ETV Bharat / state

ବିଜେପୁର ଉପନିର୍ବାଚନ ପାଇଁ ପୋଲିସ ଡିଜିଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ - police DG important meeting for bijepur by election

ବିଜେପୁର ଉପନିର୍ବାଚନକୁ ନେଇ ଓଡିଶା ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ପୋଲିସ ଓ ସିଆରପିଏଫର ଉଚ୍ଚସ୍ତରୀୟ ବୈଠକ ବୁଧବାର ବରଗଡ ଏସପି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି |

ବିଜେପୁର ଉପନିର୍ବାଚନ ପାଇଁ ପୋଲିସ ଡିଜିଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ
author img

By

Published : Oct 10, 2019, 4:49 AM IST

ବରଗଡ: ବିଜେପୁର ଉପନିର୍ବାଚନକୁ ନେଇ ଓଡିଶା ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ପୋଲିସ ଓ ସିଆରପିଏଫର ଉଚ୍ଚସ୍ତରୀୟ ବୈଠକ ବୁଧବାର ବରଗଡ ଏସପି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପୁର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ଏହି ବୈଠକରେ ଆଲୋଚନା କରାଯାଇଛି ।

ନିର୍ବାଚନ ସମୟରେ ବ୍ୟାପକ ପୋଲିସ ମୁତୟନ ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଅଭ୍ୟାସ ଗତ ଅପରାଧୀଙ୍କ ଉପରେ ଲଗାମ ଲଗାଯିବ । ଯେପରି ନିର୍ବାଚନୀ ହିଂସା ନହୁଏ ସେ ଦିଗରେ ଗୁରୁତ୍ଵ ଦିଆଯିବ । ବରଗଡ଼ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ ସମୟରେ ଅଧିକ ସତର୍କତା ଅବଲମ୍ବନ କରାଯିବ ବୋଲି କହିଛନ୍ତି ଡିଜି ବିକେ ଶର୍ମା ।

ପୋଲିସ ଡିଜିଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ତେବେ ଏହି ଉଚ୍ଚସ୍ତରୀୟ ବୈଠକରେ ଓଡିଶା ପୋଲିସ ଡିଜି ବିକେ ଶର୍ମାଙ୍କ ସହ ସମ୍ବଲପୁର ଡ଼ିଆଇଜି, ଲ ଆଣ୍ଡ ଅର୍ଡର ଏଡିଜି, ଏଡିଜି ଇଣ୍ଟେଲିଜେନ୍ସ, ଆଇଜି ସ୍ପେସିଆଲ ବ୍ରାଞ୍ଚ, ଆଇଜି ସିଆରପିଏଫ, ଆଇଜି ବିଏସଏଫଙ୍କ ସମେତ ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡା, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଏଥିରେ ସାମିଲ ହୋଇଥିଲେ । ବିଜେପୁର ଉପନିର୍ବାଚନରେ ବ୍ୟାପକ ପୋଲିସ ମୁତୟନ ପାଇଁ ଆଲୋଚନା କରିଥିଲେ ପୋଲିସ ଡିଜି ।

ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ମାଦକ ଦ୍ରବ୍ୟ, ବେଆଇନ ମାରଣାସ୍ତ୍ର ବ୍ୟବହାରକୁ ପୋଲିସ କଡା ନଜର ରଖିବା ସହ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି । ଏବେ ବରଗଡ଼ ବଲାଙ୍ଗୀର ମହାସମୁନ୍ଦ ଅଞ୍ଚଳରେ ୨୪ ଜଣ ମାଓବାଦୀଙ୍କ ଚଳପ୍ରଚଳ ଓ ଉପସ୍ଥିତି ଜଣାପଡିବା ପରେ ପୋଲିସ ତରଫରୁ ବ୍ୟାପକ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି । ଦେଢ଼ ବର୍ଷ ପୂର୍ବରୁ ବିଜେପୁର ଉପନିର୍ବାଚନ ହୋଇଥିବା ଓ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ଏପରି ପୋଲିସ ପ୍ରଶାସନର ବ୍ୟାପକ ତତ୍ପରତା ଦେଖିବାକୁ ମିଳିନଥିଲା ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro: ବିଜେପୁର ଉପନିର୍ବାଚନ କୁ ନେଇ ଓଡିଶା ପୋଲିସ ଡିଜି ବିକେ ଶର୍ମା ଙ୍କ ଅଧ୍ୟକ୍ଷତାରେ ପୋଲିସ ଓ ସିଆରପିଏଫ ର ଉଚ୍ଚସ୍ତରୀୟ ବୈଠକ ଆଜି ବରଗଡ ଏସ ପି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି | ବିଜେପୁର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପୋଲିସ ର ସମୀକ୍ଷା ବୈଠକ ହୋଇଯାଇଛି ।
ନିର୍ବାଚନ ସମୟରେ ବ୍ୟାପକ ପୋଲିସ ମୃତୟନ ସହ ଅସାମାଜିକ ବ୍ୟକ୍ତି ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଅଭ୍ୟାଶ ଗତ ଅପରାଧୀ ମାନଙ୍କ ଉପରେ ଲାଗାମ ଲଗାଯିବ, ଯେପରି ନିର୍ବାଚନୀ ହିଂସା ନହୁଏ ସେଦିଗରେ ଗୁରୁତ୍ଵ ଦିଆଯିବ | ଏବଂ ବରଗଡ଼ ନସ୍କଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ ସମୟରେ ଅଧିକ ସତର୍କତା ଅବଲମ୍ବନ କରାଯିବ ବୋଲି କହିଛନ୍ତି ଡିଜି ବିକେ ଶର୍ମା | Body:ବରଗଡ଼ ସମେତ ଛଅ ଟି ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ,ସିଆରପିଏଫ ଓ ଡିଭିଏଫ ବିଜେପୁର ଉପନିର୍ବାଚନ ସମୟରେ ଆକ୍ଟିଭ ରହିବେ ବୋଲି କୁହାଯାଇଥିଲା |ତେବେ ବିଜେପୁର ଉପନିର୍ବାଚନକୁ ନେଇ ପୋଲିସ ବିଭାଗର ଏହି ଉଚ୍ଚସ୍ତରୀୟ ବୈଠକରେ ଓଡିଶା ପୋଲିସ ଡିଜି ବିକେ ଶର୍ମା ଙ୍କ ଅଧ୍ୟକ୍ଷତା ରେ ସମ୍ବଲପୁର ଡ଼ିଆଇଜି ,ଏଡିଜି ଲ ଏଣ୍ଡ ଅଡର ,ଏଡିଜି ଇଂଟିଲିଯେନ୍ସ,ଆଇଜି ସ୍ପେସିଆଲ ବ୍ରାଞ୍ଚ,ଆଇଜି ସିଆରପିଏଫ ,ଆଇଜି ବିଏସ ଏଫ ଙ୍କ ସମେତ ବରଗଡ଼ ,ସୋନପୁର ,ବଲାଙ୍ଗୀର ,ନୂଆପଡା,ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଏଥିରେ ସାମିଲ ହୋଇଥିଲେ । ବିଜେପୁର ଉପନିର୍ବାଚନରେ ବ୍ୟାପକ ପୋଲିସ ମୃତୟନ ପାଇଁ ଆଲୋଚନା କରିଥିଲେ ପୋଲିସ ଡିଜି ।

ଅସାମାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ସହ ମାଦକ ଦ୍ରବ୍ୟ ,ବେଆଇନ ମାରଣାସ୍ତ୍ର ବ୍ୟବହାରକୁ ପୋଲିସ କଡା ନଜର ରଖିବା ସହ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି । ଏବେ ବରଗଡ଼ ବଲାଙ୍ଗୀର ମହାସମୁନ୍ଦ ଅଞ୍ଚଳରେ ୨୪ ଜଣ ମାଓବାଦୀ ଙ୍କ ଚଳ ପ୍ରଚଳ ଓ ଉପସ୍ଥିତି ଜଣାପଡିବା ପରେ ଆଜି ପୋଲିସ ତରଫରୁ ବ୍ୟାପକ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି । ଦେଢ଼ ବର୍ଷ ପୂର୍ବରୁ ବିଜେପୁର ଉପନିର୍ବାଚନ ହୋଇଥିବା ଓ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ଏପରି ପୋଲିସ ପ୍ରଶାସନ ର ବ୍ୟାପକ ତତ୍ପରତା ଦେଖିବାକୁ ମିଳିନଥିଲା |

ବାଇଟ 1- ବି କେ ଶର୍ମା ( ଓଡିଶା ପୋଲିସ ଡିଜି )

Ready To AirConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.