ETV Bharat / state

ବଢୁଛି କୀଟନାଶକ ପ୍ରୟୋଗ, ବ୍ୟାପୁଛି କ୍ୟାନ୍ସର - କ୍ୟାନ୍ସର

ଭାତ ହାଣ୍ଡିରେ ବିଷ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓଡ଼ିଶାର ଭାତ ହାଣ୍ଡି ଭାବେ ସୁପରିଚିତ , ରାଜ୍ୟର ସର୍ବାଧିକ ଧାନ ଉପାର୍ଜନ କରୁଥିବା ଜିଲ୍ଲା ବରଗଡ଼ରେ ଆଜି ବ୍ୟାପୁଛି ମାରାତ୍ମକ କ୍ୟାନ୍ସର । ଜିଲ୍ଲାରେ କ୍ୟାନ୍ସର ଆକ୍ରାନ୍ତଙ୍କ ସଂଖ୍ୟା ଏତେ ବ୍ୟାପକ ଭାବେ ବଢିବାରେ ଲାଗିଛି ଯେ, ଯାହା ରାଜ୍ୟର ପ୍ରଥମ ଆକ୍ରାନ୍ତ ଅଞ୍ଚଳ ପାଲଟିଥିବାବେଳେ ପଞ୍ଜାବ ର ଭାଟିଣ୍ଡା ପରେ ଦେଶରେ ସାଜିଛି ଦ୍ବିତୀୟ ସର୍ବାଧିକ ଅଞ୍ଚଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

pesticide-use-is-on-the-rise-and-cancer-is-on-the-rise

author img

By

Published : Jun 4, 2020, 10:48 PM IST

ବରଗଡ଼: ଓଡିଶାର ଭାତ ହାଣ୍ଡି ରୂପେ ଦିନେ ସୁନାମ ଅର୍ଜନ କରିଥିବା ବରଗଡ ଜିଲ୍ଲା ଆଜି କିନ୍ତୁ କ୍ୟାନ୍ସର ରୋଗ ପାଇଁ ପରିଚିତ ହୋଇଛି । ଓଡିଶାର କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ପଶ୍ଚିମ ଓଡିଶାର ବରଗଡ ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡିଛି । ତେବେ କେବଳ ବରଗଡ ଜିଲ୍ଲାରେ କେଉଁ କାରଣରୁ ଏତେ ସଂଖ୍ୟାରେ କ୍ୟାନ୍ସର ରୋଗ ବଢି ଚାଲିଛି ତାହାର ମୂଳ କାରଣ ସରକାର ପାଖରେ ମଧ୍ୟ ନଥିବା ବେଳେ ଏଠାରେ ଚାଷ କାମରେ ବ୍ୟବହୃତ ହେଉଥିବା ପ୍ରଚୁର ପରିମାଣରେ ରାସାୟନିକ ସାର ଓ କୀଟନାଶକ ବୋଲି ସନ୍ଦେହ କରାଯାଉଛି । ଅପରପକ୍ଷେ ବିଶେଷଜ୍ଞ ମାନଙ୍କ କହିବାନୁସାରେ ଦୂଷିତ ପରିବେଶ ବା ବାୟୁ , ପ୍ରଦୂଷିତ ଜଳ ଓ ରାସାଯନିକ ଯୁକ୍ତ ଖାଦ୍ୟ ପଦାର୍ଥର ବ୍ୟବହାର ଯୋଗୁଁ ଟ୍ୟୁମର ଓ କ୍ୟାନ୍ସର ପରି ମାରାତ୍ମକ ରୋଗ ବଢି ଚାଲିଛି ଓ ସଠିକ ଚିକିତ୍ସା ନପାଇ ବହୁ ଲୋକଙ୍କ କ୍ୟାନ୍ସରରେ ମୃତ୍ୟୁ ହେଉଛି ।

