ETV Bharat / state

ବୟସ ସହ ବଢୁଛି ରୋଗ, 16 ବର୍ଷ ହେଲାଣି ଜଣାପଡୁନି କାରଣ

କିଶୋରବସ୍ଥାରୁ ଯୁବାବସ୍ଥା ପର୍ଯ୍ୟନ୍ତ ଦୀର୍ଘ 16 ବର୍ଷ ଧରି ବିଧାତାର ଲେଖାରେ ଶଯ୍ୟାରେ ଦିନ କାଟୁଛନ୍ତି ପୋଟଳଗ୍ରାମର ସୁବଳ କର । ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତି ନା ପଡିଛି ପ୍ରଶାସନର ଦୃଷ୍ଟି ନା ମିଳିଛି ସରକାରୀ ସହାୟତା । ଚିକିତ୍ସା ପାଇଁ ସବୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଅଧିକ ଅର୍ଥ ତାଙ୍କୁ ସୁସ୍ଥ ଜୀବନ ଦେବାରେ ସାଜିଛି ବାଧକ ।

author img

By

Published : Aug 11, 2019, 1:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: କିଶୋରାବସ୍ଥାରୁ ଯୁବାବସ୍ଥା ପର୍ଯ୍ୟନ୍ତ ବିଛଣାରେ କଟୁଛି ଦିନରାତି । ଭାଗ୍ୟରେ ନଥିଲା ପିଲାଦିନରେ ସାଙ୍ଗସାଥୀଙ୍କ ସହ ଖେଳକୁଦ, ପାଠପଢା ଓ ମଉଜ ମଜଲିସର ସୁଖ । ଅଜଣା ରୋଗ ତାଙ୍କ ଜୀବନକୁ ଗ୍ରାସ କରି ସବୁଦିନ ପାଇଁ ତାଙ୍କୁ କରିଥିଲା ଶଯ୍ୟାଶାୟୀ । ଏ ହେଉଛନ୍ତି ବରଗଡ ଜିଲ୍ଲା ପିଠା ପୋଟଳ ଗ୍ରାମର ସୁବଳ କର । ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ମାତ୍‌ ଦେଉଥିବା ସୁବଳଙ୍କୁ କିନ୍ତୁ ଭାଗ୍ୟ ଦେଇଥିଲା ମାତ୍‌ ।

ଆଜି ସେହି ନବମ ଶ୍ରେଣୀର 14 ବର୍ଷୀୟ ନାବାଳକ 30 ବର୍ଷ ଯୁବକରେ ପରିଣତ ହୋଇଛି । ଦୀର୍ଘ 16 ବର୍ଷ ଧରି ଗୋଟିଏ ବିଛଣାରୁ ଉଠିନଥିବା ସୁବଳଙ୍କ ପାଇଁ ଏବେ ଛୋଟ ପଡିଲାଣି ଖଟ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତି ନା ପଡିଛି ପ୍ରଶାସନର ଦୃଷ୍ଟି ନା ମିଳିଛି ସରକାରୀ ସହାୟତା । ଫଳରେ ଶଯ୍ୟାଶାୟୀ ଜୀବନ ଅତିବାହିତ କରୁଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପିଲାଦିନେ ଉଚ୍ଚ ଶିକ୍ଷିତ ହୋଇ ବଡ ଚାକିରି କରି ବାପା ମାଙ୍କ ସେବା କରିବାକୁ ସ୍ବପ୍ନ ରଖିଥିବା ସୁବଳଙ୍କ ଭାଗ୍ୟରେ ବିଧାତାଙ୍କ ଲେଖା ଥିଲା କିଛି ଅଲଗା । ଦିନେ ସ୍କୁଲରୁ ପାଠପଢି ଫେରୁଥିବାବେଳେ ହଠାତ ଗୋଟିଏ ଗୋଡ କାମ କରି ନଥିଲା । ଏହାପରେ ସେ ଛୋଟେଇ ଛୋଟେଇ ଘରକୁ ଆସିଥିଲେ । ଆଉ ଧୀରେ ଧୀରେ ତାଙ୍କ ଗୋଡ ଦରଜ ହେବାକୁ ଲାଗିଲା । ପରେ ଗୋଡ ଦୁଇଟି ଅକର୍ମଣ୍ୟ ହୋଇଯାଇଥିଲା । ସେହିଦିନ ଠାରୁ ବନ୍ଦ ହୋଇଥିଲା ସୁବଳଙ୍କ ପାଠପଢା । ପୁଅକୁ ଭଲ କରିବାକୁ ସୁବଳଙ୍କ ପରିବାର ଅନେକ ଡାକ୍ତରଙ୍କୁ ଦେଖାଇଥିଲେ । ଓଡିଶାର ଡାକ୍ତର ତାଙ୍କ ରୋଗକୁ ଚିହ୍ନି ପାରିନଥିବାବେଳେ ବାହାର ଡାକ୍ତର ତାଙ୍କ ହାତ ଓ ଗୋଡର ହାଡ ନଳୀ ଭିତରେ ତିଆରି ହୋଇପାରୁନାହିଁ ତରଳ ଜାତୀୟ ପଦାର୍ଥ । ଯାହାର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ପଡିବ ବୋଲି ଡାକ୍ତର କହିଥିଲେ । ଆଉ ଏବେ ତାଙ୍କ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ ।

