ETV Bharat / state

ସାପକାମୁଡାରେ ଚାଷୀ ମୃତ, ସହାୟତା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବି - ବାରଙ୍ଗପାଲିରେ ସାପ କାମୁଡାରେ ମୃତ୍ୟୁ

ବରପାଲି ବ୍ଲକ ବାରଙ୍ଗପାଲିରେ ସାପ କାମୁଡାରେ ଜଣେ ଯୁବ ଚାଷୀ ମଧୁ ପଧାନଙ୍କ ମୃତ୍ୟୁ । ମଧୁଙ୍କ ପାରିବାରିକ ସ୍ଥିତି ଭଲ ନ ଥିବାବେଳେ ସେ ଏକା ଘରର ମୁରବି ଭାବରେ ପରିବାରର ଭରଣ ପୋଷଣ କରୁଥିଲେ । ତେବେ ଗ୍ରାମବାସୀ ମଧୁଙ୍କ ପରିବାରକୁ ସରାକାରୀ ସହାୟତା ପ୍ରଦାନ କରାଯିବାକୁ ଦାବି କରିଛନ୍ତି |

Poor farmer lost his life in snake bite at bargarh

author img

By

Published : Jul 16, 2020, 11:11 AM IST

ବରଗଡ: ବରପାଲି ବ୍ଲକ ବାରଙ୍ଗପାଲିରେ ସାପ କାମୁଡାରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ | ଜମିର ହିଡ ସଫେଇ ପାଇଁ ନିଜ ବିଲକୁ ଯାଇଥିବା ସମୟରେ ସାପ କାମୁଡିଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ମଧୁ ପଧାନ ।

ସୂଚନାଅନୁଯାୟୀ, ବୁଧବାର ପୂର୍ବାହ୍ନରେ ମଧୁ ନିଜ ଜମିର ପହ୍ଲାଘାରି ହିଡ ସଫେଇ ପାଇଁ ଯାଇଥିଲେ । ଆଡ଼ି ସଫାକାର୍ଯ୍ୟ ସାରି ନିକଟସ୍ଥ ଧାନଖଳାକୁ କୋଡି ତଥା ଅନ୍ୟ ସାମଗ୍ରୀମାନ ରଖିବାକୁ ଆସୁଥିଲେ । ଅନାବନା ବାଟଦେଇ ଆସୁଥିବାବେଳେ ଅଚାନକ ପଛପଟରୁ ଏକ ନାଗସାପ ତାଙ୍କର ବାଁ ଗୋଡରେ ଆଘାତ ଦେଇଥିଲା । ପରେ ମଧୁ ଘରକୁ ଫେରିବା ସହିତ ସମ୍ପର୍କୀୟଙ୍କୁ ସାପକାମୁଡ଼ା ସମ୍ବନ୍ଧରେ କହିବା ସହିତ ତାଙ୍କ ଆହାତ ଗୋଡ଼କୁ ଏକ ଗାମୁଛାରେ ବାନ୍ଧି ଦେଇଥିଲେ ।

ସାପକାମୁଡାରେ ଗରିବ ଚାଷୀଙ୍କ ଚାଲିଗଲା ଜୀବନ, ସହାୟତା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବି

ପରେ ବନ୍ଧୁବାନ୍ଧବଙ୍କ ସହାୟତାରେ ସ୍ଥାନୀୟ ଡ଼ାକ୍ତରଖାନାକୁ ଅଣାଯିବା ସହିତ ଡ଼ାକ୍ତରଙ୍କ ଦ୍ବାରା ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଜଣାପଡ଼ିବାରୁ ଡ଼ାକ୍ତରଙ୍କ ପରାମର୍ଶରେ ବରଗଡ଼ ଖେଦାପାଲି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକଙ୍କ ସହାୟତାରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମୃତ ବୋଲି ପରିବାର ଲୋକଙ୍କୁ ଘୋଷଣା କରିଥିଲେ । ପରେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଲା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।

ମଧୁଙ୍କ ପାରିବାରିକ ସ୍ଥିତି ଭଲ ନ ଥିବାବେଳେ ସେ ଏକା ଘରର ମୁରବି ଭାବରେ ପରିବାରର ଭରଣ ପୋଷଣ କରୁଥିଲେ । ବର୍ତ୍ତମାନ ତାଙ୍କର ପତ୍ନୀ ଓ 2ଟି କୁନି ଝିଅଙ୍କ ସହ ବୁଢ଼ାବାପ ଟିଏ ତାଙ୍କରି ଭରସାରେ ରହୁଥିଲେ । ମଧୁ ନିଜ ଚାଷକାମ କରିବା ସହିତ ପଥର ଶ୍ରମିକ ଭାବରେ ମଧ୍ୟ ମଜୁରିଆ କାମ କରୁଥିଲେ । ତେବେ ଗ୍ରାମବାସୀ ମଧୁଙ୍କ ପରିବାରକୁ ସରାକାରୀ ସହାୟତା ପ୍ରଦାନ କରାଯିବାକୁ ଦାବି କରିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.