ETV Bharat / state

କୋରୋନା ଭୟରେ ମିଳିଲାନି ଚାରି କାନ୍ଧ, ମୃତଦେହକୁ ଏକାକି ଅନ୍ତିମ ସଂସ୍କାର କଲା ପୁତୁରା

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖିର୍ସାପାଲି ଗ୍ରାମରରେ ସଂକ୍ରମଣ ଭୟରେ କୋରୋନା ମୃତଦେହକୁ ମିଲିଲାନି ଚାରି କାନ୍ଧ । ଶେଷରେ ମୃତଦେହକୁ ଏକାକି କାନ୍ଧେଇ ଅନ୍ତିମ ସଂସ୍କାର କରିଛନ୍ତି ପୁତୁରା । ଅଧିକ ପଢନ୍ତୁ...

author img

By

Published : May 3, 2021, 5:06 PM IST

ମୃତଦେହକୁ ଏକାକି ଅନ୍ତିମ ସଂସ୍କାର କଲା ପୁତୁରା

ବରଗଡ: ସଂକ୍ରମଣ ଭୟରେ କୋରୋନା ମୃତଦେହକୁ ମିଳିଲାନି ଚାରି କାନ୍ଧ । ଶେଷରେ ମୃତଦେହକୁ ଏକାକି କାନ୍ଧେଇ ଅନ୍ତିମ ସଂସ୍କାର କରିଛନ୍ତି ପୁତୁରା ।

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖିର୍ସାପାଲି ଗ୍ରାମର ପୁନଉ ମାଝୀ ଦୀର୍ଘ 15 ଦିନ ହେବ ଅସୁସ୍ଥ ଥିଲେ । ସେ ଘରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ରବିବାର ତାଙ୍କର ମୃତ୍ୟୁ ଘଟିଥିଲା ।

ଦୀର୍ଘ ପାଞ୍ଚ ଘଣ୍ଟା ତାଙ୍କ ମୃତଦେହ ପଡିରହିଲା । କିନ୍ତୁ କୋରୋନା ଭୟରେ ସାହିପଡିଶା ମୃତଦେହ ଅନ୍ତିମ ସତ୍କାର ପାଇଁ ଆସିନଥିଲେ । ମୃତ ପୁନଉଙ୍କ ପୁଅ ଝିଅ କେହି ନଥିବାବେଳେ ଏଭଳି ସମୟରେ ଆଖପାଖ ପଡୋଶୀ କେହି ତାଙ୍କ ଅନ୍ତିମ ସତ୍କାର ପାଇଁ ଆସିନଥିଲେ ।

ଶେଷରେ ତାଙ୍କ ପୁତୁରା ବାଧ୍ୟ ହୋଇ ଏକାକି ତାଙ୍କ ମୃତଦେହକୁ କାନ୍ଧରେ କାନ୍ଧେଇ ମଶାଣୀକୁ ନେଇ ଅନ୍ତିମ ସତ୍କାର କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.