ETV Bharat / state

ପଦ୍ମପୁର ଉପନିର୍ବାଚନ: ଯାଞ୍ଚ ବେଳେ ନାକଚ ହେଲା 2 ପ୍ରାର୍ଥୀପତ୍ର - ପଦ୍ମପୁର ଉପନିର୍ବାଚନ ମୈଦାନରେ11 ଜଣ ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି 11 ଜଣ ପ୍ରାର୍ଥୀ। ମୋଟ 13 ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଉପଯୁକ୍ତ ଦସ୍ତାବେଜ ପ୍ରଦାନ କରିନଥିବା ଯୋଗୁଁ 2 ଜଣଙ୍କ ପ୍ରାର୍ଥୀପତ୍ର ଖାରଜ କରାଯାଇଛି। ଅଧିକ ପଢ଼ନ୍ତୁ

padmapur by poll 2 candidates rejected during scrutiny
ପଦ୍ମପୁର ଉପନିର୍ବାଚନ: ଯାଞ୍ଚ ବେଳେ ଖାରଜ ହେଲା 2 ପ୍ରାର୍ଥୀପତ୍ର
author img

By

Published : Nov 20, 2022, 9:45 AM IST

Updated : Nov 20, 2022, 10:03 AM IST

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା 13 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 2 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି । ଏନେଇ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି । ନାକଚ ହୋଇଥିବା ଉଭୟ ନାମାଙ୍କନ ପାତ୍ର ସ୍ଵାଧୀନ ପ୍ରାର୍ଥୀଙ୍କ ହୋଇଥିବା ଜଣାପଡିଛି । ଉଭୟ ପ୍ରାର୍ଥୀ ପଦ୍ମପୁର ନିର୍ବାଚନମଣ୍ଡଳୀ ବାହାରର ହୋଇଥିବା ବେଳେ ଉପଯୁକ୍ତ ଦସ୍ତାବେଜ ପ୍ରଦାନ କରିନଥିବା ଯୋଗୁଁ ସେମାନଙ୍କ ନାମାଙ୍କନ ପତ୍ର ଖାରଜ କରାଯାଇଛି ।

ଯାଞ୍ଚ ବେଳେ ନାକଚ ହେଲା 2 ପ୍ରାର୍ଥୀପତ୍ର

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ସମୟ 17 ତାରିଖ ରହିଥିଲା । 17 ତାରିଖ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ହେଲେ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରଥମ କରି ନାମାଙ୍କନ ପତ୍ର ଦାଖଲ କରିଥିବା ଜୟନ୍ତ ଥାପାଙ୍କର ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଖାରଜ କରାଯାଇଛି । ସେହିପରି ଦେବବ୍ରତ ଶୁନାନୀ ନାମକ ସ୍ଵାଧୀନ ପ୍ରାର୍ଥୀଙ୍କର ମଧ୍ୟ ନାମାଙ୍କନ ପତ୍ର ଖାରଜ ହୋଇଛି । ଉଭୟ ପ୍ରାର୍ଥୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନୁହଁନ୍ତି । ଏଥିସହ ସେମାନେ ଆବଶ୍ୟକୀୟ ଇଲୋକ୍ଟୋରାଲ ସାର୍ଟିଫାଏ କପି ଦସ୍ତାବିଜ ପ୍ରଦାନ କରିନଥିଲେ । ତେଣୁ ସେମାନଙ୍କର ନାମାଙ୍କନ ପତ୍ରକୁ ନାକଚ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର ।

ଏହା ମଧ୍ୟ ପଢ଼ନ୍ତୁ: Padmapur ByPoll: ନିର୍ବାଚନ ପରିଚାଳନା ପ୍ରସ୍ତୁତି ଦେଖିଲେ ପର୍ଯ୍ୟବେକ୍ଷକ

ପ୍ରକାଶଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ରହିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବର୍ତ୍ତମାନ ମୈଦାନକୁ 11ଜଣ ପ୍ରାର୍ଥୀ ଓହ୍ଲାଇଛନ୍ତି । ପଦ୍ମପୁର ଉପନିର୍ବାଚନରେ ମତଦାନ ପାଇଁ ୨, ୫୯, ୩୨୬ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ୧,୩୦,୩୩୧ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧, ୨୮, ୯୮୧ । ୧୪ ଜଣ କିନ୍ନର ଭୋଟର ରହିଛନ୍ତି । ସେହିଭଳି ଏହି ନିର୍ବାଚନମଣ୍ଡଳୀରେ ୧୮୨ ସର୍ଭିସ ଭୋଟର ଅଛନ୍ତି ।

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ(Padmapur bypoll) ହେବ । ଏଥିପାଇଁ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲ ଶେଷ ଦିନ । ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏହାପରେ ଡିସେମ୍ବର ୫ରେ ମତଦାନ ହୋଇ ୮ ତାରିଖରେ ଭୋଟ ଗଣତି ହେବ ।

ଇଟିଭି ଭାରତ, ବରଗଡ଼

Last Updated : Nov 20, 2022, 10:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.