ETV Bharat / state

ଭିଡ ଭିତରେ ପୋଲିସକୁ ନାଲିଆଖି, ଭିଡିଓ ଭାଇରାଲ - video

ଭିଡ ଭିତରେ ପୋଲିସ ହେଉଛି ଅପଦସ୍ତ । ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି ଲୋକେ । ଆଇନର ରକ୍ଷକଙ୍କୁ ଘେରିଯାଇ ଆତ୍ମହତ୍ୟା କରିବାକୁ କହୁଛନ୍ତି । ଯାହାର ଭିଡିଓ ସୋସିଆଲ ମାଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jul 2, 2019, 5:54 PM IST

ବରଗଡ: ପୋଲିସ ଉପରେ ଜନତାଙ୍କ ଆକ୍ରୋଶ । ଭିଡ ଭିତରେ ପୋଲିସ ହେଉଛି ଅପଦସ୍ତ । ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି ଲୋକେ । ଆଇନର ରକ୍ଷକଙ୍କୁ ଘେରିଯାଇ ଆତ୍ମହତ୍ୟା କରିବାକୁ କହୁଛନ୍ତି । ଯାହାର ଭିଡିଓ ସୋସିଆଲ ମାଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସକୁ ଲୋକଙ୍କଠୁ ସୁରକ୍ଷା ଦେବାକୁ ପଡୁଥିବା ଏ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି । ଜଣେ ପୋଲିସ ଅଧିକାରୀଙ୍କୁ ଲୋକମାନେ ଘେରିଥିବାରୁ ଅନ୍ୟ ପୋଲିସମାନେ ତାଙ୍କୁ ଲୋକଙ୍କଠୁ ମୁକୁଳାଇବାକୁ ଚେଷ୍ଟା କରୁଥିବା ଏହି ଦୃଶ୍ୟ ବୟାନ କରୁଛି ।

ଏହି ଭିଡିଓଟି ମେ ମାସର ଓ ବରଗଡ ଜିଲ୍ଲା ବିଜେପୁର ଥାନା ଲାଉମୁଣ୍ଡା ଗ୍ରାମର ବୋଲି ଜଣାପଡିଛି । ଲୋକମାନେ ଘେରିଥିବା ପୋଲିସ ଜଣଙ୍କ ବିଜେପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ହୋଇଥିବାବେଳେ ଲୋକଙ୍କୁ ବୁଝାସୁଝା କରୁଥିବା ପୋଲିସ ଜଣଙ୍କ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ।

ତେବେ ପ୍ରଶ୍ନଉଠୁଛି ପୋଲିସ ଅଧିକାରୀ ଜଣଙ୍କୁ ଏପରି କଣ ପାଇଁ କରୁଛନ୍ତି ଜନତା । ଆଉ ଜନତାଙ୍କ ଏପରି ବ୍ୟବହାର ପରେ ବି କଣ ପାଇଁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ତେବେ ଘଟଣାର ଅନୁସନ୍ଧାନ କରିବାରୁ ଘଟଣା ସାମ୍ନାକୁ ଆସିଛି ଯେ, ଲାଉମୁଣ୍ଡାର ସୁପାଲ ଭୋଇଙ୍କୁ ପ୍ରଥମେ ଚିଙ୍କୁ ଶତପଥୀ ନାମକ ଜଣେ ବ୍ୟକ୍ତି ମାଡମାରିବା ସହ ହତ୍ୟା ଧମକ ଦେଇଥିବା ବିଜେପୁର ଥାନାରେ ଅଭିଯୋଗ ହୋଇଥିଲା । ଏହା ପରେ ଅପ୍ରେଲ 29 ତାରିଖରେ ସୁପାଲ ନିଖୋଜ ଥିବାବେଳେ ଦୀର୍ଘ 35 ଦିନ ପରେ ସୁପାଳଙ୍କ ପରିତ୍ୟକ୍ତ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ପରେ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ତେବେ ପୋଲିସ ପ୍ରଥମେ ଦିଆଯାଇଥିବା ଅଭିଯୋଗକୁ ଗୁରୁତର ସହ ନେଇନଥିବାରୁ ଏପରି ହୋଇଥିବା ଲୋକମାନେ ଅଭିଯୋଗ କରିବା ସହ ପୋଲିସକୁ ଘେରିଯାଇଥିଲେ ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

