ETV Bharat / state

ପଦ୍ମପୁର ଫାଇଟ: ଆଜି ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

author img

By

Published : Nov 17, 2022, 11:22 AM IST

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ । 14 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଏବେ ସୁଦ୍ଧା ଜଣେ ହେଲେ ବି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ଆଜି ଶେଷ ଦିନ ଥିବାକୁ ସମସ୍ତ ପ୍ରାର୍ଥୀ ନାମାଙ୍କନ ଭରିବାକୁ ପ୍ରସ୍ତୁତ ହେଉଛନ୍ତି । ଅଧିକ ପଢନ୍ତୁ

ପଦ୍ମପୁର ଉପନିର୍ବାଚନ, ଆଜି ନାମାଙ୍କନ ଦାଖଲର ଶେଷ ଦିନ

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ । 14 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଏବେ ସୁଦ୍ଧା ଜଣେ ହେଲେ ବି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ନାମାଙ୍କନ ଭରିବା ପାଇଁ ଏକ ପ୍ରକାର ଛକାପଞ୍ଝା ଦେଖିବାକୁ ମିଳିଥିଲା । ଆଜି ଶେଷ ଦିନ ଥିବାରୁ ମଇଦାନରେ ଥିବା ସମସ୍ତ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ଶେଷ ଦିନରେ ନାମାଙ୍କନ ଭରିବାକୁ ରାଜନୈତିକ ଦଳର ପ୍ରାର୍ଥୀ ଓ ସ୍ବାଧୀନ ପ୍ରାର୍ଥୀ ପ୍ରସ୍ତୁତ ହେଉଛନ୍ତି ।

ପଦ୍ମପୁର ଉପନିର୍ବାଚନ

ଆଜି ପର୍ଯ୍ୟନ୍ତ ସମୁଦାୟ 8 ଜଣ ପ୍ରାର୍ଥୀ ନାମାଙ୍କନ ଫର୍ମ କ୍ରୟ କରିଥିବା ବେଳେ କେହି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଏପରିକି ବିଜେପି , ବିଜେଡି ଓ କଂଗ୍ରେସ ପରି ଜାତୀୟ ଦଳ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଚାଷୀଙ୍କ ଫସଲବୀମା ଆନ୍ଦୋଳନକୁ ସମ୍ମାନ ଜଣାଇ ବିଜେପି ଦଳ ପ୍ରାର୍ଥୀ ନାମାଙ୍କନ ପାତ୍ର ଦାଖଲ କରିବ ନାହିଁ ବୋଲି ପ୍ରଥମେ ନାମାଙ୍କନ ପତ୍ର ଦାଖଲରୁ ଓହରି ଯାଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ବିଜେଡି ଦଳ ମଧ୍ୟ ସେହି ପନ୍ଥା ଆପଣାଇଥିଲା । ସେହିପରି କଂଗ୍ରେସ ଦଳ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ଚୁପ ବସିଛି ।

ଏହା ବି ପଢନ୍ତୁ...୨୦୨୩ ଶେଷସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା ! ଉପନିର୍ବାଚନ ଇସ୍ତାହାରରେ ଘୋଷଣା କରିବ BJD

ଅନ୍ୟପଟେ ଆନ୍ଦୋଳନରତ ଚାଷୀଙ୍କ ଦାବି ପୂରଣ ହୋଇ ସାରିଛି ଏବଂ ଫସଲବୀମା ଓ ଇନପୁଟ ସବସିଟି ମଧ୍ୟ ପଦ୍ମପୁର ଅଞ୍ଚଳର ଚାଷୀ ମାନେ ପାଇଯାଇଛନ୍ତି । ତେବେ ଆଜି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ପୂର୍ବପରି ଚାଷୀମାନେ ମଧ୍ୟ ଧାରଣାରେ ବସିଥିବାବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ଦାବିରେ ଓକିଲ ସଙ୍ଘ ଓ ଅନେକ ଅନୁଷ୍ଠାନ ତାଙ୍କର ଆନ୍ଦୋଳନ ଜାରି ରଖିଛନ୍ତି । ଜିଲ୍ଲା ମାନ୍ୟତା ପାଇଁ ଘୋଷଣା କରାନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପଦ୍ମପୁରବାସୀ ଜିଦ୍‌ରେ ଅଡି ବସିଛନ୍ତି । ତେବେ ଆଜି ଚାଷୀ ମାନେ ଧାରଣାରୁ ଓହରିବାର ସମ୍ଭାବନା ଥିବା ବେଳେ ଜିଲ୍ଲା ଦାବିରେ ବସିଥିବା ଆନ୍ଦୋଳନକାରୀଙ୍କ ଯୋଜନା କଣ ରହିବ ତାହା ଆଜି ସାମନାକୁ ଆସିବ । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାରୁ ଆଜି ସମସ୍ତ ଦଳ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରସ୍ତୁତ ରହିଛନ୍ତି l

ଏହା ବି ପଢନ୍ତୁ...Padmapur By Poll: କେହି ଭରିଲେନି ପ୍ରାର୍ଥୀପତ୍ର, ଆସନ୍ତାକାଲି ଶେଷ ଦିନ

ପ୍ରକାଶ ଥାଉ କି, ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର 5 ତାରିଖରେ ନିର୍ବାଚନ ହେବ ଓ 8 ତାରିଖରେ ଫଳ ପ୍ରକାଶ ପାଇବ । ଶାସକ ଦଳ ବିଜେପି ବିଜୟ ସିଂ ବରିହାଙ୍କ ଝିଅକୁ ଟିକେଟ ଦେଇଥିବା ବେଳେ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.