ETV Bharat / state

ଖୋଲିଲା ମୃତ୍ୟୁ ପଛର ଗୁମର, ମାଟିତଳୁ ଉଦ୍ଧାର ହେଲା କଙ୍କାଳ - ଖୋଲିଲା ମୃତ୍ୟୁ ପଛର ଗୁମର

ବରଗଡ ଆମ୍ବାମୁଣ୍ଡା ଗାଁର ଉଦେ ତାଣ୍ଡିଙ୍କ ମୃତ୍ୟୁ ପଛର ଗୁମର ଖୋଲିଛନ୍ତି ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jul 18, 2019, 11:05 PM IST

ବରଗଡ: ତିନି ମାସ ପରେ ଖୋଲିଲା ମୃତ୍ୟୁ ପଛର ଗୁମର । ବିଷ ପିଆଇ ହତ୍ୟା କରାଯାଇଥିବା ଘଟଣାରେ ମୁହଁ ଖୋଲିଛନ୍ତି ପରିବାର ଲୋକେ । ଆଉ ମାଟିତଳୁ ଉଦ୍ଧାର ହୋଇଛି କଙ୍କାଳ। ଏଭଳି ଘଟଣା ଘଟିଛି ବରଗଡ ଜିଲ୍ଲାରେ ।

ଗତ ଦୁଇବର୍ଷ ତଳେ ଆମ୍ବାମୁଣ୍ଡା ଗାଁର ଉଦେ ତାଣ୍ଡି ନିଜ ଜମିରେ କୋବି ଚାଷ କରିଥିଲେ। କେତେ ଜଣ ବ୍ୟକ୍ତି ଇର୍ଷାନିତ୍ୱ ହୋଇ ରାତିରେ ଉଦେ ତାଣ୍ଡିଙ୍କର କୋବି ଚାଷକୁ ସମ୍ପୂର୍ଣ ଭାବେ ଓପାଡି ନଷ୍ଟ କରିଦେଇଥିଲେ | ଏହି ଘଟଣାକୁ ନେଇ ଗାଁରେ ଏକ ବୈଠକ ବସିଥିଲା ଏବଂ ୮ ଜଣ ଦୋଷୀଙ୍କୁ ଚିହ୍ନଟ କରାଯାଇ ମେଳଛାମୁଣ୍ଡା ଥାନାରେ କେସ ରୁଜୁ କରାଯାଇଥିଲା | ପୋଲିସ ସମସ୍ତ ଦୋଷୀଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିଲା |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ କିଛି ଦିନ ପରେ ଅଭିଯୁକ୍ତ ଜେଲରୁ ମୁକୁଳି ପ୍ରତିଶୋଧ ପରାୟଣ ହୋଇ ଉଦେ ତାଣ୍ଡିଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ | ଉଦେ ତାଣ୍ଡି ଅସୁସ୍ଥ ଅବସ୍ଥାରେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଇଳା ତାଣ୍ଡିଙ୍କୁ ସମସ୍ତ କଥା ଜଣାଇଥିଲେ ଓ ସୁରେଶ୍ଵର ଠେଲା ତାଙ୍କୁ ବିଷ ପିଆଇଦେଇଥିବା କହିଥିଲେ | ଉଦେଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା |

