ETV Bharat / state

ସିଟି ଡାକ୍ତରଖାନା ଦାବିରେ ଜନ ଆନ୍ଦୋଳନ, ବରଗଡ ଅଶାନ୍ତ - ପୋଲିସ-ଜନତା ଧସ୍ତାଧସ୍ତି

ସୋମବାର ଦିନ ତମାମ ବରଗଡରେ ଦେଖା ଦେଇଥିଲା ଜନ ଆନ୍ଦୋଳନ। ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଲଗାତାର 3 ଦିନ ହେଲା ଜନଅସନ୍ତୋଷ ଲାଗିରହିଛି । ଉତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ଯାଇ ପ୍ରଥମେ ଧସ୍ତାଧସ୍ତି  ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପରେ ପୋଲିସ ଉପରେ ଟେକା ମାଡ କରିଥିଲେ ଜନତା।

baragarh
baragarh
author img

By

Published : Feb 3, 2020, 11:48 PM IST

ବରଗଡ: ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଲଗାତାର 3 ଦିନ ହେବ ଜନ ଅସନ୍ତୋଷ ଲାଗିରହିଛି । ସୋମବାର ଜନ ଆକ୍ରୋଶ ଏତେ ତୀବ୍ର ହୋଇଥିଲା ଯେ ଲୋକେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହିତ ଜିଲ୍ଲା ପ୍ରଶାସନକୁ ଦୀର୍ଘ ସମୟ ଧରି ଘେରା ବନ୍ଦୀ କରି ରଖିଥିଲେ । ଉତ୍ତେଜିତ ଲୋକେ ବିଧାୟକଙ୍କ ଘରକୁ ଟେକା ମାଡ ମଧ୍ୟ କରିଥିଲେ । ପୋଲିସ ଉତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ଯାଇ ପ୍ରଥମେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପରେ ପୋଲିସ ଉପରେ ଟେକାପଥର ମାଡ ଆରମ୍ଭ ହୋଇଥିଲା । ଏପରିକି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଘର ମଧ୍ୟ ବାଦ ପଡିନଥିଲା ।

ସୋମବାର ଦିନ ତମାମ ବରଗଡରେ ଦେଖା ଦେଇଥିଲା ଜନ ଆନ୍ଦୋଳନ । ନାଁ କଂଗ୍ରେସ ନା ବିଜେପି ସାଧାରଣ ଜନତା ନିଜେ ଆରମ୍ଭ କରିଥିଲେ ଆନ୍ଦୋଳନ ଏବଂ ସମସ୍ତ ସରକାରୀ ଓ ବେସରକାରୀ କାର୍ଜ୍ୟାଳୟ ସହିତ ଦୋକାନ ବଜାର ବନ୍ଦ କରି ଆନ୍ଦୋଳନ କରିଥିଲେ । ସ୍ଥାନୀୟ ପୁରୁଣା ଡାକ୍ତରଖାନାରେ ଆନ୍ଦୋଳନକାରୀଙ୍କ ନିକଟକୁ ବିଧାୟକ ଦେବେଶ ଆଚାର୍ଯ୍ୟ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସବୁ ପ୍ରୟାସ ବେକାର ହୋଇଥିଲା ।

ସିଟି ଡାକ୍ତରଖାନା ଦାବିରେ ଜନ ଆନ୍ଦୋଳନ, ବରଗଡ ଅଶାନ୍ତ

ଉତ୍ୟକ୍ତ ଲୋକେ ବିଧାୟକଙ୍କ ସହିତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ଓ ବିଧାୟକଙ୍କୁ ଘେରାବନ୍ଦୀ କରିଥିଲେ । ପୋଲିସ ପ୍ରଶାସନ ଉତ୍ୟକ୍ତ ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବା ବେଳେ ଧସ୍ତାଧସ୍ତି ହୋଇଥିଲେ । ପରେ ଏହା ଉଗ୍ର ରୂପ ନେଇ ପୋଲିସ ଓ ଜନତା ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଟେକା ମାଡ । ଏପରି ଦିନ ତମାମ ବରଗଡରେ ଅଶାନ୍ତି ଲାଗି ରହିଥିଲା ।

ସୋମବାର ଏହି ଜନ ଆନ୍ଦୋଳନକୁ ବରଗଡ ଓକିଲ ସଂଘ ସମର୍ଥନ ଜଣାଇଥିବା ବେଳେ ବିଜେପି ଦଳ ପକ୍ଷରୁ ଜାତୀୟ ରାଜପଥ ବନ୍ଦ କରାଯାଇ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.