ETV Bharat / state

ବରଗଡରେ ଆଉ ଜଣେ କୋରୋନା ପଜିଟିଭ, ମୋଟ ଆକ୍ରାନ୍ତ 12 - ବରଗଡ

ପୁଣି ବରଗଡ଼ ଜିଲାରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12ରେ ପହଞ୍ଚିଛି ।

corona
ବରଗଡରେ ଆଉ ଏକ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 12
author img

By

Published : Jun 4, 2020, 3:29 PM IST

ବରଗଡ: ପୁଣି ବରଗଡ଼ ଜିଲାରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12ରେ ପହଞ୍ଚିଛି ।

ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲିର ଜଣେ ତାମିଲନାଡୁ ଫେରନ୍ତା କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ତାଙ୍କର ରକ୍ତ ନମୁନା କୋରୋନା ପରୀକ୍ଷା ପାଇଁ ଦିଆଯାଇଥିଲା । ଗୁରୁବାର ତାଙ୍କ ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି |

ଏହି ରିପୋର୍ଟ ଆସିବା ପରେ ସଂକ୍ରମିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଏବଂ ବଫର ଜୋନ୍‌ ଘୋଷଣା କରାଯାଇଛି । ଏହା ପୂର୍ବରୁ କୋରୋନା ସଂକ୍ରମଣରେ ଚିହ୍ନଟ ହୋଇଥିବା ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଓ୍ବାଡ୍‌ ନଂ -୧୪ ମାଷ୍ଟର ଟିକିରାର ଜଣେ ମହିଳା ଓ ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡାର ଜଣେ ପୁରୁଷ କୋରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଜଣାପଡିଛି ।

ସୁବାସନଗର ବାସିନ୍ଦା ଜଣକ ସ୍ଥାନୀୟ କୋଭିଡ୍‌ କେୟାର ସେଣ୍ଟର ଏବଂ ବାରଗୁଡ଼ା ବାସିନ୍ଦା ଜଣକ ଡାକ୍ତରଙ୍କ ପରାମର୍ଶକ୍ରମେ କ୍ବାରାଣ୍ଟାଇନରେ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପୂର୍ବରୁ ଚିହ୍ନଟ ହୋଇଥିବା ଭେଡେନ ବ୍ଲକର ୪ଜଣ, ଭଟଲି ବ୍ଲକର ୨ଜଣଙ୍କ ସମେତ ବିଜେପୁର ବ୍ଲକର ୪ଜଣ ଚିକିତ୍ସାଧୀନ ରହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.