ସ୍ତ୍ରୀ ଇଳା ଏହି ଘଟଣା ବିଷୟରେ ବାହାରେ ପ୍ରଘଟ କରିବାରୁ ଅଭିଯୁକ୍ତ ଆସି ମୃତ ଉଦେଙ୍କ ପରିବାରକୁ ଧମକ ଚମକ ଦେଇଥିଲେ । ଫଳରେ ପରିବାର ଲୋକେ ଡରିଯାଇ ଥାନାରେ କେସ କରିନଥିଲେ | କିନ୍ତୁ ପୁଣି ତିନି ମାସ ପରେ ସାହସ ଯୁଟାଇ ମୃତକ ଉଦେ ତାଣ୍ଡିଙ୍କ ପୁଅ ଜିତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିତ୍ତି କରି ପୋତା ଯାଇଥିବା ସ୍ଥାନକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଖୋଳି ଉଦେ ତାଣ୍ଡିଙ୍କ କଙ୍କାଳ ବାହାର କରାଯାଇଥିଲା । ଡିଏନଏ ଟେଷ୍ଟ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:||ବରଗଡ ||
ତିନି ମାସ ତଳେ ବିଶ ପିଆଇ ହତ୍ୟା କରାଯାଇଥିବା ଘଟଣାରେ ପରିବାର ଲୋକେ ମୁହଖୋଲିଛନ୍ତି ଏବଂ ମାଟିତଳୁ କଙ୍କାଳ ଉଦ୍ଧାର କରି ପୋଲିସର ଆରମ୍ଭ ହୋଇଯାଇଛି ତଦନ୍ତ | ଏପରି ଏକ ଘଟଣା ଘଟିଛି ବରଗଡ ଜିଲ୍ଲା ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଅମ୍ବାମୁଣ୍ଡା ଗ୍ରାମରେ |
Body:ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ତଳେ ଆମ୍ବାମୁଣ୍ଡା ଗ୍ରାମର ମୃତକ ଉଦେ ତାଣ୍ଡି ନିଜ ଜମିରେ କୋବି ଚାଷ କରିଥିଲେ କିନ୍ତୁ ସେହି ଗ୍ରାମର କେତେ ଜଣ ବ୍ୟକ୍ତି ଇର୍ଷାନ୍ମିତ ହୋଇ ରାତିରେ ଉଦେ ତାଣ୍ଡିଙ୍କର କୋବି ଚାଷକୁ ସମ୍ପୂର୍ଣ ଭାବେ ଓପାଡି ନଷ୍ଟ କରିଦେଇଥିଲେ | ତେବେ ଏହି ଘଟଣାକୁ ନେଇ ତାଙ୍କ ଗାରେ ଏକ ବୈଠକ ହୋଇଥିଲା ଏବଂ ୮ ଜଣ ଦୋଷୀ ମାନଙ୍କୁ ଚିହ୍ନଟ କରାଯାଇ ମେଳଛାମୁଣ୍ଡା ଥାନାରେ କେସ ରୂଜୁ କରାଯାଇଥିଲା | ପୋଲିସ ସମସ୍ତ ଦୋଷୀଙ୍କୁ ଗିରଫ କରି କୋର୍ଟକୁ ଚାଳନ କରିଥିଲା | କିଛି ଦିନ ପରେ ଅଭିଯୁକ୍ତ ମାନେ କୋର୍ଟରୁ ଜମାନତ ପାଇ ମୁକୁଳିଥିଲେ | ତେବେ ଅଭିଯୁକ୍ତ ମାନେ ପ୍ରତିଶୋଧ ପରାୟଣ ହୋଇ ଉଦେ ତାଣ୍ଡିଙ୍କୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିବା ବେଳେ ଏପ୍ରିଲ ୧୮ ତାରିଖରେ ହୋଇଥିବା ୨୦୧୯ ସାଧାରଣ ନିର୍ବାଚନ ପରଦିନ ଭୋଜିର ଆସର ଲାଗିଥିଲା ଏବଂ ଏହାର ସୁଯୋଗ ନେଇ ଅଭିଯୁକ୍ତ ମାନେ ଉଦେ ତାଣ୍ଡିଙ୍କୁ ଜୋରଜବରଦସ୍ତ ବିଶ ପିଆଇଦେଇଥିଲେ | ଉଦେ ତାଣ୍ଡି ଅସୁସ୍ଥ ଅବସ୍ଥାରେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଇଳା ତାଣ୍ଡିଙ୍କୁ ସମସ୍ତ କଥା ଜଣାଇଥିଲେ ଓ ସୁରେଶ୍ଵର ଠେଲା ତାଙ୍କୁ ବିଶ ପିଆଇଦେଇଥିବା କଥା କହିଥିଲେ | ଉଦେ ତାଣ୍ଡିଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | ସ୍ତ୍ରୀ ଇଳା ତାଣ୍ଡି ଏହି ଘଟଣା ବିଷୟରେ ବାହାରେ ପ୍ରକଟ କରିବାରୁ ଘଟଣା ବିଷୟରେ ଗାଁ ଲୋକେ ଜାଣି ପ୍ରଚାର ହେବାକୁ ଲାଗିଲା ଫଳରେ ଅଭିଯୁକ୍ତ ମାନେ ଆସି ସ୍ତ୍ରୀ ଇଳା ତାଣ୍ଡି ଓ ପରିବାରଙ୍କୁ ଧମକାଇ ଭୟ ସୃଷ୍ଟି କରିବାରୁ ସେମାନେ ଦରିଯାଇ ଥାନାରେ କେସ କରିନଥିଲେ | କିନ୍ତୁ ପୁଣି ତିନି ମାସ ପରେ ସାହସ ଯୁଟାଇ ମୃତକ ଉଦେ ତାଣ୍ଡିଙ୍କ ପୁଅ ଜିତ ତାଣ୍ଡି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମେଳଛାମୁଣ୍ଡା ଥାନାରେ ଅଭିଯୋଗ ଆଣିଥିଲେ |
ତେବେ ଉଦେ ତାଣ୍ଡିଙ୍କ ମୃତ ଶରୀର ପୋତା ଯାଇଥିବା ସ୍ଥାନକୁ ଆଜି ମାଜିଷ୍ଟେଟ ଙ୍କ ସମ୍ମୁଖରେ ଖୋଲାଯାଇ ଉଦ୍ଧାର କରାଯାଇଥିବା ଶବକୁ ବ୍ୟବଚ୍ଛେଦ ପାଇ ପଦ୍ମପୁର ଡାକ୍ତରଖାନା କୁ ପଠାଯାଇଥିଲା | ତେବେ ପୋଲିସ ପକ୍ଷରୁ ଏହି ଘଟଣା ବିଷୟରେ ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ଜଣାଯାଇଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.