ETV Bharat / state

କେବଳ ପଦ୍ମପୁର ଉପଖଣ୍ଡକୁ ଫେରିବେ ୫୦ ହଜାର ଦାଦନ ଶ୍ରମିକ - ପଦ୍ମପୁର ଉପଖଣ୍ଡକୁ ଫେରିବେ ୫୦ ହଜାର ଶ୍ରମିକ

ବାହାର ରାଜ୍ୟରେ ଫସିରହିଥିବା ଓଡିଶାର ବହୁ ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । କେବଳ ପଦ୍ମପୁର ଉପଖଣ୍ଡକୁ ଫେରିବେ ୫୦ ହଜାର ଦାଦନ ଶ୍ରମିକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କେବଳ ପଦ୍ମପୁର ଉପଖଣ୍ଡକୁ ଫେରିବେ ୫୦ ହଜାର ଦାଦନ ଶ୍ରମିକ

author img

By

Published : Apr 30, 2020, 1:36 AM IST

ବରଗଡ଼: ବାହାର ରାଜ୍ୟରେ ଫସିରହିଥିବା ଓଡିଶାର ବହୁ ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ଗତ ୨୪ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଥିବା ବେଳେ ବରଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୧୪ ହଜାର ଲୋକ ଅନଲାଇନ ପଞ୍ଜୀକୃତ ହୋଇ ସାରିଲେଣି । ମାତ୍ର ବାହାରେ ଫସିରହିଥିବା ବହୁ ଗରିବ ଶ୍ରମିକ ଶ୍ରେଣୀର ଲୋକେ ଅନଲାଇନ ପଞ୍ଜୀକରଣ କରିବାରେ ଅସମର୍ଥ ହେଉଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ କେବଳ ୫୦ ହଜାରରୁ ଅଧିକ ଦାଦନ ଶ୍ରମିକ ନିଜ ନିଜ ଗ୍ରାମକୁ ଫେରିବେ ବୋଲି ଅନୁମାନ କରାଯାଉଛି ।

ତେଲେଙ୍ଗାନା, ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ପରି ଦେଶର ବିଭିନ୍ନ ରାଜ୍ୟରେ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର କାର୍ଯ୍ୟରତ ପାଖାପାଖି ୫୦ ହଜାର ଦାଦନ ଶ୍ରମିକ ଆସନ୍ତା ୩ ତାରିଖ ପରେ ନିଜ ଗାଁ ମାନଙ୍କୁ ଫେରିବେ । ଏହି ଶ୍ରମିକମାନେ ବ୍ୟବସ୍ଥିତ ଢଙ୍ଗରେ କିଭଳି ଗାଁରେ ରହି ପାରିବେ ସେ ସମ୍ପର୍କରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବରଗଡ଼ ଜିଲ୍ଲାପାଳଙ୍କ ସହ ବିଶଦ ଆଲୋଚନା କରିଛନ୍ତି ।

ଏବେ ଠାରୁ କ୍ବାରେଣ୍ଟାଇନ ସେଣ୍ଟରକୁ ସୁବ୍ୟବସ୍ଥିତ କରିବା, ଉକ୍ତ ସେଣ୍ଟରକୁ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଦାୟିତ୍ଵ ପ୍ରଦାନ କରିବା, କୋରୋନା ଟେଷ୍ଟ କିଟ୍ ସବୁ ସେଣ୍ଟରରେ ମାନଙ୍କରେ ଉପଲବ୍ଧ କରିବା ଆଦି ବିଷୟ ଉପରେ ପ୍ରଦୀପ ପୁରୋହିତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପଟେ ରାଜ୍ୟ ବାହାରେ ଥିବା ସମସ୍ତ ଶ୍ରମିକମାନଙ୍କୁ ରାଜ୍ୟ ସରକାରଙ୍କ ପୋର୍ଟାଲ ରେଜିଷ୍ଟ୍ରେସନ କରିବା ଜରୁରୀ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.