ETV Bharat / state

କେତେ ଖୁସିରେ ଡାଙ୍ଗବାହାଲ ଗ୍ରାମବାସୀ ?

ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗାଁ । ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ ହୋଇ ବହୁ ଶିଶୁ, ଯୁବକ ଓ ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡୁଛି । ଏନେଇ ନେତା ଓ ମନ୍ତ୍ରୀ ସମସ୍ତେ ଅବଗତ ଥିଲେ ବି ସାଜିଛନ୍ତି ନିରବ ଦ୍ରଷ୍ଟା । ଅଧିକ ପଢ଼ନ୍ତୁ...

author img

By

Published : Oct 20, 2019, 5:02 AM IST

କେତେ ଖୁସିରେ ଡାଙ୍ଗବାହାଲ ଗ୍ରାମବାସୀ ?

ବରଗଡ଼: ଉପନିର୍ବାଚନରେ ବିଜେଡ଼ି ଦଳର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ଧରି ବିଜେପୁର ଅଞ୍ଚଳରେ ପ୍ରଚାର କରିଥିଲେ । ସେ ନିଜେ ଲୋକଙ୍କ ପାଖକୁ ଆସିଥିବାରୁ ଲୋକଙ୍କୁ ସବୁ ସ୍ଥାନରେ ‘ଆପଣ ମାନେ ଖୁସି ତ ?’ ବୋଲି କହୁଥିଲେ ଏବଂ ଲୋକେ ଏହାକୁ ବେଶ ମଜାରେ ଉପଭୋଗ କରୁଥିଲେ । କିନ୍ତୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମବାସୀଙ୍କୁ ନବୀନଙ୍କ ଏହି କଥା କଟା ଘା’ରେ ଚୂନ ପରି ଲାଗିଥିଲା ।

କେତେ ଖୁସିରେ ଡାଙ୍ଗବାହାଲ ଗ୍ରାମବାସୀ ?

ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଳ ଗ୍ରାମରେ ଦୀର୍ଘ 12 ବର୍ଷ ହେଲା ଫ୍ଲୋରାଇଡ଼ ପାଣିର ଶିକାର ହୋଇଛନ୍ତି ଅନେକ ଲୋକ । ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ ହୋଇ ଅଳ୍ପ ବୟସର ବହୁ ଶିଶୁ, ଯୁବକ, ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ସହ ଅନେକଙ୍କ ମୃତ୍ୟୁ ହୋଇଛି । ଏଠାକାର ନେତା ଓ ମନ୍ତ୍ରୀ ସମସ୍ତେ ଡାଙ୍ଗବାହାଲ ଗ୍ରାମର ସମସ୍ୟା ବିଷୟରେ ଅବଗତ ଅଛନ୍ତି ମାତ୍ର ସବୁ ଜାଣି ଅଜାଣ ହୋଇଛନ୍ତି ସମସ୍ତେ।

ଦୀର୍ଘ ବର୍ଷ ହେଲା ମାଟି ଖୋଳାଯାଇ ପାଣିପାଇପ ପୋତା ଯାଇଛି ମାଟିତଳେ । ହେଲେ ଏତିକିରେ ବନ୍ଦ ହୋଇ ରହିଛି କାମ । ଏହା ମଧ୍ୟରେ ଚାରିଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ବହୁ ଲୋକେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ନା ଏଠାକାର ସମସ୍ୟା କାହାକୁ ଦେଖାଯାଉଛି ନା କୌଣସି ରାଜନେତା ଏହାର ସମାଧାନ କରୁଛନ୍ତି । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡାଙ୍ଗବାହାଲ ଗ୍ରାମକୁ ଆସି ତାଙ୍କର ନିର୍ବାଚନୀ ପ୍ରଚାର କରି ଫେରିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗ୍ରାମକୁ ଆସିଲେ ଗ୍ରାମବାସୀଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ ବୋଲି ଲୋକେ ଆଶା କରିଥିବା ବେଳେ କିନ୍ତୁ ମୁଖ୍ୟମନ୍ତ୍ରୀ ‘ ଆପଣ ମାନେ ଖୁସି ତ ମୁଁ ବି ବହୁତ ଖୁସି ’ କେବଳ ଏହି ଦୁଇ ଧାଡ଼ି କହି ଚାଲିଯାଇଛନ୍ତି ।

