ETV Bharat / state

Padmapur By Poll: ଧାମନଗରରେ କଂଗ୍ରେସ ଭୋଟ ବିକ୍ରି ହୋଇଗଲା: ତାରା

ପଦ୍ମପୁର ଉପନିର୍ବାଚନକୁ ନେଇ ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ଟିକେଟ ଦିଆଗଲେ କଂଗ୍ରେସ ନିଶ୍ଚୟ ଜିତିବ । ତେବେ ଏଥିପାଇଁ ଉଭୟ ପ୍ରାର୍ଥୀ ଓ କଂଗ୍ରେସ ଏକ ହୋଇ ଲଢେଇ କଲେ କଂଗ୍ରେସ ବିଜୟୀ ହେବ । ତାରା କହିଛନ୍ତି ପଦ୍ମପୁରରେ ବିଜେଡି ବିକାଶ କରିନି ବରଂ ବିନାଶ କରିଛି । ପଦ୍ମପୁରର ଚାଷୀ ମାନେ ବିଜେଡି ଓ ବିଜେପି ଉପରେ କ୍ଷୁବ୍ଧ ଅଛନ୍ତି । ଅଧିକ ପଢନ୍ତୁ

Padmapur By Poll: ଧାମନଗରରେ କଂଗ୍ରେସ ଭୋଟ ବିକ୍ରି ହୋଇଗଲା:  ତାରା
Padmapur By Poll: ଧାମନଗରରେ କଂଗ୍ରେସ ଭୋଟ ବିକ୍ରି ହୋଇଗଲା: ତାରା
author img

By

Published : Nov 11, 2022, 11:02 PM IST

ଭୁବନେଶ୍ବର: ପଦ୍ମପୁର ବ୍ୟାଟେଲ ପାଇଁ ପ୍ରସ୍ତୁତି ଜୋରଦାର । ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ବିଜେପି ପ୍ରାର୍ଥୀ ସ୍ପଷ୍ଟ ଥିବା ବେଳେ, ବିଜେଡି କଂଗ୍ରେସ ଅଙ୍କକଷୁଛନ୍ତି ।

Padmapur By Poll: ଧାମନଗରରେ କଂଗ୍ରେସ ଭୋଟ ବିକ୍ରି ହୋଇଗଲା: ତାରା

ଏପରି ସ୍ଥିତିରେ ପଦ୍ମପୁର ଉପନିର୍ବାଚନକୁ ନେଇ ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଭୟ ପ୍ରାର୍ଥୀ ଓ କଂଗ୍ରେସ ଏକାକୀ ହୋଇ ଲଢେଇ କଲେ କଂଗ୍ରେସ ବିଜୟୀ ହେବ । ତାରା କହିଛନ୍ତି ପଦ୍ମପୁରରେ ବିଜେଡି ବିକାଶ କରିନି ବରଂ ବିନାଶ କରିଛି। ବରଗଡ ଜିଲ୍ଲା ଓଡିଶାର ଭାତହାଣ୍ଡି । ପଦ୍ମପୁରର ଚାଷୀ ମାନେ ଅତ୍ୟନ୍ତ କ୍ଷୁବ୍ଧ ଅଛନ୍ତି । ଆସନ୍ତା ଉପନିର୍ବାଚନରେ ତାର ପ୍ରଭାବ ଦେଖିବାକୁ ମିଳିବ । ଉଭୟ କଂଗ୍ରେସ ଏବଂ ସତ୍ୟ ଭୂଷଣ ସାହୁ ମିଶିଲେ ଭଲ ପ୍ରଦର୍ଶନ କରିବ କଂଗ୍ରେସ । ପଦ୍ମପୁରରେ କଂଗ୍ରେସର ମୂଳଦୁଆ ସୁଦୃଢ ଅଛି । 40 ହଜାର ପାଖାପାଖି କଂଗ୍ରେସର ପକେଟ ଭୋଟ ରହିଛି । ସତ୍ୟଭୂଷଣ ସାହୁଙ୍କୁ ଟିକେଟ ଦିଆଗଲେ କଂଗ୍ରେସ ନିଶ୍ଚୟ ଜିତିବ ବୋଲି ତାରା କହିଛନ୍ତି ।

ସେହିପରି ତାରା କହିଛନ୍ତି, ଧାମନଗରରେ କଂଗ୍ରେସ ଭୋଟ ବିକ୍ରି ହୋଇଗଲା । ଦଳୀୟ ନେତା ମାନେ ଯେଉଁ ଭଳି ଲଢିବା କଥା ଲଢିଲେ ନାହିଁ । ପଦ୍ମପୁର ଜିତିବାକୁ ହେଲେ ସତ୍ୟ ଭୂଷଣଙ୍କୁ ଟିକେଟ ସହ ଅର୍ଥ ଦେଇ ସହଯୋଗ କଲେ ଦଳ ନିଶ୍ଚୟ ଜିତିବ ବୋଲି କହିଛନ୍ତି ତାରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.