ETV Bharat / state

ପୁଣି ମନ୍ଦିରରେ କଳାକନା ବୁଲାଇଲେ ଚୋର, ମୁକୁଟ ସହ ଦାନବାକ୍ସ ଚୋରି - ଶିରିଡି ସାଇ ମନ୍ଦିର

ଶିରିଡି ସାଇ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୂଜକ ରୁଦ୍ର ନାରାୟଣ ଦାଶ ବରପାଲି ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ବରଗଡ ସାଇ ମନ୍ଦିରରୁ ଚୋରି
ବରଗଡ ସାଇ ମନ୍ଦିରରୁ ଚୋରି
author img

By

Published : Apr 20, 2023, 1:24 PM IST

ବରଗଡ ସାଇ ମନ୍ଦିରରୁ ଚୋରି

ବରଗଡ: ରାଜ୍ୟରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । କେତେବେଳେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଭାଙ୍ଗିବା ପରି ଘଟଣା ସାମନାକୁ ଆସୁଛି ତ ଆଉ କେତେବେଳେ ମନ୍ଦିର ମାନଙ୍କରେ ଚୋରି ଘଟଣା ଘଟୁଛି । ବରଗଡ ସହର ଭିତରେ ରହିଥିବା ଅନେକ ମନ୍ଦିରରେ ଗତ କିଛି ଦିନ ତଳେ ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମନାକୁ ଆସିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ବରପାଲି କେନାଲ ରୋଡରେ ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ଶିରିଡି ସାଇ ମନ୍ଦିରରେ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ଆସିଛି । ସାଇ ମନ୍ଦିରର ପୂଜକ ରୁଦ୍ର ନାରାୟଣ ଦାଶ ଏନେଇ ବରପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ବରପାଲି କେନାଲ ରୋଡରେ ନୂତନ ଭାବେ ପ୍ରତିଷ୍ଠିତ ସାଇ ମନ୍ଦିରରୁ ଚୋରି ହୋଇଥିବା ହୋଇଥିବା ନେଇ ସକାଳୁ କବାଟ ଖୋଲିବା ପରେ ପୂଜକ ଜାଣିବାକୁ ପାଇଥିଲେ । ମନ୍ଦିର ପୂଜକ ପ୍ରତିଦିନ ଭୋର୍ ୫ଟାରେ ମନ୍ଦିର ଖୋଲି ପୂଜା କରିବାକୁ ଆସିଥାନ୍ତି । ତେବେ ବୁଧବାର ସେ ପୂଜା କରିବା ପାଇଁ ଆସିବା ବେଳେ ଦେଖିବାକୁ ପାଇଲେ ଯେ ମନ୍ଦିରର ମୁଖ୍ୟ ଦ୍ଵାର ଖୋଲା ରହିଛି । ଶିକୁଳି କାଟି କେହି ଭିତରେ ପଶି ଚୋରି କରି ଥିବା ସନ୍ଦେହ କରି ଭିତରକୁ ଯାଇ ଦେଖିଲା ବେଳକୁ ବାବାଙ୍କ ରୂପା ମୁକୁଟ ଓ ଗଣେଶଙ୍କ ରୂପା ମୁକୁଟ ତଥା ଦାନ ବାକ୍ସ ନଥିବା ଦେଖିଥିଲେ । ଏନେଇ ସେ ତୁରନ୍ତ ସେ ମନ୍ଦିର କମିଟିର ସଭ୍ୟମାନଙ୍କୁ ଫୋନ୍ ଯୋଗେ ଜଣାଇ ଥିଲେ ।

ଏନେଇ ବରପାଲି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କୁକୁର ସହାୟତାରେ ତଦନ୍ତ ଜାରି ରଖିଛନ୍ତି । ଖୋଲା ଦାନ ବାକ୍ସକୁ ମନ୍ଦିର କିଛି ଦୂରରେ ଏକ ବୁଦା ଭିତରୁ ଜବତ କରିଛି ପୋଲିସ । ଚୋରି ହୋଇଥିବା ଦୁଇଟି ମକୁଟର ଆନୁମାନିକ ଏକ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୂଜକ ପ୍ରକାଶ କରିଛନ୍ତି । ଗତ ଗୋଟେ ମାସ ଭିତରେ ବରଗଡ ରାମ ମନ୍ଦିରରେ ଚୋରୀ ହେବା ସହିତ ତୋରା ଓ ଝାଡେଶ୍ଵର ଠାରେ ହନୁମାନ ମୂର୍ତ୍ତିକୁ ଉଦ୍ଦେଶ୍ୟମୂଳକ ଭାବେ ଭାଙ୍ଗିବା ପରି ଘଟଣା ବାରମ୍ବାର ସାମନାକୁ ଆସୁଥିବାରୁ ଏହା ହିନ୍ଦୁ ଧର୍ମର ଆସ୍ଥା ପ୍ରତି ଅନ୍ୟ ଧର୍ମର ଆକ୍ରମଣ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀ ପାଳନ ସମୟରେ ଅନ୍ୟ ଧର୍ମର ଗୋଷ୍ଠୀ ଯେପରି ପଥର ମାଡ କରି ଆକ୍ରମଣ କରିଥିଲେ, ହିନ୍ଦୁ ମୂର୍ତ୍ତିମାନଙ୍କୁ ଭଙ୍ଗାଯିବା ପଛରେ ଏପରି କିଛି ଖଳ ପ୍ରକୃତି ଲୋକଙ୍କ ହାତ ରହିଥିବାର ଅନୁମାନ କରାଯାଉଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.