ETV Bharat / state

ଦିବ୍ୟାଙ୍ଗ ପାଇଁ ପାରା କ୍ରୀଡା ପ୍ରତିଯୋଗିତା

author img

By

Published : Nov 14, 2019, 3:50 AM IST

ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରେ ଆୟୋଜିତ ହୋଇଛି ଦିବ୍ୟାଙ୍ଗଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା । ଅଂଶଗ୍ରହଣ କରିଛନ୍ତି 405 ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ...

ଦିବ୍ୟାଙ୍ଗ ପାଇଁ ପାରା କ୍ରୀଡା ପ୍ରତିଯୋଗିତା

ବରଗଡ଼: ଜିଲ୍ଲାରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବରଗଡ଼ ଜର୍ଜ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି । ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର 12ଟି ବ୍ଲକରୁ ସମୁଦାୟ 405 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

ଦିବ୍ୟାଙ୍ଗ ପାଇଁ ପାରା କ୍ରୀଡା ପ୍ରତିଯୋଗିତା

ଦିବ୍ୟାଙ୍ଗଙ୍କ ମନୋବଳ ବୃଦ୍ଧି କରିବା ଏବଂ କୃତି ଖେଳାଳି ମାନଙ୍କୁ ଆଗକୁ ବଢ଼ିବାରେ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି ପାରା ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ତେବେ ଜିଲ୍ଲାର ସମସ୍ତ ବ୍ଲକର ବହୁ ଦିବ୍ୟାଙ୍ଗ ସ୍କୁଲ ଗୁଡ଼ିକର 405 ଜଣ ଛାତ୍ରଛାତ୍ରୀ ଏହି ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲା ସ୍ତରୀୟ ଏହି ପାରା ଖେଳ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଖେଳାଳି ମାନଙ୍କୁ ରାଜ୍ୟ ସ୍ତରୀୟ ଖେଳ ଓ ପରେ କେନ୍ଦ୍ରୀୟ ପାରା ଖେଳ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ଦିଆଯିବ । ତେବେ 17 ପ୍ରକାରର ଖେଳ ବିଭାଗରେ ବହୁ ଦିବ୍ୟାଙ୍ଗଙ୍କୁ ଅଂଶଗ୍ରହଣର ସୁଯୋଗ ଦିଆଯାଇଥିଲା । ଦୌଡ଼, ଲମ୍ଵଡିଆଁ, ଉଚ୍ଚଡିଆଁ, ଶଟପୁଟ, ଟ୍ରାଇସାଇକେଲ ପ୍ରତିଯୋଗିତା ଇତ୍ୟାଦି ବହୁ ପ୍ରକାର ଖେଳରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ମଧ୍ୟ ଭାଗନେଇ ବେଶ ଖୁସି ଅନୁଭବ କରିଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ମାନଙ୍କ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବରଗଡ଼ ଜର୍ଜ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି । ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ୧୨ ଗୋଟି ବ୍ଲକରୁ ସମୁଦାୟ ୪୦୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗଦାନ କରିଛନ୍ତି ।

Body:ବରଗଡ଼ ଜିଲ୍ଲାରେ ପ୍ରଥମ ଥରପାଇଁ ଆରମ୍ଭ ହୋଇଛି ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ପାରା ଖେଳ ପ୍ରତିଯୋଗିତା । ଦିବ୍ୟାଙ୍ଗ ମାନଙ୍କ ମନୋବଳ ବୃଦ୍ଧି କରିବା ଏବଂ କୃତି ଖେଳାଳି ମାନଙ୍କୁ ଆଗକୁ ବଢ଼ିବାରେ ସୁଯୋଗ ଦେବା ଉଦ୍ୟେଶରେ ଏହି ପାରା ଖେଳ ପ୍ରତିଯୋଗିତା ଆରମ୍ଭ କରାଯାଇଛି । ତେବେ ଜିଲ୍ଲାର ସମସ୍ତ ବ୍ଲକର ବହୁ ବିକଳାଙ୍ଗ ସ୍କୁଲ ଗୁଡ଼ିକର ୪୦୫ ଜଣ ଛାତ୍ରଛାତ୍ରୀ ଏହି ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଏହି ଜିଲ୍ଲା ସ୍ତରୀୟ ପାରା ଖେଳ ପ୍ରତିଯୋଗିତାରେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଖେଳାଳୀ ମାନଙ୍କୁ ରାଜ୍ୟ ସ୍ତରୀୟ ଖେଳ ଓ ପରେ କେନ୍ଦ୍ରୀୟ ପାରା ଖେଳପ୍ରତିଯୋଗିତାରେ ଖେଳିବାର ସୁଯୋଗ ଦିଆଯିବ । ତେବେ ୧୭ ପ୍ରକାରର ଖେଳରେ ବହୁ ଭିନ୍ନକ୍ଷମ ମାନଙ୍କୁ ଅଂଶଗ୍ରହଣ ର ସୁଯୋଗ ଦିଆଯାଇଥିଲା । ଦୌଡ଼, ଲମ୍ଵଡିଆଁ , ଉଚ୍ଚଡିଆଁ , ଶଟଫୁଟ , ଟ୍ରାଇସାଇକିଲ ପ୍ରତିଯୋଗିତା ଇତ୍ୟାଦି ବହୁ ପ୍ରକାର ଖେଳରେ ଦିବ୍ୟାଙ୍ଗ ଛାତ୍ରୀ ମାନେ ମଧ୍ୟ ଭାଗନେଇ ବେଶ ଖୁଶି ଅନୁଭବ କରିଥିଲେ ।
ବାଇଟ ୧- କମଳାକାନ୍ତ ମିଶ୍ର ( DSSO)
ବାଇଟ୨- ସରୋଜ କୁମାର ମହାନ୍ତି ( ଆନ୍ତର୍ଜାତୀୟ କୋଚ)
ବାଇଟ ୩- ସୁଭମ ମେହେର ( ଦିବ୍ୟାଙ୍ଗ ଖେଳାଳୀ)
ବାଇଟ ୪- ସନାତନ ସାହୁ ( ସ୍କୁଲ ଶିକ୍ଷକ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.