ETV Bharat / state

ବରଗଡରେ ନୂଆ କୃଷି ଆଇନକୁ ବିରୋଧ କରି ବିକ୍ଷୋଭ

author img

By

Published : Dec 5, 2020, 5:56 PM IST

Updated : Dec 5, 2020, 6:10 PM IST

ନୂଆ କୃଷି ଆଇନକୁ ବିରୋଧ କରି ବରଗଡରେ ଚାଷୀଙ୍କ ପକ୍ଷରୁ ଆନ୍ଦୋଳନ । ଅଧିକ ପଢନ୍ତୁ...

ବରଗଡରେ ନୂଆ କୃଷି ଆଇନକୁ ବିରୋଧ କରି ବିକ୍ଷୋଭ
protest in baragarh for opposition to the new agricultural law

ବରଗଡ: ରାଜରାସ୍ତାରେ ଗର୍ଜିଲେ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀ । ନୂତନ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ବରଗଡ ଜିଲ୍ଲାର ଚାଷୀମାନେ ମଧ୍ୟ ଏହି ନୂତନ ନିୟମ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିସହ ଚଳିତ ଖରିଫ ଫସଲର ଟୋକନକୁ ନେଇ ଧାନ କିଣାବିକାର ଅବ୍ୟବସ୍ଥା ବିରୋଧରେ ଅତାବିରା ଧାନମଣ୍ଡି ସମ୍ମୁଖରେ ଥିବା ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ ।

ବରଗଡରେ ନୂଆ କୃଷି ଆଇନକୁ ବିରୋଧ କରି ବିକ୍ଷୋଭ

ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ସମେତ ଜୟ କିସାନ ଆନ୍ଦୋଳନର କର୍ମୀ ଓ ଶତାଧିକ ଚାଷୀ ଆଜି(ଶନିବାର) ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନ କାରଣରୁ ବରଗଡ ଓ ସମ୍ବଲପୁର ରାସ୍ତାରେ ଯାତାୟାତ ଦୀର୍ଘ ସମଧରି ବନ୍ଦ ରହିଛି | ଯେ ପର୍ଯ୍ୟନ୍ତ ଏହି ସମସ୍ୟା ର ସମାଧାନ ହୋଇନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ |

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

Last Updated : Dec 5, 2020, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.