ବଢୁଛି କୀଟନାଶକ ପ୍ରୟୋଗ, ବ୍ୟାପୁଛି କ୍ୟାନ୍ସର

1950 ମସିହାରୁ ହୀରାକୁଦ ଜଳଭଣ୍ଡାରର ପାଣି କେନାଲ ଦେଇ ବରଗଡ ଜିଲ୍ଲାରେ ପ୍ରବେଶ କରିବା ପରେ ବର୍ଷ ସାରା ଏଠାରେ ପନିପରିବା ଓ ଧାନ ଚାଷ କାମ ଆରମ୍ଭ ହୋଇଥିଲା । ଗୋଟେ ବର୍ଷରେ ଦୁଇ ଥର ଏଠାରେ ଧାନଚାଷ ହେଉଥିବା ଦେଖି ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ମଧ୍ୟ ବହୁ ଚାଷୀ ଆସି ଏଠାରେ ନିଜର ଚାଷ ଓ ବ୍ୟବସାୟ ଆରମ୍ଭ କରିଦେଇଥିଲେ । ଅତ୍ୟଧିକ ଫସଲ ଅମଳ ପାଇଁ ଚାଷୀ ମାନେ ଅଧିକ ସାର ଓ କୀଟନାଶକ ପ୍ରୟୋଗ କରିବା ଶିଖିଲେ । ଚାଷୀ ଭଲ ରୋଜଗାର ମଧ୍ୟ କଳା କିନ୍ତୁ ସାର ଓ କୀଟନାଶକ ପ୍ରୟୋଗର ବିଧି ଓ ପ୍ରଣାଳୀର ଅଭାବ ଯେ ବରଗଡ ପାଇଁ ବିଶ ପାଲଟିଯିବ ତାହା କେହି ଭବିପାରିନଥିଲେ । ଅନଭିଜ୍ଞ ଭାବେ ଏତେ ବର୍ଷ ଧରି ସାର ଓ କୀଟନାଶକ ପ୍ରୟୋଗ ଏଠାକାର ଭୂତଳ ଜଳକୁ ମଧ୍ୟ ବିଶ କରିଦେଇଛି । ଏପରିକି ଉତ୍ପାଦିତ ଶସ୍ୟ ଓ ପନିପରିବା ରେ ମଧ୍ୟ ଏହାର ପ୍ରଭାବ ପ୍ରଚୁର ମାତ୍ରାରେ ଦେଖାଦେଛି । ପିଇବା ପାଣି ଠାରୁ ଆରମ୍ଭ କରି ପନିପରିବା , ଖାଦ୍ୟ ଇତ୍ୟାଦି ସବୁ ଏହି ଅଞ୍ଚଳରେ ଜହର ପାଳଟିଯାଇଥିବା ବେଳେ ଏଠାକାର ଜଳବାୟୁ ମଧ୍ୟ ଦୂଷିତ ହୋଇପଡିଛି | କିଛି ଶିକ୍ଷିତ ଚାଷୀ ଚାଷରେ ମାତ୍ରାଧିକ ପରିମାଣରେ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ କେନ୍ସର ରୋଗ ବଢୁଥିବା ଜାଣିପାରି ଏବେ ଜୈବିକ ଚାଷ ଉପରେ ଗୁରୁତ୍ଵ ଦେଉଛନ୍ତି ମାତ୍ର ରାଜ୍ୟ ସରକାର ପକ୍ଷରୁ ଯେ ପର୍ଯ୍ୟନ୍ତ ରାସାୟନିକ ସାର ଓ କୀଟନାଶକ ବିକ୍ରି କୁ ସଂପୂର୍ଣ୍ଣ ବନ୍ଦ ନକରୁଛନ୍ତି ସେ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହେବ ନାହି ବୋଲି କହିଛନ୍ତି ଚାଷୀ ।

