୍ତି । କିନ୍ତୁ ବରଗଡ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ରବି ଋତୁ ଚାଷୀଙ୍କ ପଞ୍ଜୀକରଣ କରାଯାଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ଲକଡାଉନ ସତ୍ତ୍ବେ ପୋଲିସର ମାଡ ଖାଇ ପଞ୍ଜିକରଣ ପାଇଁ ଦୌଡୁଛି ରବି ଚାଷୀ

ବରଗଡ ଜିଲ୍ଲାର ୧୨ଗୋଟି ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରାଯାଇଥିବା ବେଳେ ଲୋକେ ରାସ୍ତାକୁ ବାହାରିଲେ ପୋଲିସର ଲାଠି ଖାଉଛନ୍ତି । ମାତ୍ର ବରଗଡର ଚାଷୀ ପୋଲିସର ଲାଠିମାଡ ଖାଇ ରବି ଋତୁ ଚାଷର ପଞ୍ଜୀକରଣ କରିବାକୁ ଯାଉଛନ୍ତି । କୋରୋନା ପାଇଁ ଲୋକଙ୍କ ଗହଳି କରାନଯିବାକୁ ନିର୍ଦ୍ଦେଶ ଥିବା ବେଳେ ବରଗଡ ଜିଲ୍ଲା ପ୍ରଶାସନର ଏପ୍ରକାରର ଅବହେଳା ବରଗଡବାସୀଙ୍କ ପାଇଁ କାଳ ସାବ୍ୟସ୍ତ ହେବା ନେଇ ସନ୍ଦେହ କରାଯାଉଛି ।

ସେପଟେ ଲକଡାଉନର ଦୁଇ ଦିନ ମଧ୍ୟରେ ଜିଲ୍ଲାର ୫୦ଟି ସମବାୟ ସମିତି ମାନଙ୍କରେ ସମୁଦାୟ ୩୯୭୯ ଜଣ ଚାଷୀଙ୍କ ପଞ୍ଜୀକରଣ କରାଯାଇଛି । ସକାଳ ହେଲେ ଚାଷୀ ମାନଙ୍କ ଭିଡ ଲାଗି ରହୁଛି ସମବାୟ ସମିତି ସମ୍ମୁଖରେ । ଏଠି ପ୍ରଶ୍ନ ଉଠୁଛି ଚାଷୀଙ୍କ ନାମ ପଞ୍ଜୀକରଣ କଣ ଚାଷୀଙ୍କ ଜୀବନ ଠାରୁ ଅଧିକ ମୂଲ୍ୟବାନ ? କଣ ଏହି ପଞ୍ଜିକରଣର ସମୟ ସୀମା ବୃଦ୍ଧି କରାଯାଇପାରିବ ନାହିଁ । ଗୋଟେ ପଟେ ସରକାର ୨୧ ଦିନ ପାଇଁ ଲୋକଙ୍କୁ ଗୃହବନ୍ଦି ହୋଇ ରହିବାକୁ କଡାକଡି ନିୟମ କରିଥିବା ବେଳେ ଅନ୍ୟପଟେ ଚାଷୀଙ୍କୁ ନାମ ପଞ୍ଜୀକରଣ କରାଇବା ପାଇଁ କୁହାଯାଉଛି । ତେବେ ବରଗଡର ଏମିତି ସ୍ଥିତି ସରକାରଙ୍କ ଲକଡାଉନକୁ କେତେ ଦୂର ସଫଳ କରିବା ତାହା ଏବେ ପ୍ରଶ୍ନଚିହ୍ନ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.