ETV Bharat / state

ଗାଁ ରାସ୍ତାର ଶୋଚନୀୟ ଅବସ୍ଥା, ଭଲ ରାସ୍ତାଟିଏ ପାଇଁ ଅସରନ୍ତି ଅପେକ୍ଷା

author img

By

Published : Jul 28, 2019, 1:18 AM IST

ଅନେକ ଦିନର ଦାବି ଓ ଅପେକ୍ଷା, ନିର୍ବାଚନ ବେଳେ ମାଳ ମାଳ ପ୍ରତିଶୃତି କିନ୍ତୁ ଆଜି ବି ଭଲ ରାସ୍ତା ଟିଏ ସାତସ୍ବପ୍ନ । ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଟେମରି ପଞ୍ଚାୟତରେ ଥିବା ଧାନ୍ଦୁପାଲି ଗାଁ ରାସ୍ତାର ଏହି ଶୋଚନୀୟ ଅବସ୍ଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା: ବରଗଡ

ବରଗଡ: ଦେଶ ସ୍ଵାଧୀନ ହେବାର ୭୩ ବର୍ଷ ବିତିଯାଇଥିଲେ ବି ଆଜି ମଧ୍ୟ ବହୁ ଗାଁ ଗଣ୍ଡାକୁ ଭଲ ରାସ୍ତାଟିଏ ନାହିଁ । ଭଲ ରାସ୍ତା ନିର୍ମାଣ କରିବା ପାଇଁ ସରକାର ବହୁ ସଡକ ଯୋଜନା କରିଆସୁଥିଲେ ସୁଦ୍ଧା ସରକାରଙ୍କ ସବୁ ଯୋଜନା ଫେଲ ମାରିଛି । ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ସରକାର ତଥା ଜିଲ୍ଲା ପ୍ରଶାସନର ଅବହେଳା ଓ ଅଣଦେଖା ମନୋଭାବ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡିଛି ଏଠାକାର ଜନଜୀବନ । ଏହି ଅଞ୍ଚଳର ବହୁ ଗ୍ରାମକୁ ନା ରହିଛି ଭଲ ରାସ୍ତା ନା ମିଳୁଛି ଏଠାକାର ଲୋକଙ୍କୁ କୌଣସି ମୌଳିକ ସୁବିଧା ସୁଯୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା: ବରଗଡ

ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଟେମରି ପଞ୍ଚାୟତରେ ରହିଥିବା ଧାନ୍ଦୁପାଲି ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ତା ଶୋଚନୀୟ ହୋଇପଡିଥିବାରୁ ଏଠାକାର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶତାଧିକ ପରିବାର ରହୁଥିବା ଏହି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ଧାନ୍ଦୁପାଲି ଗ୍ରାମରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ରାସ୍ତା ଅତି ଶୋଚନୀୟ ହୋଇପଡିଛି । ବର୍ଷା ଦିନରେ ମାଟି କାଦୁଅର ଏହି ରାସ୍ତାରେ ଯାତାୟାତ କରିବା ବିପଦପୂର୍ଣ୍ଣ ।

ଗ୍ରାମର ଛାତ୍ରଛାତ୍ରୀ ୩ କିଲୋମିଟର ଦୂର ଟେମରି ହାଇସ୍କୁଲକୁ ପାଠପଢିବାକୁ ଯିବାରେ ଅସୁବିଧା ହେଉଥିବା ବେଳେ ଏଠାକାର ରୋଗୀ ଏବଂ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଅନେକ ସମସ୍ୟା ଦେଖାଦେଇଛି । ରାସ୍ତାଟି ବର୍ଷା ଦିନରେ କାଦୁଅ ହୋଇଯାଉଥିବାରୁ ଏହି ରାସ୍ତା ଦେଇ କୌଣସି ଯାନବାହାନ ତ ଦୂରର କଥା ପାଦରେ ଚାଲି ମଧ୍ୟ ଯାଇ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏପରି ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ହେଉପାରୁନଥିବା ଯୋଗୁଁ ଅନେକ ରୋଗୀ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଜୀବନ ହରାଉଛନ୍ତି । ଆହୁରି ମଧ୍ୟ ଟେମରି ପଞ୍ଚାୟତ ହୋଇଥିବାରୁ ବାର୍ଦ୍ଧକ୍ୟ ଭତ୍ତା ନେବାକୁ ଯିବା ପାଇଁ ଧାନ୍ଦୁପାଲି ଗ୍ରାମର ବୃଦ୍ଧବୃଦ୍ଧା ମାନେ ଅନେକ ଅସୁବିଧା ଭୋଗୁଛନ୍ତି ।