ବରଗଡରେ ପ୍ରଚୁର ଧାନ ଚାଷ ହେଉଥିବା ବେଳେ ଏଠାରେ ଗଢି ଉଠିଛି ଶହ ଶହ ଧାନ ମିଲ ଏବଂ ଏହି ସବୁ ଧାନକଳ ଗୁଡିକର ଦୂଷିତ ଧୂଆଁ ସବୁ କାଳ ହୋଇଛି ବରଗଡ ବାସୀଙ୍କ ପାଇଁ । କେବଳ ବରଗଡ ଜିଲ୍ଲାରେ ୧୩୦ ଗୋଟି ଧାନକଳ ରହିଥିବା ବେଳେ ଏହି ମିଲ ଗୁଡିକରୁ ଅନବରତ ବାହାରୁଥିବା ଧୂଆଁ ଯୋଗୁଁ ବାୟୁ ପ୍ରଦୂଷଣ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପ୍ରଦୂଷଣ ଯାଞ୍ଚ କରାଯାଉନାହି । ତେବେ ବାୟୁ ପ୍ରଦୂଷଣ ମଧ୍ୟ କେନ୍ସର ରୋଗ କାରକ ହୋଇଥିବା ବେଳେ ଏହି ଦିଗରେ କେହି ମଧ୍ୟ ନଜର ଦେଉନାହାନ୍ତି । ବରଗଡରେ ବିଗତ କିଛି ବର୍ଷରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି ଏବଂ ଏହି ରୋଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ବହୁତ ଅଧିକ ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟାର ବାତାବରଣ ସୃଷ୍ଟି ହୋଇଯାଇଛି । ଗତ ୨୦୧୪ -୧୫ ରେ ୧୦୧୭ ଜଣ କ୍ୟାନ୍ସର ରୋଗୀଙ୍କ ଚିହ୍ନଟ ହୋଇଥିବା ବେଳେ , ୨୦୧୫ -୧୬ ରେ ୧୦୬୫ ଜଣ କେନ୍ସର ରୋଗୀ , ୨୦୧୬ -୧୭ ରେ ୧୦୯୮ ଜଣ କେନ୍ସର ରୋଗୀ ଏବଂ ୨୦୧୭ -୧୮ ରେ କେନ୍ସର ରୋଗୀଙ୍କ ସଂଖ୍ୟା ୧୧୦୦ ଟପିଯାଇଥିବା ଜଣାପଡିଛି । ତେବେ ବରଗଡର କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ପେପଟିକ କ୍ୟାନ୍ସର ଓ ବ୍ରେଷ୍ଟ କ୍ୟାନ୍ସର ଅଧିକ ଦେଖାଯାଉଥିବା ବେଳେ ଥ୍ରୋଡ କ୍ୟାନ୍ସର, ଓ ଅନ୍ୟାନ୍ୟ କ୍ୟାନ୍ସର ରୋଗର ମାତ୍ରା କମ ଅଟେ । କିନ୍ତୁ ଜିଲ୍ଲାରେ ଭିନ୍ନ ଭିନ୍ନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି | ସେ ଧନୀ ହେଉ ବା ଗରିବ କେନ୍ସର ରୋଗ ସମସ୍ତଙ୍କୁ ଗ୍ରାସ କରିବାକୁ ଲାଗିଛି ବରଗଡ ଜିଲ୍ଲାରେ ।

