ETV Bharat / state

Padmapur Battle: ବିଜେପି କଂଗ୍ରେସ ଯୋଦ୍ଧା ତେୟାର, ବିଜେଡି କହିଲା ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତି - ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର ବ୍ୟାଟେଲ (Padampur by Poll) ପାଇଁ ପ୍ରସ୍ତୁତ ମୈଦାନ । ଲଢେଇରେ ବାଜି ମାରିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ପ୍ରାର୍ଥୀ ଚୟନକୁ ନେଇ ପୁରା ସିରିୟସ 3 ଦଳ । ଆଜି ବିଜେପି ଓ କଂଗ୍ରେସ ବିଧିବଦ୍ଧ ଭାବେ ନିଜ ଯୋଦ୍ଧା ଘୋଷଣା କରିଛନ୍ତି । ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ପଦ୍ମପୁରରେ ଚାଷ ଚାଷୀ ପ୍ରସଙ୍ଗକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଗେରୁଆ ଦଳ । ଅଧିକ ପଢନ୍ତୁ

Padmapur Battle: ବିଜେପି କଂଗ୍ରେସ ଯୋଦ୍ଧା ତେୟାର, ବିଜେଡି କହିଲା ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତି

author img

By

Published : Nov 12, 2022, 10:57 PM IST

ଭୁବନେଶ୍ବର: ପଦ୍ମପୁର ବ୍ୟାଟେଲ (Padampur by Poll) ପାଇଁ ପ୍ରସ୍ତୁତ ମୈଦାନ । ଲଢେଇରେ ବାଜି ମାରିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ପ୍ରାର୍ଥୀ ଚୟନକୁ ନେଇ ପୁରା ସିରିୟସ 3 ଦଳ । ଆଜି ବିଜେପି ଓ କଂଗ୍ରେସ ବିଧିବଦ୍ଧ ଭାବେ ନିଜ ଯୋଦ୍ଧା ଘୋଷଣା କରିଛନ୍ତି । ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ପଦ୍ମପୁରରେ ଚାଷ ଚାଷୀ ପ୍ରସଙ୍ଗକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଗେରୁଆ ଦଳ ।

Padmapur Battle: ବିଜେପି କଂଗ୍ରେସ ଯୋଦ୍ଧା ତେୟାର, ବିଜେଡି କହିଲା ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତି

ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବ ସହ ବିଜେପି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କୃଷି ସିଂଚାଇ ଯୋଜନା, ପିଏମ କିଷାନ ଭଳି କେନ୍ଦ୍ରୀୟ ଯୋଜନାକୁ ନେଇ ଭୋଟ ମାଗିବାକୁ ଯୋଜନା କରିଛି । ଏହାସହ କେନ୍ଦ୍ର ସରକାର କିଭଳି ଚାଷୀଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି ତାହାକୁ ନେଇ ଭୋଟ ମାଗିବ ଦଳ । ଏତତ ବ୍ୟତୀତ କେନ୍ଦ୍ରରେ ମୋଦି ସରକାର କୋଭିଡ କାଳରେ କିପରି ଚାଷୀଙ୍କ ପାଇଁ ସହାୟକ ହୋଇପାରିଛି ସେକଥା କହି ଭୋଟ ମାଗିବ ବିଜେପି । ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ଚାଷୀଙ୍କୁ ଜୀବନ ଓ ଜୀବିକାକୁ କିପରି ବଞ୍ଚାଇ ରଖିପାରିଛି ତାହା ମଧ୍ୟ ଲୋକଙ୍କ ବୁଝାଇବ ଦଳ ।

ଏହାବି ପଢନ୍ତୁ- Padmapur By Poll: ବିଜେପିକୁ ପାର କରାଇବେ ପଶ୍ଚିମାଞ୍ଚଳ ନେତା !

