ETV Bharat / state

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ଅଭିଯୁକ୍ତ ଗିରଫ - ବରଗଡ଼ରେ ହତ୍ୟାକାଣ୍ଡ

ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ଗାଁରେ ହତ୍ୟାକାଣ୍ଡ । ମଦନିଶା ଏବଂ କ୍ରୋଧରେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ସେହି ଗାଁର ଜଣେ ବ୍ୟକ୍ତି । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 26, 2019, 7:17 PM IST

ବରଗଡ଼: ନିଶା ଆଉ କ୍ରୋଧ ମଣିଷର ଭାବନାକୁ ବିକୃତ କରିଦିଏ । ନିଶାଗ୍ରସ୍ତ ହୋଇ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ଗାଁରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତକୁ ଭେଡେନ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ସୂଚନା ଅନୁସାରେ ବୁଧବାର ରାତିରେ ଶୌଚ ହେବାକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ଦେଇଛି ସେହି ଗାଁର ଜଣେ ବ୍ୟକ୍ତି । ଅରେଇଗୁଡି ଗାଁରେ ଚାଲିଥିବା ନାଗବାଚା ଯାତ୍ରାରେ ସୁଶୀଲ ସାହୁ ନାମକ ଜଣେ ବ୍ୟକ୍ତି ପ୍ରଚୁର ମଦ୍ୟପାନ କରି ଗଣ୍ଡଗୋଳ କରିଥିଲା । ତେବେ ଗ୍ରାମବାସୀ ତାଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଥିଲେ। ମାତ୍ର ନିଶାସକ୍ତ ସୁଶୀଲ ସାହୁର ରାଗ ଥମିନଥିଲା । ସେ ପ୍ରତିଶୋଧ ପରାୟଣ ହୋଇ ରାତି ୮ ଟା ସମୟରେ ନାଗବାଚା ଦଳର ସଦସ୍ୟ ମନଷୀ ଭୁଏ (୬୦) ଶୌଚ ପାଇଁ ଯାଉଥିବା ବେଳେ ତାଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ମନଷୀଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇ ଅଚେତ ହୋଇ ପଡ଼ିଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପାଇଥିଲେ। ମନଷୀ ଭୁଏଙ୍କୁ ପରିବାର ଲୋକେ ଉଦ୍ଧାର କରି ତୁରନ୍ତ ଭେଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଥିଲା ।

ଅପରପକ୍ଷେ ଅଭିଯୁକ୍ତଙ୍କୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମାରେ ଦେଇଥିଲେ । ଅଭିଯୁକ୍ତକୁ ଭେଡେନ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଗୁରୁତର ଥିବାରୁ ପୋଲିସ ତାକୁ ଗୁରତର ଅବସ୍ଥାରେ ବୁର୍ଲା ଭୀମସାରକୁ ପଠାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ ଘଟଣା । ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟାଇଥିବା ଆସାମୀକୁ ଭେଡେନ ପୋଲିସ ଗିରଫ କରିଛି ।

Body: ଗତକାଲି ରାତିରେ ଶୌଚ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହେବାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଥିଲା । ହତ୍ୟାକାଣ୍ଡ ଘଟାଇଥିବା ଅପରାଧୀଙ୍କୁ ଭେଡେନ ପୋଲିସ ଗିରଫ କରିଛି ।

ଘଟଣାରୁ ପ୍ରକାଶ ଯେ , ଅରେଇଗୁଡି ଗ୍ରାମରେ ଚାଲିଥିବା ନାଗବାଚା ଯାତ୍ରାରେ ସୁଶୀଲ ସାହୁ ନାମକ ଜଣେ ବ୍ୟକ୍ତି ପ୍ରଚୁର ମଦ୍ୟପାନ କରି ଗଣ୍ଡଗୋଳ କରିଥିଲା । ତେବେ ଅରେଗୁଡି ଗ୍ରାମବାସୀ ତାଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଥିଲେ। ମାତ୍ର ନିଶାସକ୍ତ ସୁଶୀଲ ସାହୁର ରାଗ ଥମିନଥିଲା । ସେ ପରିଶୋଧ ପରାୟଣ ହୋଇ ରାତି ୮ ଟା ସମୟରେ ନାଗବାଚା ଦଳର ସଦସ୍ୟ ମନଷୀ ଭୂଏ (୬୦) ଶୌଚ ପାଇଁ ଯାଉଥିବା ବେଳେ ତାଙ୍କ ମୁଣ୍ଡରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ରେ ମନଷୀଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇ ଅଚେତ ହୋଇପଡ଼ିଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜିଲା ପରେ ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପାଇଥିଲେ। ମନଶୀ ଭୁଏଙ୍କୁ ପରିବାର ଲୋକେ ଉଦ୍ଧାର କରି ତୁରନ୍ତ ଭେଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅପରପକ୍ଷେ ଅଭିଯୁକ୍ତଙ୍କୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମାରେ ଦେଇଥିଲେ । ଅଭିଯୁକ୍ତ ଗୁରୁତର ଥିବାରୁ
ପୋଲିସ ତାଙ୍କୁ ଗୁରତର ଅବସ୍ଥାରେ ବୁର୍ଲା ଭୀମସାରକୁ ପଠାଯାଇଛି ।

ବାଇଟ ୧- ବ୍ରତ ଭୋଇConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.