ETV Bharat / state

ମମିତା ମେହେର ଓ ଗୋବିନ୍ଦ କୁମ୍ଭାରଙ୍କୁ ନ୍ୟାୟ ଦାବିରେ ତେଜିଲା ଆନ୍ଦୋଳନ

author img

By

Published : Nov 17, 2021, 5:53 PM IST

ମମିତା ମେହେର ହତ୍ୟାକାଣ୍ଡ ଓ ଗୋବିନ୍ଦ କୁମ୍ଭାରଙ୍କୁ ନ୍ୟାୟ ପ୍ରଦାନ ଦାବି ବରଗଡ ଏସପି ଓ ଜିଲ୍ଲାପାଳ ଅଫିସ ଘେରିଲେ ଆନ୍ଦୋଳନକାରୀ। ଅଧିକ ପଢନ୍ତୁ

Protest for justice of mamita meher and govind kumbhar in bargarh
ମମିତା ମେହେର ଓ ଗୋବିନ୍ଦ କୁମ୍ଭାରଙ୍କୁ ନ୍ୟାୟ ଦାବିରେ ତେଜିଲା ଆନ୍ଦୋଳନ

ବରଗଡ: ଭୀମ ଆର୍ମିର ବିଶାଳ ରାଲି । ମମିତା ମେହେର ହତ୍ୟାକାଣ୍ଡ ଓ ଗୋବିନ୍ଦ କୁମ୍ଭାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ତେଜିଲା ଆନ୍ଦୋଳନ। ବରଗଡ ଏସପି ଓ ଜିଲ୍ଲାପାଳ ଅଫିସ ଘେରିଲେ ଆନ୍ଦୋଳନକାରୀ । ଓଡ଼ିଶାରେ ବଢୁଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବୁଧବାର ବରଗଡରେ ବିରାଟ ଗଣ ବିକ୍ଷୋଭ ଓ ରାଲି ପ୍ରଦର୍ଶନ କରିଛି ଭୀମ ଆର୍ମି । ଶହ ଶହ ମହିଳା ଓ ପୁରୁଷ ଏହି ରାଲିରେ ସାମିଲ ହୋଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ନାରାବାଜି କରିବା ସହ ଆନ୍ଦୋଳନ କରିଛନ୍ତି । ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣାରେ ଦୋଷୀ ପୋଲିସ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସେମାନଙ୍କୁ ବହିଷ୍କାର ଦାବି କରିଛି ଭାରତ ଏକତା ମିଶନ ଓଡିଶା ।

ମମିତା ମେହେର୍ ହତ୍ୟାକାଣ୍ଡରେ ସାମିଲ ଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମଧ୍ୟ ବହିଷ୍କାର ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଭୀମ ଆର୍ମି ଓଡିଶା । ତେବେ ଆଜିର ଏହି ବିରାଟ ରାଲିରେ ହଜାର ହଜାର ମହିଳା ଓ ପୁରୁଷ ଯୋଗଦାନ ଦେଇଥିବା ବେଳେ ବରଗଡ଼ ଏସପି ଅଫିସ ସମ୍ମୁଖରେ ବରଗଡ଼ ଏସପି ଅଫିସରେ ନାରାବାଜି କରିବା ସହିତ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଦୀର୍ଘ ସମୟ ଧରି ଏସପି ଅଫିସରେ ଆନ୍ଦୋଳନ କରିବା ପରେ ବରଗଡ ଜିଲ୍ଲାପାଳ ଅଫିସକୁ ଘେରିଥିଲେ ଆନ୍ଦୋଳନକାରୀ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.