||ବରଗଡ଼।।
   ଲୋକଙ୍କ ଆକ୍ରୋଶ ର ଶିକାର ହୋଇଛି ପୋଲିସ । ଜନସାଧାରଣଙ୍କ ଭିଡ଼ ଭିତରେ ପୋଲିସ ନିଜେ ବେଜତି ହେଉଥିବା ଭିଡ଼ିଓ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ । ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ପୋଲିସ ଜଣକୁ ଆତ୍ମହତ୍ୟା କରିବା ପାଇଁ କହୁଛନ୍ତି ଉତ୍ୟକ୍ତ ଲୋକେ । ଜଣେ ପୋଲିସ ଅଧିକାରୀଙ୍କୁ ଲୋକେ ଘେରି ରହିଥିବା ବେଳେ ଅନ୍ୟ ପୋଲିସ ଅଧିକାରୀ ମାନେ ଉକ୍ତ ପୋଲିସ କୁ ଉତ୍ୟକ୍ତ ଲୋକଙ୍କ ଠାରୁ ସୁରକ୍ଷା ଦେଉଥିବା ଦେଖାଯାଇଛି ଏହି ଭିଡ଼ିଓ ରେ ।
       ତେବେ ଏହି ଭିଡ଼ିଓ ଟି ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମର ହୋଇଥିବା ବେଳେ ଉତ୍ୟକ୍ତ ଲୋକେ ବିଜେପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଙ୍କୁ ଘେରିଥିବା ଜଣାପଡିଛି । ଏହି ଭିଡ଼ିଓ ରେ ପଦ୍ମପୁର SDPO ପ୍ରଦୀପ କୁମାର ସାହୁ ମଧ୍ୟ ଉପସ୍ଥିତ ରହିଥିବା ଦେଖାଯାଇଛି ଯିଏ କି ଲୋକଙ୍କୁ ବୁଝାସୁଝା କରି ବିଜେପୁର ଥାନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ସିଆଳଙ୍କୁ ଲୋକଙ୍କ ଆକ୍ରୋଶ ରୁ ଉଦ୍ଧାର କରୁଥିବା ଦେଖାଯାଇଛି । ତେବେ ଜଣେ ଉଚ୍ଚ ପଦାଧିକାରୀ ପୋଲିସ ଅଫିସର ସମ୍ମୁଖରେ ଜଣେ ଥାନା ଅଧିକାରୀ ଙ୍କୁ ଏତେ ଅପଦସ୍ତ କରିବା ସତ୍ତ୍ୱେ ପୋଲିସ ବିଭାଗ ପକ୍ଷରୁ ଉକ୍ତ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ତେବେ ଲାଉମୁଣ୍ଡା ଗ୍ରାମବାସୀ ବିଜେପୁର ପୋଲିସ ଉପରେ ଏତେ ଆକ୍ରୋଶ ମୂଳକ ପ୍ରଦର୍ଶନ କରିବାର କାରଣ କଣ ଏବଂ ପୋଲିସ ର କଣ ଭୁଲ ରହିଛି ଯାହା ପୋଲିସକୁ ଚୁପ ରହିବାକୁ ବାଧ୍ୟ କରିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
      ସୂଚନା ଅନୁଯାୟୀ  ଲାଉମୁଣ୍ଡାର ସୁପାଲ ଭୋଇଙ୍କୁ ପ୍ରଥମେ ମାଡ଼ମାରି ହତ୍ୟା ଧମକ ଦେଇଥିବା ଚିଙ୍କୁ ଶତପଥିଙ୍କ ବିରୋଧରେ ବିଜେପୁର ଥାନାରେ ଅଭିଯୋଗ କରାଯାଇଥିଲା ହେଲେ ପୋଲିସ ଏହି ଅଭିଯୋଗ ଉପରେ ଗୁରୁତ୍ୱ ଦେଇନଥିଲା ଏବଂ ଅପ୍ରେଲ 29 ତାରିଖରେ ସୁପାଲ ନିଖୋଜ ଥିବା ବେଳେ ଦୀର୍ଘ 35 ଦିନ ପରେ ସୁପାଳଙ୍କ ପରିତ୍ୟକ୍ତ ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତେବେ ଗ୍ରାମବାସୀ ଏହି ଘଟଣା ବିଷୟରେ ବିଜେପୁର ପୋଲିସ କୁ ଖବର ଦେବାପରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିଥିଲା । ତେବେ ପୋଲିସର ଅବହେଳା କାରଣରୁ ସୁପାଲଙ୍କ ହତ୍ୟା ହୋଇଥିବା ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇଉଠିଥିଲେ ଏବଂ ସମସ୍ତ ପୋଲିସ କର୍ମଚାରୀ ଲୋକଙ୍କ ଆକ୍ରୋଶର  ଶିକାର ହୋଇଥିଲେ ।

ଭିଡିଓ FTP ରେ ଯାଇଛି |
slug - odbgh_police_video1_7203682 

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.