ETV Bharat / state

ବନ୍ଦେ ଉତ୍କଳ ଜନନୀ ଗୀତକୁ ନେଇ ବଢିଚାଲିଛି ବିରୋଧ ପ୍ରଦର୍ଶନ - ଉତ୍କଳ ଜନନୀ ଗୀତାକୁ ନେଇ ବଢିଚାଲିଛି ବିରୋଧ ପ୍ରଦର୍ଶନ

ବନ୍ଦେ ଉତ୍କଳ ଜନନୀ ଗୀତକୁ ନେଇ ବଢିଚାଲିଛି ବିରୋଧ ପ୍ରଦର୍ଶନ । ରାଜ୍ୟ ଗୀତ ମାନ୍ୟତା ଦିଆଯିବା ପରେ ବଢୁଛି ବିବାଦ । ଅଧିକ ପଢନ୍ତୁ...

protest against utkal janani song
ଉତ୍କଳ ଜନନୀ ଗୀତାକୁ ନେଇ ବଢିଚାଲିଛି ବିରୋଧ ପ୍ରଦର୍ଶନ
author img

By

Published : Jun 9, 2020, 8:56 PM IST

Updated : Jun 10, 2020, 1:36 AM IST

ବରଗଡ: ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ଗୀତ ମାନ୍ୟତା ଦିଆଯିବାକୁ ବରଗଡ ଜିଲ୍ଲାରେ ଲଗାତାର ବିରୋଧ ପ୍ରଦର୍ଶନ ଲାଗିରହିଛି । ସୋମବାର ବରଗଡ ଜିଲ୍ଲାର ଗୋଡଭାଗା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମଙ୍ଗଳବାର ବରଗଡ ସହରର ଗାନ୍ଧୀ ଛକରେ କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ମାନ୍ୟତା ଦେଲେ ମଧ୍ୟ କୋଶଳାଞ୍ଚଳ ବାସୀ ଏହାକୁ ଗ୍ରହଣ କରିବେ ନାହି ବୋଲି କହିଛନ୍ତି ଆନ୍ଦୋଳନକାରୀ ।

୧୯୩୬ ମସିହାରେ କଳିଙ୍ଗ କୋଶଳ ଏବଂ ଉତ୍କଳର ୩ ଟି ଭୂଖଣ୍ଡକୁ ନେଇ ଓଡ଼ିଶା ଗଠନ ହେଇଥିଲା । କିନ୍ତୁ କେବଳ ଗୋଟେ ଉତ୍କଳ ଅଞ୍ଚଳର ଜୟ ଗାନ କରାଯାଇଥିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ଗୀତ ମାନ୍ୟତା ଦିଆଯିବାକୁ ବିରୋଧ କରିଛନ୍ତି କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ । ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ଗୀତର ମାନ୍ୟତା ଦିଆଯିବା ଅସାମ୍ଭିଧାନିକ୍ ଓ ରାଜ୍ୟବାସୀଙ୍କୁ ଏହା ବାଧ୍ୟ କରି ପାରିବେ ନାହିଁ ସରକାର ବୋଲି କହିଛନ୍ତି ବିରୋଧ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

Last Updated : Jun 10, 2020, 1:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.