ETV Bharat / state

Padamapur Bye Election: ବରଗଡରେ ଲାଗିଲା ଆଦର୍ଶ ଆଚରଣ ବିଧି

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର 5 ଭୋଟିଂ ହୋଇ 8ରେ ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠାରୁ ବରଗଡ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ଅଧିକ ପଢନ୍ତୁ

ବରଗଡ ଜିଲ୍ଲାରେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ

author img

By

Published : Nov 5, 2022, 5:51 PM IST

ଭୁବନେଶ୍ବର: ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର 5 ଭୋଟିଂ ହୋଇ 8ରେ ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠାରୁ ବରଗଡ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ବରଗଡ ଜିଲ୍ଲାରେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ

ସିଇଓ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ପଦ୍ମପୁର ଉପ ନିର୍ବାଚନ ନେଇ ପ୍ରେସ ରିଲିଜ ଜାରି ହୋଇଛି । ଆସନ୍ତା 10 ତାରିଖରେ ପ୍ରକାଶ ପାଇବ ଗଜେଟ ନୋଟିଫିକେସନ । 17 ନଭେମ୍ବର ନାମାଙ୍କନର ଶେଷ ଦିନ ଧାର୍ଯ୍ୟ ହୋଇଛି । 18 ତାରିଖରେ ଯାଞ୍ଚ ହୋଇ 21 ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଡିସେମ୍ବର 5 ରେ ଭୋଟିଂ ହୋଇ 8 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଡିସେମ୍ବର 10 ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ହୋଇଥିଲା । ଦୀର୍ଘ 2 ବର୍ଷ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିବା ବିଜୟଙ୍କର ମୃତ୍ୟୁ ହୋଇଥିଲା । 65 ବର୍ଷ ବୟସରେ ଆଖି ବୁଜିଥିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ପଦ୍ମପୁରରୁ 5 ଥର ବିଧାୟକ ଥିଲେ । 1990 ଓ 1995ରେ ସେ ଜନତା ଦଳ ଓ 2000, 2009 ଓ 2019ରେ ବିଜେଡି ଟିକେଟରେ ବିଜୟ ବିଜୟୀ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.