ETV Bharat / state

Padmapur byelection: ନାମାଙ୍କନ ଦାଖଲ ଆରମ୍ଭ, ଫର୍ମନେଲେ ଜଣେ ସ୍ବାଧୀନ ପ୍ରାର୍ଥୀ

author img

By

Published : Nov 11, 2022, 7:12 AM IST

Updated : Nov 11, 2022, 8:21 AM IST

ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

nomination process starts for padmapur by election
Padmapur By Poll: ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ତିନି ଦଳୀୟ ପ୍ରାର୍ଥୀଙ୍କ ଉପର ନଜର

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧିବଦ୍ଧ ଭାବରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନଭେମ୍ବର 17 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଚାଲିବ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Padmapur byelection

ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଅନ୍ୟପଟେ ସ୍ଵାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପା ନାମକ ବ୍ୟକ୍ତି ପ୍ରଥମେ ନିଜର ପ୍ରାର୍ଥୀପତ୍ର ଦାଖଲ ପାଇଁ ଫର୍ମ କ୍ରୟ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ନଭେମ୍ବର 17 ଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେନେଇ ସଭିଙ୍କ ନଜର ।

ଏହା ମଧ୍ୟ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ସତ୍ୟ ଭୂଷଣଙ୍କୁ ପ୍ରାର୍ଥୀ କରୁ: ତାରା ବାହିନୀପତି

ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ, ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର 5 ତାରିଖରେ ନିର୍ବାଚନ ହେବ ଓ 8 ତାରିଖରେ ଫଳ ପ୍ରକାଶ ପାଇବ । ସେହିପରି ୧୮ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଧାମନଗର ଉପନିବାର୍ଚନରରେ ବିଜେପିର ବିଜୟ ପରେ ପଦ୍ମପୁର ଉପନିବାର୍ଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି ।

ଇଟିଭି ଭାରତ, ବରଗଡ଼

Last Updated : Nov 11, 2022, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.