ETV Bharat / state

ମଣ୍ଡିରେ ସୁରକ୍ଷିତ ନୁହେଁ ବସ୍ତା, ପ୍ରବଳ ବର୍ଷାରେ ଭିଜୁଛି ଧାନ - ପ୍ରବଳ ବର୍ଷାରେ ଭିଜୁଛି ଧାନ

ରବି ଫସଲର ଧାନ ସଂଗ୍ରହ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି । ଯେଉଁଥିପାଇଁ ଜିଲ୍ଲାର ସମସ୍ତ ଧାନ ମଣ୍ଡିମାନଙ୍କରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ଅଧିକ ପଢନ୍ତୁ...

ମଣ୍ଡିରେ ସୁରକ୍ଷିତ ନୁହେଁ ବସ୍ତା, ପ୍ରବଳ ବର୍ଷାରେ ଭିଜୁଛି ଧାନ

author img

By

Published : Jun 3, 2020, 7:24 PM IST

ବରଗଡ: ଜିଲ୍ଲାରେ ଦୁଇ ଦିନ ହେଲା ଲାଗି ରହିଛି ପ୍ରବଳ ବର୍ଷା । ଯାହାକୁ ନେଇ ଆଶଙ୍କାରେ ଅଛନ୍ତି ଚାଷୀକୂଳ । କାରଣ ଧାନ ମଣ୍ଡିମାନଙ୍କରେ ଏବେ ବି ପଡି ରହିଛି ହଜାର ହଜାର ବସ୍ତା ଧାନ । ବର୍ଷା ପାଣିରେ ଭିଜି ଏସବୁ ନଷ୍ଟ ହୋଇଯିବାର ଭୟ ରହିଛି ।

ମଣ୍ଡିରେ ସୁରକ୍ଷିତ ନୁହେଁ ବସ୍ତା, ପ୍ରବଳ ବର୍ଷାରେ ଭିଜୁଛି ଧାନ

ପ୍ରକାଶ ଥାଉ କି ମଙ୍ଗଳବାର ସକାଳ 11ଟା ସମୟରେ ଜିଲ୍ଲାର ବହୁ ସ୍ଥାନରେ ହଠାତ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଧାନ ମଣ୍ଡି ବାହାରେ ପଡିରହିଥିବା ଚାଷୀଙ୍କର ଧାନ ସବୁ ବର୍ଷା ପାଣିରେ ଭିଜି ଯାଇଥିଲା । ବେଡି ଉପରେ କୋରୋଡା ମାଡ ଭଳି ବୁଧବାର ଅପରାହ୍ନରେ ପୁଣି ପ୍ରବଳ ବର୍ଷା ହୋଇଛି । ଯାହାକୁ ନେଇ ଚାଷୀମାନେ ଚିନ୍ତାଗ୍ରସ୍ତ ।

ଭିଜିଯାଇଥିବା ଧାନକୁ କଣ କରିବେ ଏବେ ସେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ରବି ଫସଲର ଧାନ ସଂଗ୍ରହ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି । ଯେଉଁଥିପାଇଁ ଜିଲ୍ଲାର ସମସ୍ତ ଧାନ ମଣ୍ଡିମାନଙ୍କରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ମହାମାରୀ କାରଣରୁ ଦିନକୁ ମାତ୍ର ୩୫ ଜଣ ଚାଷୀଙ୍କ ଧାନ ବିକ୍ରି କରାଯିବାର ନିୟମ ଏବେ ଚାଷୀଙ୍କ ପାଇଁ କାଳ ହେବାକୁ ଲାଗିଲାଣି ।

ଅଦିନିଆ ବର୍ଷା କାରଣରୁ ଚାଷୀର ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହେବାର ଭୟ ଲାଗି ରହିଛି । ସେଥିପାଇଁ ମଣ୍ଡିରେ ସୁରକ୍ଷିତ ଭାବେ ନିଜର ଧାନ ରଖିଥିଲେ । ମାତ୍ର ସେଠାରେ ମଧ୍ୟ ଅବ୍ୟବସ୍ଥା ଯୋଗୁଁ ଧାନ ସବୁ ନଷ୍ଟ ହୋଇ ଗଜା ହୋଇଯିବାର ଭୟ ଘାରିଲାଣି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.