ଗତ ୨୦୧୭ ମସିହାରେ ତତ୍କାଳୀନ ବିଜେପୁର ବିଧାୟକ ସୁବଳ ସାହୁ ମଧ୍ୟ କ୍ୟାନ୍ସର ରୋଗରେ ପୀଡିତ ଥିଲେ | ପ୍ରଚୁର ଅର୍ଥ ଖର୍ଚ୍ଚ କରି ଦୀର୍ଘ ଦିନ ଧରି ଚିକିତ୍ସିତ ହେଲା ପରେ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇଥିଲେ ଏବଂ ୨୨ ଅଗଷ୍ଟ ୨୦୧୭ ରେ କ୍ୟାନ୍ସର ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ସୁବାଷ ଚୌହାନ ମଧ୍ୟ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ କ୍ୟାନ୍ସର ରୋଗ ଚିହ୍ନଟ ହେବାର ମାତ୍ର ଚାରି ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁବାଷ ଚୌହାନ ଲିଭର କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତ ମେ ମାସ ୧୦ ତାରିଖରେ କ୍ୟାନ୍ସର ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ୟାନ୍ସର ରୋଗ ଆଗରେ ନା କାମ ଦେଇଥିଲା ଅର୍ଥ ବଳ ନା କାମରେ ଆସିଥିଲା ପାୱାର । ସେ ନେତା ହେଉ ବା ଗରିବ ସାଧାରଣ ଲୋକ ବରଗଡରେ ସମସ୍ତଙ୍କୁ ଗ୍ରାସ କରିଚାଲିଛି କେନ୍ସର ରୋଗ | କିଏ ଚିକିତ୍ସା କରି ମଧ୍ୟ ମୃତ୍ୟୁ ମୁଖରେ ପଡୁଛି ତ ଆଉ କିଏ ଚିକିତ୍ସା କରିବା ପୂର୍ବରୁ ହାରିଯାଉଛି କେନ୍ସର ଆଗରେ କିନ୍ତୁ ଏପରି ମଧ୍ୟ ବହୁ କେନ୍ସର ଯୋଦ୍ଧା ଅଛନ୍ତି ଯେଉମାନେକି ଜୀବନ ଯୁଦ୍ଧରେ ବାଜି ମାତ କରି ଏବେ ମଧ୍ୟ ସୁସ୍ଥ ଜୀବନଯାପନ କରୁଛନ୍ତି |

ରୋଶନ ଆରା ଖାନ ନାମକ ମହିଳା କେନ୍ସର ରୋଗରେ ପୀଡିତ ହୋଇ ନିଜର ସର୍ବସ୍ଵ ହରାଇ ସାରିଛନ୍ତି ମାତ୍ର ଦୀର୍ଘ ମାସ ଧରି ଭୁବନେଶ୍ବର ଏମସ ହସ୍ପିଟାଲ ଠାରେ ଚିକିତ୍ସିତ ହେବାପରେ ଏବେ ସୁସ୍ଥ ଜୀବନଜାପନ କରୁଛନ୍ତି | ୨୦୧୯ ମସିହାରେ ମହିଳା ଜଣକ ହଠାତ ବୋନ କେନ୍ସର ରେ ଆକ୍ରାନ୍ତ ହୋଇପଡିଥିଲେ | ତାଙ୍କର ଉଭୟ ହାତ ଓ ଦେହ ଅକାମି ହୋଇପଡିଥିଲା ଏବଂ ଚଲାବୁଲା କରିବା ବନ୍ଦ ହୋଇପଡିଥିଲା | କେମୋ ଥେରାପି ସହିତ ଦୀର୍ଘ ୧୦ ମାସ ଧରି ଲଗାତାର ଚିକିତ୍ସା ପରେ ଏବେ ମହିଳା ଜଣକ ଚଲାବୁଲା କରିପାରି ସହିତ ସୁସ୍ଥ ଅଛନ୍ତି । ସେହିପରି ମୀନତି ପତି ନାମକ ଜଣେ କର୍ମଜୀବୀ ମହିଳା ସଂପୂର୍ଣ୍ଣ ଶାକାହାରୀ ଓ ଶୃଙ୍ଖଳିତ ଜୀବନଶୈଳୀ ସହିତ କେବେ ମଧ୍ୟ ଗୁଟଖା ଓ ତମ୍ବାଖୁ ସେବନର ବଦଭ୍ୟାଶ ନଥିବା ସତ୍ବେ ମଧ୍ୟ ୨୦୧୪ ମସିହାରେ ଜିଭା କେନ୍ସର ରେ ଆକ୍ରାନ୍ତ ହୋଇଥିଲେ । ସେ ମଧ୍ୟ କେନ୍ସର ରୋଗ ସହିତ ଯୁଦ୍ଧ କରି ଜୀବନ ଯୁଦ୍ଧରେ ବିଜୟୀ ହୋଇଥିଲେ ଏବଂ ମୁମ୍ବାଇ ର ଟାଟା ମେମୋରିଆଲ ହସ୍ପିଟାଲ ଠାରେ ଦୀର୍ଘ ଦିନର ଚିକିତ୍ସା ପରେ ଆଜି ସୁସ୍ଥ ହୋଇ ପୁଣି ପୂର୍ବ ପରି ଦୈନନ୍ଦିନ ଜୀବନ ଶୈଳୀରେ ଯୋଗଦାନ କରିଛନ୍ତି ।