ତେବେ ସତରେ କେବେ ଡାଙ୍ଗବାହାଲବାସୀ ଖୁସି ହୋଇ ପାରିବେ ତାହା ସମୟ କହିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନରେ ବିଜେଡ଼ି ଦଳର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ଧରି ବିଜେପୁର ଅଞ୍ଚଳରେ ପ୍ରଚାର କରିଥିଲେ । ସେ ନିଜେ ଲୋକଙ୍କ ପାଖକୁ ଆସିଥିବାରୁ ଲୋକଙ୍କୁ ସବୁ ସ୍ଥାନରେ " ଆପଣ ମାନେ ଖୁଶି ତ ?" ବୋଲି କହୁଥିଲେ ଏବଂ ଲୋକେ ଏହାକୁ ବେସ ମଜାରେ ଉପଭୋଗ କରୁଥିଲେ । କିନ୍ତୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମବାସୀଙ୍କୁ ନବୀନଙ୍କ ଏହି କଥା କଟା ଘାରେ ଚୂନ ପରି ଲାଗିଥିଲା ।

Body:ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଳ ଗ୍ରାମରେ ଦୀର୍ଘ ୧୨ ବର୍ଷ ହେଲା ଏଠାକାର ଲୋକେ ଫ୍ଲୋରାଇଡ଼ ପାଣିର ଆତଙ୍କରେ ମୃତ୍ୟୁବରଣ କରିଥିବା ବେଳେ ଅଳ୍ପ ବୟସର ବହୁ ଶିଶୁ, ଯୁବକ ଓ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡୁଛି ଏବଂ ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଠାକାର ନେତା ଓ ମନ୍ତ୍ରୀ ସମସ୍ତେ ଡାଙ୍ଗବାହାଲ ଗ୍ରାମର ସମସ୍ୟା ବିଷୟରେ ଅବଗତ ଅଛନ୍ତି ମାତ୍ର କୌଣସି ପ୍ରକାରର ସୁବିଧା କରାଯାଉନାହିଁ ଗ୍ରାମବାସୀଙ୍କ। ଦୀର୍ଘ ବର୍ଷ ହେଲା ମାଟି ଖୋଲାଯାଇ ପାଣିପାଇପ ପୋତାଯାଇଛି ମାଟିତଳେ ହେଲେ ଏତିକିରେ ବନ୍ଦ ହୋଇରହିଛି କାମ ।
ଏହା ମଧ୍ୟରେ ଚାରିଜଣଙ୍କ ଜୀବନ ଚାଲିଯାଇଥିବା ବେଲେ ବହୁ ଲୋକେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ନା ଏଠାକାର ସମସ୍ୟା କାହାକୁ ଦେଖାଯାଉଛି ନା କୌଣସି ରାଜନେତା ଏହାର ସମାଧାନ କରୁଛନ୍ତି । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡାଙ୍ଗବାହାଲ ଗ୍ରାମକୁ ଆସି ତାଙ୍କର ନିର୍ବାଚନୀ ପ୍ରଚାରକରି ଫେରିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗ୍ରାମକୁ ଆସିଲେ ଗ୍ରାମବାସୀଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ ବୋଲି ଲୋକେ ଆଶା କରିଥିବା ବେଳେ କିନ୍ତୁ ମୁଖ୍ୟମନ୍ତ୍ରୀ " ଆପଣ ମାନେ ଖୁସି ତ ମୁଁ ବି ବହୁତ ଖୁସି " ଏପରି କେବଳ ଦୁଇ ଧାଡ଼ି ବକିଦେଇ ଚାଲିଯାଇଛନ୍ତି ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ କଟା ଘା ରେ ଚୂନ ମାରିବା ପରି ହୋଇଛି ।
ଗ୍ରାମବାସୀ ପ୍ରକୃତରେ କେତେ ଖୁସି ଅଛନ୍ତି ତାହା ସେମାନଙ୍କ ପ୍ରତିକ୍ରିୟା ରୁ ଜଣାପଡିଯାଇଥିଲା ।

ବାଇଟ ୧- ରାଜ କିଶୋର ନାଗ ( ଡାଙ୍ଗବାହାଲ )
ବାଇଟ ୨- ଆଲୋକ ପଧାନ ( ଡାଙ୍ଗବାହାଲ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.