ETV Bharat / state

ଡ଼ିସେମ୍ବର 5ରେ ପଦ୍ମପୁର ଉପନିର୍ବାଚନ, ସୁଶାନ୍ତ କହିଲେ ବିଜୟୀ ହେବ BJD

author img

By

Published : Nov 6, 2022, 7:28 AM IST

ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ନିର୍ବାଚନ । ଅଧିକ ପଢନ୍ତୁ

ପଦ୍ମପୁର ଉପନିର୍ବାଚନ: ଘୋଷଣା ହେଲା ତାରିଖ, ଡ଼ିସେମ୍ବର 5ରେ ହେବ ନିର୍ବାଚନ

ବରଗଡ଼: ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ମୃତ୍ୟୁ ପରେ ପଦ୍ମପୁରରେ ଉପ ନିର୍ବାଚନ ହେବ । ନିର୍ବାଚନ କମିଶନ ଏଥିପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଡ଼ିସେମ୍ବର ୫ତାରିଖରେ (Padmapur Bypoll) ଭୋଟ ଗ୍ରହଣ ଓ ୮ତାରିଖରେ ଭୋଟ ଗଣତି ହେବ । ଚଳିତ ମାସ ୧୦ରୁ ନିର୍ବାଚନ ଆଚରଣବିଧି ଲାଗୁ ହେବାକୁ ଥିବାବେଳେ ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ସୀମା ରହିଛି ।

ସେହିପରି ୧୮ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ୨୧ର ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଛି । ଏହି ଅବସରରେ ଅଞ୍ଚଳରେ ନିର୍ବାଚନୀ ବିଗୁଲ ବାଜିଲା ଓ ଆଶା ଉଷ୍ମତା ବଢିଛି । ଧାମନଗର ଉପନିବାର୍ଚନର ଫଳାଫଳ ଆସିବା ପୂର୍ବରୁ ପଦ୍ମପୁର ଉପନିବାର୍ଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବେ, ସେ ନେଇ ଗାଁରୁ ରାଜଧାନୀ ଯାଏ ଚର୍ଚ୍ଚା ଆଲୋଚନା ।

ଏହା ବି ପଢନ୍ତୁ- Padamapur By-Poll: ବିଜୟ ସମ୍ଭାବନା ଓ ଭାବମୂର୍ତ୍ତି ଦେଖି ପ୍ରାର୍ଥୀ ଚୟନ କରିବେ ସଭାପତି କହିଲେ ସୁଧୀର

ସେପଟେ ଧାମନଗରରେ ଦୁଇ ଦଳ ବିଜେଡି ଓ ବିଜେପି ଜୋରଦାର ବଳ କଷାକଷି ହୋଇଥିବାରୁ ପଦ୍ମପୁରରେ ମଧ୍ୟ ତାହା ପ୍ରତିଫଳିତ ହେବ ବୋଲି ଚର୍ଚ୍ଚା ହେଉଛି । ହେଲେ ବିରୋଧୀଙ୍କ ପାଖରେ ଏଠାରେ ମାଳ ମାଳ ପ୍ରସଙ୍ଗ ଥିଲେ ବି, ସପ୍ତାହେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ଏଥିରେ ବିରାମ ଦେଇପାରେ । ତେବେ ଜିଲ୍ଲାରେ ବିଶେଷ କରି ପଦ୍ମପୁର ଉପଖଣ୍ଡ ରେ ଚାଷୀ ଆନ୍ଦୋଳନ ଶାସକ ଦଳର ମୁଣ୍ଡବିନ୍ଧାର କାରଣ ହେବ ବୋଲି ଜଣାପଡିଛି । ଫସଲ ବୀମାକୁ ନେଇ ଚାଷୀ ମାନେ ଯେଉଁ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀଙ୍କ ଆକ୍ରୋଶ ମଧ୍ୟ ଏହି ଅଞ୍ଚଳରେ ଉପନିର୍ବାଚନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ନିଶ୍ଚୟ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.