ବରଗଡ ସହରରେ ରହୁଥିବା ପ୍ରସନ୍ନ ମିଶ୍ର ପେଷାରେ ଜଣେ ସାମ୍ବାଦିକ ସେ ମଧ୍ୟ ବ୍ଲଡ଼ କେନ୍ସର ରେ ପୀଡିତ ହୋଇପଡିଥିଲେ । ନିତିଦିନ ପରି ନିଜର କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ୫୨ ବର୍ଷ ବୟସରେ ହଠାତ ତାଙ୍କ ଦେହରେ ପରିବର୍ତ୍ତନ ଦେଖାଦେଇଥିଲା । ବହୁ ପରୀକ୍ଷା ନିରୀକ୍ଷା ପରେ ସେ କେନ୍ସର ରୋଗରେ ପୀଡିତ ଥିବା ଜଣାପଡିଥିଲା । ତେବେ ଠିକ ସମୟରେ କେନ୍ସର ରୋଗ ଚିହ୍ନଟ ହୋଇପାରିଥିବାରୁ ଶୀଘ୍ର ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ଠାରେ ନିଜର ଚିକିତ୍ସା କରାଇ ପାରିଥିଲେ ଏବଂ ବର୍ତ୍ତମାନ ସୁସ୍ଥ ହୋଇ କେନ୍ସର ଫାଇଟର ବୋଲାଉଛନ୍ତି । ସଠିକ ସମୟରେ କେନ୍ସର ରୋଗର ଚିହ୍ନଟ ହେଲେ ରୋଗୀର ବଞ୍ଚିବାର ଅଧିକ ସମ୍ଭାବନା ରହିଛି ମାତ୍ର ବରଗଡ ଜିଲ୍ଲାରେ କେନ୍ସର ରୋଗୀ ଚିହ୍ନଟ ପାଇଁ କୌଣସି ସୁବିଧା ସୁଯୋଗ ନଥିବା ବେଳେ ବିଳମ୍ବରେ ରୋଗ ଚିହ୍ନଟ ହେବାପରେ ବହୁ ରୋଗୀଙ୍କ କ୍ଷେତ୍ରରେ ଜୀବନ ବଞ୍ଚାଇବାର ବାଟ ମଧ୍ୟ ବନ୍ଦ ହୋଇଯାଉଛି । ଅନ୍ୟପଟେ ବହୁ ଗରିବ ପରିବାର କେନ୍ସର ରୋଗ ପରି ଖର୍ଚ୍ଚ ବହୁଳ ଚିକିତ୍ସା କରାଇନପାରି ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି |

କ୍ୟାନ୍ସର ରୋଗହେଲେ କିପରି ସମଗ୍ର ପରିବାର ସର୍ବସ୍ଵାନ୍ତ ହୋଇପଡେ ତାହା କ୍ୟାନ୍ସର ପୀଡିତ ପରିବାର ଠାରୁ ଆଉ କିଏ ବା ଅଧିକ ଜାଣିବ । ତେବେ ବରଗଡରେ କ୍ୟାନ୍ସର ରୋଗ ଶହ ସଂଗ୍ରାମ କରି ବର୍ତ୍ତୀଯାଇଥିବା କ୍ୟାନ୍ସର ରୋଗୀ ମାନେ ନିଜ ଉଦ୍ୟମରେ ଫାଇଟର୍ସ ଗୃଫ ନାମରେ ଏକ ସଙ୍ଗଠନ ଗଢି କେନ୍ସର ରୋଗୀଙ୍କ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ବରଗଡରେ କ୍ୟାନ୍ସର ରୋଗର କାୟା ବିସ୍ତାର ହେଉଥିବା ଦେଖି ଏହି ସଙ୍ଗଠନ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ୨୦୧୭ ମସିହାରୁ ଦାବି କରିଆସୁଛନ୍ତି | ଯାହା ସାଧାରଣ ଲୋକେ ସ୍ଵର ଉଠାଇବା କଥା ତାହା କ୍ୟାନ୍ସର ରୋଗରେ ପୀଡିତ ଥିବା ଏହି ଫାଇଟର୍ସ ଗୃଫ ନିଜେ ସ୍ଵର ଉଠାଇଛି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ କିନ୍ତୁ ଆଜି ଯାଏ ଏହାର କୌଣସି ସୁଫଳ ମିଳିନଥିବାରୁ ଏବେ ମଧ୍ୟ କ୍ୟାନ୍ସର ହସ୍ପିଟାଲ ପାଇଁ ଲଢେଇ କରୁଛନ୍ତି ସରକାର ସଙ୍ଗେ । ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ଦାବି ତୀବ୍ର ରୂପନେଉଥିବା ବେଳେ ଧୀରେ ଧୀରେ ରାଜ୍ୟ ସରକାରଙ୍କ ପାଇଁ ଏହି ଆନ୍ଦୋଳନ ଚିନ୍ତାର କାରଣ ପାଲଟିଛି ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ନିଜେ ଘୋଷଣା କରିଥିଲେ | କଟକ ର Indian Council of Medical Research ( ICMR ) କୁ ଦାୟିତ୍ଵ ଦେବାପରେ ICMR ପକ୍ଷରୁ ଏକ ଟିମ ବରଗଡ କୁ ଆସି ଗବେଷଣା କରିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ସୂଚନାମିଳିଛି । ତେବେ ଖେଦାପାଳି ଠାରେ ନିର୍ମିତ ହୋଇଥିବା ନୂତନ ଜିଲ୍ଲା ମୁଖ୍ୟାଳୟରେ କେନ୍ସର ରୋଗୀଙ୍କ ପାଇଁ କେମୋଥେରାଫି ଏବଂ ରେଡିଓଥେରାଫି ର ବ୍ୟବସ୍ଥା ପାଇଁ ଯୋଜନା ହୋଇଥିବା ଜଣାପଡିଛି । ତେବେ କୀଟନାଶକ ବଜାରକୁ ସରକାର ଅଙ୍କୁଶ ଲଗାଇ ଏହାର ନୂତନ ନିୟମ ଲାଗୁକରାଗଲେ ଏବଂ ଜୈବିକ ଚାଷ ପ୍ରତି ଚାଷୀଙ୍କୁ ପ୍ରହୋତ୍ସନ କରାଇଲେ ତଥା ସରକାର କୃଷି ବଜେଟରେ ଜୈବିକ କୃଷି ପାଇଁ ଅଧିକ ଅର୍ଥ ମଞ୍ଜୁର କଲେ ଯାଇ ବିଶ ପ୍ରୟୋଗ କମିବା ସହିତ କେନ୍ସର ପରି ରୋଗରୁ ଲୋକେ ମୁକ୍ତି ପାଇପାରିବେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.