ସେପଟେ ପଦ୍ମପୁର ଉପ ନିର୍ବାଚନ ଜିତି ଦଳକୁ ଶକ୍ତି ଦେବା ପାଇଁ କମର କଷୁଛି କଂଗ୍ରେସ । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଦଳରେ କୌଣସି ସମସ୍ୟା ନାହିଁ । ନବୀନ ଓ ମୋଦଙ୍କ ସପକ୍ଷରେ ହାୱା ନାହିଁ । ସତ୍ୟଭୂଷଣ ସାହୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି । ବିଜେପି ଚାଷୀଙ୍କୁ ବିରୋଧ କରୁଛି । ବିଜେଡି ଚାଷୀଙ୍କୁ ଭୁବନେଶ୍ୱର ପୁରେଇ ଦେଉନାହିଁ । ଏବେ କେମିତି ଚାଷୀଙ୍କୁ ଭୋଟ ମାଗିବ ବୋଲି ତାରା ପ୍ରଶ୍ନ କରିଛନ୍ତି । ଚାଷୀ ନିଷ୍ପତ୍ତି ନେଇସାରିଲେଣି କଂଗ୍ରେସକୁ ଭୋଟ ଦେବେ । 2 ରୁ 3 ଦିନ ଭିତରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

ଏହାବି ପଢନ୍ତୁ- Padmapur By-Poll: ପଦ୍ମପୁରରେ ଥିଲା ଦ୍ୱୈତ ବିଧାୟକ ପ୍ରଥା, ନିର୍ବାଚନମଣ୍ଡଳୀରୁ ଆସିଛନ୍ତି ପାୱାରଫୁଲ ମନ୍ତ୍ରୀ

ଅନ୍ୟପଟେ କଟକ ମେୟର ସୁବାସ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ପଦ୍ମପୁର ବିଜେଡିର । ସେଠି ଦଳ ସୁଦୃଢ ଅଛି । ଅନୁକମ୍ପା ବି ରହିଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବଡ ବ୍ୟବଧାନରେ ବିଜୟୀ ହୋଇଥିଲା । ଏହାସହ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ତେଣୁ ଆମ ପ୍ରାର୍ଥୀ ଜିତିବାରେ କୌଣସି ଅସୁବିଧା ନାହିଁ । ଯେହେତୁ ଏହି ସିଟ୍‌ଟି ବିଜୁ ଜନତା ଦଳର, ତେଣୁ ଆଶା ଆଶଙ୍କା ପ୍ରକାଶ କରିବା ଠିକ ନୁହେଁ । ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ଷ୍ଟ୍ରାଟେଜି କରନ୍ତି ।

ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ସେଥିରେ ପଦ୍ମପୁର ଅନ୍ୟତମ । ଲୋକଙ୍କ ବିଶ୍ୱାସରେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ଅଛନ୍ତି । ସମସ୍ତ କର୍ମୀ ଓ ନେତା ଉତ୍ସଗୀକୃତ ଭାବରେ ସେବା କରିଛନ୍ତି । ପଶ୍ଚିମ ଓଡିଶାର ପ୍ରମୁଖ ନେତା ଦାୟିତ୍ୱରେ ଅଛନ୍ତି । ପ୍ରାର୍ଥୀ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସୁବାସ ସିଂ ।

ଏହାବି ପଢନ୍ତୁ- Padmapur ByPoll: ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ ବିରୋଧି କର୍ମୀ

ତେବେ ଧାମନଗରରେ ବିଜେଡି ପରାସ୍ତ ହେବା ପରେ, ପଦ୍ମପୁରରେ କୌଣସି ରିସ୍କ ନେବାକୁ ଚାହୁଁନି । ଦଳ ପୁରା ରଣନୀତି ସହ ଲଢିବାକୁ ଯାଉଛି । ବିଜେପି ବି ବିଜୟ ଧାରା ବଜାୟ ରଖିବାକୁ ଅଣ୍ଟା ଭିଡିଛି । ଆଉ ଉଭୟଙ୍କ ଲଢେଇରେ ବାଜି ମାରିବାକୁ କଂଗ୍ରେସ ଆଶା ରଖିଛି । ଏବେ ଅପେକ୍ଷା ପଦ୍ମପୁରବାସୀଙ୍କ ରାୟକୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.