ETV Bharat / state

Padmapur Bypoll Result: କିଏ ଜିତିବ ପଦ୍ମପୁର ବାଜି, ଆରମ୍ଭ ହେଲା ଭୋଟ ଗଣତି - ପଦ୍ମପୁର ବିଧାନସଭା ଆସନ

ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ । ବରଗଡ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମନିଷା ବାନାର୍ଜୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଅଧିକ ପଢନ୍ତୁ

Padmapur Bypoll result
Padmapur Bypoll result
author img

By

Published : Dec 8, 2022, 7:24 AM IST

Updated : Dec 8, 2022, 8:07 AM IST

ବରଗଡ: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ । କିଏ ହାତେଇବ ପଦ୍ମପୁର ବିଧାନସଭା ଆସନ ? କାହା ସପକ୍ଷରେ ଯିବ ପଦ୍ମପୁର ରାୟ ? ବିଜେପି, ବିଜେଡି ନା କଂଗ୍ରେସ । କଣ ସଙ୍କେତ ଦେଇଛି ରେକର୍ଡ ଭୋଟିଂ ଆଜି ତାହା ସ୍ପଷ୍ଟ ହୋଇଯିବ । ଏନେଇ ଆଜି(ଗୁରୁବାର) ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ୩୧୯ ବୁଥର EVMର ଭୋଟ ଗଣତି ପରେ ଫଳାଫଳ ଘୋଷଣା ହେବ ।

ବରଗଡ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମନିଷା ବାନାର୍ଜୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆରମ୍ଭ ହେବ ଭୋଟ ଗଣତି । ଉପ ଜିଲ୍ଲାପାଳ ତଥା ରିର୍ଟନିଂ ଅଫିସର ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ସମାପନ ହେବ। ତାଙ୍କୁ ୩ଜଣ ସହକାରୀ ରିର୍ଟନିଂ ଅଫିସର ସହଯୋଗ କରିବେ । ୧୪ଟି ଟେବୁଲରେ ଭୋଟ ଗଣତି ହେବାକୁ ଥିବା ବେଳେ ୧୮ କାଉଣ୍ଟିଂ ସୁପରଭାଇଜର, ୧୮ଜଣ କାଉଣ୍ଟିଂ ସହାୟକ, ୨୦ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ୨୩ ରାଉଣ୍ଡ ଭୋଟ ଗଣନା ହେବ । ପୋଷ୍ଟାଲ ବାଲାଟ ପ୍ରଥମେ ଗଣତି ହେବ । ଭୋଟ ଗଣତି ଗାଇସିଲେଟ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତାଙ୍କୁ ଦାୟିତ୍ଵ ଦିଆଯାଇଛି । ଉପ କୋଷାଗାର ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ଷ୍ଟ୍ରଙ୍ଗ ରୁମ ଦାୟିତ୍ଵରେ ରହିଛନ୍ତି ।

ସେହିପରି ୪ଜଣ ଅଧିକାରୀଙ୍କୁ ଇଭିଏମ ମେସିନ ଆଣିବା ଓ ରି ସିଲିଂ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ଗଣନା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟର କମ୍ପ୍ୟୁଟରୀକରଣ ପାଇଁ ୮ ଜଣ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହୋଇଛନ୍ତି । ତେବେ ଭୋଟ ଗଣତି ସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । BSF ଏବଂ ଜିଲ୍ଲା ପୋଲିସ କାଉଣ୍ଟିଂ ଏରିଆ ଭିତରେ ଓ ବାହାରେ ମୁତୟନ ହୋଇଛନ୍ତି ।

ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସକାଳ ୭ଟାରୁ କଡା ସୁରକ୍ଷା ମଧ୍ୟରେ ୩୧୯ ବୁଥର ମତଦାନ କରିଥିଲେ ଭୋଟର । ବିଜେଡି ପ୍ରାର୍ଥୀ ବର୍ଷା ସିଂହ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ଭୋଟର । ଯାହାର ଫଳାଫଳ ଆଜି ଆସିବ ।

ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ପଡିଥିଲା । ୬୫ ବର୍ଷ ବୟସରେ ଆଖି ବୁଜିଥିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ସେ ଦୀର୍ଘ ୨ ବର୍ଷ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁରରୁ ୫ ଥର ବିଧାୟକ ଥିଲେ । ୧୯୯୦ ଓ ୧୯୯୫ରେ ସେ ଜନତା ଦଳ ଟିକେଟରେ ବିଧାନସଭା ଆସିଥିଲେ । ସେହିପରି ୨୦୦୦, ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ୨୦୧୪ରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାଜିତ ହୋଇଥିଲେ ।

ଇଟିଭି ଭାରତ, ବରଗଡ

Last Updated : Dec 8, 2022, 8:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.