ETV Bharat / state

ଭଗବତ ଗୀତାର ବାଣୀକୁ ଅନୁସରଣ କରୁଛନ୍ତି ବରଗଡ ଚାଷୀ

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଚାଷୀଙ୍କ ମନରେ ଆଶା ଓ ବିଶ୍ଵାସ ରହିଥିବା ବେଳେ ଠିକ ସମୟରେ ମୌସୁମୀ ମଧ୍ୟ ଆସି ବର୍ଷାର ପ୍ରଥମ ଝଲକ ଦେଖାଇ ଦେଇଛି । ଯାହାକୁ ନେଇ ବରଗଡ ଜିଲ୍ଲାର ଚାଷୀ ମନରେ ଏବେ ଖୁସିର ଲହରୀ ।

author img

By

Published : Jun 25, 2019, 10:00 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ପ୍ରଚଣ୍ଡ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରି ରହିଥିବା ବେଳେ ବରଗଡ ଜିଲ୍ଲାର ଚାଷୀ ମାନେ ଚାତକ ପକ୍ଷୀ ପରି ମୌସୁମୀକୁ ଅପେକ୍ଷା କରି ରହିଛନ୍ତି ଚାଷ କାମ ଆରମ୍ଭ କରିବା ପାଇଁ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଚାଷୀଙ୍କ ମନରେ ଆଶା ଓ ବିଶ୍ଵାସ ରହିଥିବା ବେଳେ ଠିକ ସମୟରେ ମୌସୁମୀ ମଧ୍ୟ ଆସି ବର୍ଷାର ପ୍ରଥମ ଝଲକ ଦେଖାଇଦେଇଛି । ଏବଂ ଜିଲ୍ଲାର ଚାଷୀଙ୍କ ମନରେ ଭରି ଦେଇଛି ଖୁସିର ଲହରୀ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ଚଳିତ ବର୍ଷ ମୌସୁମୀ ଟିକିଏ ବିଳମ୍ବ କରିଛି ସତ ହେଲେ ବର୍ଷାର ଆଗମନ ହୋଇଥିବା ବେଳେ ଚାଷୀ ମାନେ ନିଜ ନିଜ ବିଲକୁ ସଜାଡିବା ପାଇଁ ବାହାରି ପଡିଛନ୍ତି । ପ୍ରଥମ ବର୍ଷାରେ ମାଟି ଓଦା ହେବା ସହ ଚାଷ ଆରମ୍ଭ ପାଇଁ ସଠିକ ସମୟ ହୋଇଥିବାରୁ ଚାଷୀ ମାନେ ବିଭିନ୍ନ ଶସ୍ୟ ଜାତୀୟ ଉତ୍ପାଦନ ପାଇଁ ଅଣ୍ଟା ଭିଡିସାରିଲେଣି । କିଏ ଟ୍ରାକ୍ଟର ଜରିଆରେ ମାଟିକୁ ହାଲୁକା କରୁଛି ତ ଆଉ କିଏ ବିଲରେ ବିହନ ବୁଣିବା ଆରମ୍ଭ କରିଲେଣି । ମୌ

ସୁମୀର ଆଗମନରେ ପ୍ରଥମେ ଅଳ୍ପ ବର୍ଷା ହେଲେ ମଧ୍ୟ ଚାଷୀ ମାନେ ମୁଗ, ବିରି, ଚିନାବାଦାମ ପରି ଚାଷ ଆରମ୍ଭ କରିଦେଇଛନ୍ତି । ଜମିରେ ବିହନ ବୁଣି ଦେଇ ପୁଣି ବର୍ଷାର ଭରଷାରେ ଛାଡି ଦେଇଛନ୍ତି ନିଜ ଜମିକୁ । ଆଗକୁ ଭଲ ବର୍ଷା ହେଲେ ବିହନରୁ ଗଜା ଉଠିବ ଓ ଫସଲ ଖେଳିଉଠିବ ଏବଂ ବର୍ଷା ନହେଲେ ଚାଷୀ କ୍ଷତି ସହିବ । ଚାଷୀ ପରିଶ୍ରମ କରିଚାଲିଛି ଏବଂ ଫଳର ଆଶା ଭଗବାନଙ୍କ ଉପରେ ଛାଡିଦେଇଛି । ଭଲ ବର୍ଷା ହେଲେ ଭଲ ଚାଷ ହେବ ଆଗକୁ ଭଗବାନ ଭରଷା ବୋଲି କହିଛନ୍ତି ବରଗଡ ଜିଲ୍ଲାର ଚାଷୀ ।