ସେଥିପାଇଁ ଏହି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ବାରମ୍ବାର ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ବହୁ ରାଜନୈତିକ ଦଳ ନିର୍ବାଚନ ସମୟରେ ଏହି ଗ୍ରାମକୁ ଆସି ମିଥ୍ୟା ପ୍ରତିଶ୍ରୁତି ଦେଇ ଫେରିଯାଇଥାନ୍ତି । ଏହିପରି ଭାବେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଅଞ୍ଚଳର ଶୋଚନୀୟ ରାସ୍ତା ଓ ଅବହେଳିତ ଲୋକଙ୍କ ପ୍ରତି ଜିଲ୍ଲାପ୍ରଶାସନ ଓ ରାଜନୈତିକ ଦଳ ମାନଙ୍କର ନଜର ପଡିନାହିଁ । ତେବେ ବର୍ଷା ଦିନ ସରିବା ପୂର୍ବରୁ ଏହି ରାସ୍ତା ମରାମତି ହେଉଛି ନା ପୁଣି କରିବାକୁ ପଡୁଛି ଅସରନ୍ତି ଅପେକ୍ଷା, ତାହା ଦେଖିବାକୁ ବାକି ରହିଲା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:||ବରଗଡ ||
ଦେଶ ସ୍ଵାଧୀନ ହେବାର ୭୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ମଧ୍ୟ ବହୁ ଗାଁ ଗଣ୍ଡାକୁ ଭଲ ରାସ୍ତା ଟିଏ ମଧ୍ୟ ନାହି | ଗାଁ ଗଣ୍ଡାକୁ ଭଲ ରାସ୍ତା ନିର୍ମାଣ କରିବା ପାଇଁ ସରକାର ବହୁ ସଡକ ଯୋଜନା କରିଆସୁଥିଲେ ସୁଦ୍ଧା ସରକାରଙ୍କ ସବୁ ଯୋଜନା ଫେଲ ମାରିଛି | ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ସରକାର ତଥା ଜିଲ୍ଲା ପ୍ରଶାସନ ର ଅବହେଳା ଓ ଅଣଦେଖା ମନୋଭାବ କାରଣରୁ ବିପର୍ଯ୍ୟସ୍ତ ହୋଇପଡିଛି ଏଠାକାର ଜନଜୀବନ | ଏହି ଅଞ୍ଚଳରେ ବହୁ ଗ୍ରାମକୁ ନା ରହିଛି ଭଲ ରାସ୍ତା ଟିଏ ନା ମିଳୁଛି ଲୋକଙ୍କୁ ଏଠାକାର ଲୋକଙ୍କୁ କୌଣସି ମୌଳିକ ସୁବିଧା ସୁଯୋଗ |
Body:ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଟେମରି ପଞ୍ଚାଯତରେ ରହିଥିବା ଧାନ୍ଦୁପାଳି ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ତା ଶୋଚନୀୟ ହୋଇପଡିଥିବା ବେଳେ ଏଠାକାର ଲୋକେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ଗ୍ରାମରେ ଶତାଧିକ ପରିବାର ରହୁଥିବା ବେଳେ ଏହି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହି | ଧାନ୍ଦୁପାଳି ଗ୍ରାମରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ର ରାସ୍ତାଟି ଅତି ଶୋଚନୀୟ ହୋଇପଡିଛି | ବର୍ଷା ଦିନରେ ମାଟି କାଦୁଅର ଏହି ରାସ୍ତାରେ ଯାତାୟାତ କରିବା ବିପଦପୂର୍ଣ ହୋଇପଡିଛି | ଏହି ଗ୍ରାମର ଛାତ୍ରଛାତ୍ରୀ ୩ କିଲୋମିଟର ଦୂର ଟେମରି ହାଇସ୍କୁଲ କୁ ପାଠପଢିବାକୁ ଯିବାରେ ଅସୁବିଧା ହେଉଥିବା ବେଳେ ଏଠାକାର ରୋଗୀ ଏବଂ ଗର୍ଭବତୀ ଙ୍କୁ ଡାକ୍ତରଖାନା ନେବା ପାଇଁ ଅନେକ ସମସ୍ୟା ଦେଖାଦେଇଛି | ରାସ୍ତାଟି ବର୍ଷା ଦିନରେ କାଦୁଅ ହୋଇଯାଉଥିବାରୁ ଏହି ରାସ୍ତା ଦେଇ କୌଣସି ଜାନବାହାନ ତ ଦୂରର କଥା ପାଦରେ ଚାଲି ମଧ୍ୟ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ | ତେବେ ଏପରି ପରିସ୍ଥିତିରେ ଏମ୍ବୁଲେନ୍ସ ସେବା ମଧ୍ୟ ଉପଲବ୍ଧ ହେଉପାରୁନଥିବା ଯୋଗୁଁ ଅନେକ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଜୀବନ ହରାଉଛନ୍ତି | ଆହୁରି ମଧ୍ୟ ଟେମରି ପଞ୍ଚାଯତ ହୋଇଥିବାରୁ ବାର୍ଦ୍ଧକ୍ୟ ଭତ୍ତା ନେଇଯିବା ପାଇଁ ଧାନ୍ଦୁପାଳି ଗ୍ରାମର ବୃଦ୍ଧବୃଦ୍ଧା ମାନେ ଅନେକ ଅସୁବିଧା ଭୋଗୁଛନ୍ତି |
Conclusion:ସେଥିପାଇଁ ଏହି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ବାରମ୍ବାର ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଆସୁଛି | ବହୁ ରାଜନୈତିକ ଦଳ ନିର୍ବାଚନ ସମୟରେ ଏହି ଗ୍ରାମକୁ ଆସି ମିଥ୍ୟା ପ୍ରତିଶ୍ରୁତି ଦେଇ ଫେରିଯାଇଥାନ୍ତି ଏପରି ଯୁଗ ଯୁଗ ବିତିଯାଇଥିଲେ ମଧ୍ୟ ଏହି ଅଞ୍ଚଳର ଶୋଚନୀୟ ରାସ୍ତା ଓ ଅବହେଳିତ ଲୋକଙ୍କ ପ୍ରତି ଜିଲ୍ଲାପ୍ରଶାସନ ଓ ରାଜନୈତିକ ଦଳ ମାନଙ୍କର ନଜର ପଡିନାହି |
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.