ETV Bharat / state

ଅବହେଳିତ ବରଗଡ ଟାଉନରେ ଥିବା ପୁରୁଣା ପୋଖରୀ, ହନ୍ତସନ୍ତ ଲୋକେ

ଅବହେଳିତ ବରଗଡ ଟାଉନ ଭିତରେ ରହିଥିବା ପୁରୁଣା ପୋଖରୀ । ଏହି ପୋଖରୀ ଉପରେ ନିର୍ଭରଶୀଳ ଥିବା ବହୁ ଲୋକ ପୌରପରିଷଦକୁ ଯେତେ ଅଭିଯୋଗ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଅଧିକ ପଢନ୍ତୁ...

ଅବହେଳିତ ବରଗଡ ଟାଉନ ଭିତରେ ରହିଥିବା ପୁରୁଣା ପୋଖରୀ, ହନ୍ତସନ୍ତ ହେଉଛନ୍ତି ଲୋକେ

author img

By

Published : Sep 7, 2020, 10:36 PM IST

ବରଗଡ: ଅବହେଳିତ ଅବସ୍ଥାରେ ପଡିରହିଛି ବରଗଡ ଟାଉନ ଭିତରେ ରହିଥିବା ଜଲଉତ୍ସ | ସମୟ ଥିଲା ଯେଉଁ ବିରାଟ ପୋଖରୀରେ ଦିନେ ସହରବାସୀ ନିର୍ଭର କରୁଥିଲେ ଏବଂ ତାହାର ଯତ୍ନ ନିଜେ ନେଉଥିଲେ ଆଜି କିନ୍ତୁ ସେହି ପୋଖରୀକୁ ବରଗଡ ପୌର ପରିଷଦ ଅବହେଳିତ ଓ ଅପରିଷ୍କାର କରିରଖିଛି | ଏବେ ମଧ୍ୟ ଏହି ପୋଖରୀ ଉପରେ ନିର୍ଭରଶୀଳ ଥିବା ବହୁ ଲୋକ ପୌରପରିଷଦକୁ ଯେତେ ଅଭିଯୋଗ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ |

ଅବହେଳିତ ବରଗଡ ଟାଉନ ଭିତରେ ରହିଥିବା ପୁରୁଣା ପୋଖରୀ, ହନ୍ତସନ୍ତ ହେଉଛନ୍ତି ଲୋକେ

ବରଗଡ ଟାଉନ ଭିତରେ ରହିଥିବା ପୁରାତନ ଜଳାଶୟ ମଧ୍ୟରୁ ଖଜୁରକଟାର ସ୍ବତନ୍ତ୍ର ପରିଚୟ ରହିଛି | ଏହି ଖଜୁରକଟା ଉପରେ ବରଗଡ ଟାଉନର ୱାର୍ଡ ନମ୍ବର 5 , 7 ଓ 8 ର ଶତାଧିକ ମହିଳା ଓ ପୁରୁଷ ନିର୍ଭର କରିଥାନ୍ତି | ପୂର୍ବରୁ ଏହାର ସୁରକ୍ଷାକୁ ନେଇ ଖଜୁରଟିକ୍ରା ଓ ଆଖପାଖ ଅଞ୍ଚଳର ଜନସାଧାରଣ ବେଶ ଯତ୍ନବାନ ରହୁଥିଲେ କିନ୍ତୁ ପୌର ପରିଷଦ ଦାୟିତ୍ବ ନେବା ପରଠୁ ଏହା ଏବେ ଅଲୋଡା ହୋଇପଡିରହିଛି | ଦୀର୍ଘ ଦିନରୁ ମହିଳା ଗାଧୁଆ ଘାଟ ଠାରେ ଏକ ଗଛ ଭାଙ୍ଗି ସଂପୂର୍ଣ ଘାଟକୁ ବନ୍ଦ କରିଦେଇଛି ଯାହାଫଳରେ ମହିଳା ମାନଙ୍କୁ ଭାରି ହଇରାଣ ହେବାକୁ ପଡୁଛି | ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ପୌରସଂସ୍ଥାର ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି ଯାହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.