ସଂସାରରେ ପେଟପାଟଣା ପାଇଁ ସମସ୍ତ କର୍ମଜୀବୀ ନିଜ ନିଜ କର୍ମକ୍ଷେତ୍ରରେ କିଛି ନା କିଛି ଫଳର ଆଶା ନେଇ ବ୍ୟସ୍ତ ରହୁଥିବା ବେଳେ ଚାଷୀ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ନିଜର ପରିଶ୍ରମର ଫଳକୁ ଭଗବାନ ଭରସାରେ ଛାଡିଦେଉଛି । ସତେ ଯେପରି ଭଗବତ ଗୀତାରେ ଉଲ୍ଲେଖ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ ଅନୁସାରେ " ଫଳର ଆଶା ନରଖି ନିରନ୍ତର କର୍ମ କରିଚାଲିବା "।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
ପ୍ରଚଣ୍ଡ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ସମସ୍ତେ ବର୍ଷାକୁ  ଅପେକ୍ଷା କରିରହିଥିବା ବେଳେ ବରଗଡ ଜିଲ୍ଲାର ଚାଷୀ ମାନେ ଚାତକପକ୍ଷୀ ପରି ମୌସୁମୀ କୁ ଅପେକ୍ଷା କରିରହିଛନ୍ତି ଚାଷ କାମ ଆରମ୍ଭକରିବା ପାଇଁ | ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଚାଷୀଙ୍କ ମନରେ ଆଶା ଓ ବିଶ୍ଵାଶ ରହିଥିବା ବେଳେ ଠିକ ସମୟରେ ମୌସୁମୀ ମଧ୍ୟ ଆସି ବର୍ଷା ର ପ୍ରଥମ ଝଲକ ଦେଖାଇଦେଇଛି ଏବଂ ଜିଲ୍ଲାର ଚାଷୀଙ୍କ ମନରେ ଭରିଦେଇଛି ଖୁଶିର ଲହରୀ |  
   ଚଳିତ ବର୍ଷ ମୌସୁମି ଠିକ ସମୟରେ ପ୍ରବେଶ କରି ବର୍ଷାର ଆଗମନ ହୋଇଥିବା ବେଳେ ଚାଷୀ ମାନେ ଖୁଶିରେ ନିଜ ନିଜ ବିଲକୁ ସଜାଡିବା ପାଇଁ ବାହାରିପଡିଛନ୍ତି | ପ୍ରଥମ ବର୍ଷାରେ ମାଟି ଓଦା ହେବା ସହ ଚାଷ ଆରମ୍ଭ ପାଇଁ ସଠିକ ସମୟ ହୋଇଥିବାରୁ ଚାଷୀ ମାନେ ବିଭିନ୍ନ ଶସ୍ୟ ଜାତୀୟ ଉତ୍ପାଦନ ପାଇଁ ଅଣ୍ଟା ଭିଡିସାରିଲେଣି | କିଏ ଟ୍ରାକ୍ଟର ଜରିଆରେ ମତିକୁ ହାଲୁକା କରୁଛିତ ଆଉ କିଏ ବିଲରେ ବିହନ ବୁଣିବା ଆରମ୍ଭ କରିଲେଣି | ମୌସୁମୀର ଆଗମନ ରେ ପ୍ରଥମେ ଅଳ୍ପ ବର୍ଷା ହେଲେ ମଧ୍ୟ ଚାଷୀ ମାନେ ମୁଗ,ବିରି,ଚିନାବାଦାମ ପରି ଚାଷ ଆରମ୍ଭ କରିଦେଇଛନ୍ତି | ଜମିରେ ବିହନ ବୁଣିଦେଇ ପୁଣି ବର୍ଷାର ଭାରୋଷାରେ ଛାଡିଦେଇଛନ୍ତି ନିଜ ଜମିକୁ | ଆଗକୁ ଭଲ ବର୍ଷା ହେଲେ ବିହନରୁ ଗଜା ଉଠିବ ଓ ଫସଲ ଖେଳି ଉଠିବ ଏବଂ ବର୍ଷା ନହେଲେ ଚଷିକୁ କ୍ଷତି ସହିବାକୁ ପଡିବ | ଚାଷୀ ପରିଶ୍ରମ କରିଚାଲିଛି ଏବଂ ଫଳର ଆଶା ଭଗବାନଙ୍କ ଉପରେ ଛାଡିଦେଇଛି |  ଭଲ ବର୍ଷା ହେଲେ ଭଲ ଚାଷ ହେବ ଆଗକୁ ଭଗବାନ ଭରଷା ବୋଲି କହିଛନ୍ତି ବରଗଡ ଜିଲ୍ଲାର ଚାଷୀ |
 ସଂସାରରେ ପେଟପାଟଣା ପାଇଁ ସମସ୍ତ କର୍ମଜୀବି  ନିଜ ନିଜ କର୍ମକ୍ଷେତ୍ରରେ କିଛି ନା କିଛି ଫଳର ଆଶା ନେଇ ବ୍ୟସ୍ତ ରହୁଥିଉବା ବେଳେ କୃଶକ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ନିଜର ପରିଶ୍ରମର ଫଳକୁ ଭଗବାନ ଭରସାରେ ଛାଡିଦେଉଛି ସତେ ଯେପରି ଭଗବତ ଗୀତାରେ ଉଲ୍ଲେଖ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ ଅନୁସାରେ " ଫଳର ଆଶା ନରଖି ନିରନ୍ତର କର୍ମ କରିଚାଲିବା " ପଥକୁ କୃଶକ ମାନେ ଆଦରି ନେଇଛନ୍ତି |
 ବାଇଟ ଓ ଭିଡିଓ FTP ରେ ଯାଇଛି |
slug- odbgh_mausumi_video1_7203682
 ବାଇଟ 1- ମନବୋଧ ଭୋଇ ( ଚାଷୀ )
 ବାଇଟ 2- ମହେଶ ନାଗ ( ଚାଷୀ )
 ବାଇଟ 3 - ଚମ୍ପି ନାଗ ( ମହିଳା ଚାଷୀ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.