ETV Bharat / state

ମଣିପୁରରେ ପାଟ୍ରୋଲିଂ ବେଳେ ଓଡ଼ିଆ ଯବାନ ଶହୀଦ - ପାଟ୍ରୋଲିଂ ବେଳେ ଓଡିଆ ଯବାନ ସହିଦ

ମଣିପୁରରେ ଜଣେ ଓଡ଼ିଆ ଯବାନ ଶହୀଦ । ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଓଡ଼ିଆ ଯବାନ ଶହୀଦ
ଓଡ଼ିଆ ଯବାନ ଶହୀଦ
author img

By

Published : Aug 13, 2023, 11:11 AM IST

ବରଗଡ: ମଣିପୁରରେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି । ଯବାନଙ୍କ ନାମ ନୀଳାଚଳ ପଟେଲ ଓ ଘର ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ବାଘପଲି ଗାଁରେ । ଶୁକ୍ରବାର ରାତିରେ ସେ ଡ୍ୟୁଟିରେ ଥିବାବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କର ଶହୀଦ ଖବର ମିଳିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଶହୀଦ ଯବାନଙ୍କ ପାର୍ଥିବ ଶରୀରକୁ ଆକାଶ ମାର୍ଗରେ ମଣିପୁରରୁ କୋଲକାତା ଅଣାଯିବ ଏବଂ ସୋମବାର କୋଲକାତାରୁ ସଡ଼କ ପଥରେ ନିଜ ଜନ୍ମମାଟିରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ନୀଳାଚଳ ପଟେଲ ୨୦୦୪ ମସିହାରେ ଆସାମ ରାଇଫଲ୍ସରେ ଯୋଗ ଦେଇଥିଲେ ଏବଂ ମଣିପୁର ଠାରେ କାର୍ଯ୍ୟରତ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ନୀଳାଚଳଙ୍କ ମୃତ୍ୟୁ ହୋଇଯାଇଥିଲା । ଶହୀଦ ନୀଳାଚଳ ବାଘପାଲି ଗ୍ରାମର ଆଦି ପଟେଲ ଏବଂ ଗୁରୁବାରୀ ପଟେଲଙ୍କ ପୁଅ । ଘରେ ତାଙ୍କର ଦୁଇ କୁନି କୁନି ଝିଅଙ୍କ ସହ ପତ୍ନୀ ଅଛନ୍ତି । ତାଙ୍କ ଦେହାନ୍ତ ଖବର ମିଳିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି ।

ଶହୀଦ ଯବାନଙ୍କ ମରଶରୀର ଆସନ୍ତାକାଲି(ସୋମବାର) ସକାଳୁ ଜନ୍ମମାଟି ବାଘପାଲି ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ । ପାର୍ଥିବ ଶରୀରର ଆକାଶ ମାର୍ଗରେ ପ୍ରଥମେ କୋଲକାତା ପହଞ୍ଚିବ ଏବଂ ସେଠାରୁ ସଡକ ପଥରେ ସକାଳ ସୁଦ୍ଧା ବାଘପାଲି ଗାଁରେ ପହଞ୍ଚିବ ବୋଲି ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଝାଡ଼ଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର: ଓଡ଼ିଆ ଯବାନ ଶହୀଦ

ପ୍ରକାଶ ଥାଉକି, ଏହାପୂର୍ବରୁ ଗତ ଶୁକ୍ରବାର ଦିନ ଆଉ ଜଣେ ଯବାନ ସୁଶାନ୍ତ ଖୁଣ୍ଟିଆ ନକ୍ସଲ ଆକ୍ରମଣରେ ଝାଡଖଣ୍ଡରେ ଶହୀଦ ହୋଇଯାଇଥିଲେ । ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ନକ୍ସଲ ସହ ଗୁଳି ବିନିମୟ ସମୟରେ ତାଙ୍କ ଦେହରେ ଗୁଳି ବାଜିଥିଲା । ଗତକାଲି ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶହୀଦଙ୍କୁ ଶୋଭାଯାତ୍ରାରେ ନିଆଯିବା ପରେ ବୈତରଣୀ ନଦୀ ପଠାରେ ଅନ୍ତିମ ସଂସ୍କାର କରାଯାଇଛି । ସୁଶାନ୍ତ ଖୁଣ୍ଟିଆ ସିଆରପିଏଫରେ କାର୍ଯ୍ୟରତ ଥିଲେ । ଏହି ଦୁଃଖଦ ଘଟଣା ମନରେ ତାଜା ଥିବାବେଳେ ପୁଣି ଜଣେ ଓଡ଼ିଆ ଯବାନ ମଣିପୁରରେ ଶହୀଦ ହୋଇଥିବା ଖବର ଆସିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.