ETV Bharat / state

ଚଳିତ ଖରିଫ ଫସଲ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ - Preparatory meeting of the district administration

ଚଳିତ 2020 ଖରିଫ ଫସଲ ପାଇଁ କୃଷି କୌଶଳ ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଖରିଫ ରତୁରେ ବରଗଡ ଜିଲ୍ଲାରେ ୩.୪୮ଲକ୍ଷ ଜମିରେ ଚାଷ କରାଯିବ।

ଚଳିତ ଖରିଫ ଫସଲ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
current kharif crop
author img

By

Published : May 22, 2020, 11:20 AM IST

ବରଗଡ: ଚଳିତ 2020 ଖରିଫ ଫସଲ ପାଇଁ କୃଷି କୌଶଳ ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଖରିଫ ରତୁରେ ବରଗଡ ଜିଲ୍ଲାରେ ୩.୪୮ଲକ୍ଷ ଜମିରେ ଚାଷ କରାଯିବ। ଏନେଇ ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ସମ୍ମିଳନୀ କକ୍ଷରେ ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ଖରିଫ ଚାଷ ଉପରେ ଆଲୋଚନା ହେବା ସହିତ ବିଭିନ୍ନ ପ୍ରସ୍ତାବ ନିଆଯାଇଥିଲା। ଖରିଫ୍‌-୨୦୨୦ରେ ୨ଲକ୍ଷ ୪୭ହଜାର ୨୬୮ ହେକ୍ଟର ଜମିରେ ଧାନଚାଷ, ୩୬ହଜାର ୨୬୫ ହେକ୍ଟର ଜମିରେ ଡାଲିଜାତୀୟ ଫସଲ, ୧୪ହଜାର ୨୧୨ ହେକ୍ଟର ଜମିରେ ତୈଳବୀଜ ଚାଷ ହେବ।

ଏହାସହ ୩୯ହଜାର ୧୨୮ ହେକ୍ଟର ଜମିରେ ପନିପରିବା ସମେତ ମୋଟ୍‌ ୩ଲକ୍ଷ ୪୮ହଜାର ୭୪୭ ହେକ୍ଟର ଜମିରେ ଖରିଫ୍‌ ଚାଷ ହେବାକୁଥିବା ବେଳେ ୫୩୮୮ ହେକ୍ଟର ଜମିରେ ଧାନ ବଦଳରେ ଅଣଧାନ ଫସଲ ଅର୍ଥାତ୍‌ ଚିନାବାଦାମ, ମକା, ମାଣ୍ଡିଆ, ମୁଗ ଆଦି ଫସଲ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।

ଏହାଦ୍ୱାରା ଚାଷୀମାନେ ଅଣଧାନ ଫସଲରେ ଅଭାବିବିକ୍ରୀର ସମ୍ମୁଖୀନ ହେବେ ନାହିଁ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଗାନ୍ଧୀ ସୂଚନା ଦେଇଥିଲେ । ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଇବା ଲକ୍ଷ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ସେବା ସମବାୟ ସମିତି ଏବଂ ୨୩ଟି ପ୍ରାଇଭେଟ୍‌ ଡିଲର ମାଧ୍ୟମରେ ୪୫୫୨ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।

ମୋଟ୍‌ ୧୬ହଜାର କୁଇଣ୍ଟାଲ ପ୍ରାମାଣିକ ବିହନ ଯୋଗାଇବାର ଲକ୍ଷ୍ୟ ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୨୩ହଜାର ୪୦୦ ମେଟ୍ରିକ ଟନ୍‌ ୟୁରିଆ ସମେତ ମୋଟ୍‌ ୭୦ହଜାର ୫୩୦ ମେଟ୍ରିକ ଟନ୍‌ ବିଭିନ୍ନ ସାର ଯୋଗାଇବାର ଲକ୍ଷ୍ୟ ରହିଛି ବୋଲି ସୂଚନା ଦିଆଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.