ସୁବଳଙ୍କ ବାପା ଧନଞ୍ଜୟ କର ପେଶାରେ ଜଣେ ମନ୍ଦିର ପୂଜକ । ଦୀର୍ଘ 50 ବର୍ଷ ଧରି ରାଧାକୃଷ୍ଣଙ୍କ ପୂଜାରେ ସେ ନିଜକୁ ସମର୍ପଣ କରିଦେଇଛନ୍ତି । ହେଲେ ସାନ ପୁଅର ରୋଗ ତାଙ୍କ ଉପରେ ଦାଉ ସାଜିଛି । ସତେ ଯେମିତି ଭକ୍ତର ପରୀକ୍ଷା ନେଉଛନ୍ତି ଭଗବାନ । ଧନଞ୍ଜୟଙ୍କ ଦୁଇଟି ପୁଅ ଅଛନ୍ତି । ବଡ ପୁଅ ଶାରିରୀକ ଓ ମାନସିକସ୍ତରରେ ଅକ୍ଷମ ହୋଇଥିବାବେଳେ ସାନ ପୁଅ ସୁବଳ ଶଯ୍ୟାଶାୟୀ ହୋଇପଡିଛି । ମନ୍ଦିରରୁ ମିଳୁଥିବା ଅର୍ଥରେ 4 ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ପ୍ରତିଦିନ ଦୁଇ ଓଳି ଖାଇବାକୁ ମିଳିବା କଥାକୁ ଭଗବାନଙ୍କ କୃପା ବୋଲି କହିଛନ୍ତି ସେ ।

ଅର୍ଥ ଏବଂ ପରିବାରର ଦୂରବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ସୁବଳ । ଦିନେ ବାପା ମାଙ୍କ ସେବା କରିବାକୁ ଆଶା ରଖିଥିବା ସୁବଳ ଏବେ ନିଜେ ସେମାନଙ୍କ ଆଶ୍ରିତ । କିନ୍ତୁ ପରିବାରର ଏତେ କଷ୍ଟ ପରେ ବି ଭଗବାନଙ୍କ ପୂଜାର୍ଚ୍ଚନାରେ ହେଳା କରିନାହାଁନ୍ତି ଧନଞ୍ଜୟ । ତଥାପି ମନ୍ଦିରରେ ଧନଞ୍ଜୟଙ୍କ ପାଇଁ ପଥର ମୂର୍ତ୍ତି ସାଜିଛନ୍ତି ଭଗବାନ । ଯଦି କେହି ସହୃଦୟ ବ୍ୟକ୍ତି ସୁବଳଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ଚାହାଁନ୍ତି ତାହେଲେ ତାଙ୍କ ମୋବାଇଲ ନଂ 9777683017ରେ ଯୋଗାଯୋଗ କରିପାରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:୧୪ ବର୍ଷ ବଯସରୁ ଶଯ୍ୟାଶାୟୀ ହୋଇ କିଶୋର ଅବସ୍ଥାରୁ ଯୁବାବସ୍ଥା ପର୍ଯ୍ୟନ୍ତ ବିଛଣାରେ କଟିଛି ଦିନ ଓ ରାତି | ଭାଗ୍ୟରେ ନଥିଲା ପିଲା ଦିନର ଖେଳକୁଦ , ପାଠପଢା ଓ ମଉଜ ମଜଲିସ | ସୁସ୍ଥସବଳ ଜୀବନ ଜାପନ ସହିତ ନବମ ଶ୍ରେଣୀରେ ପାଠପଡିବା ପରେ ହଠାତ ଓଲଟି ଯାଇଥିଲା ଭାଗ୍ୟଚକ୍ର ଏବଂ ଅଜଣା ରୋଗ ଗ୍ରାସକରି ବିଛଣାରେ ପକାଇଦେଇଥିଲା କୋମଳମତି ବାଳକକୁ | ଆଜି ସେଇ ନବମ ଶ୍ରେଣୀର ବାଳକ ୩୦ ବର୍ଷର ଯୁବକ ପାଲଟିଯାଇଛି ବିଛଣା ରେ ପଡିରହି | ଦୀର୍ଘ ୧୬ ବର୍ଷ ହେଲା ଗୋଟିଏ ବିଛଣାରୁ ଉଠିନଥିବା ବେଳେ ଏବେ ଛୋଟ ପଡିଗଲାଣି ସେହି ବିଛଣା ହେଲେ ଆଜିପର୍ଯ୍ୟନ୍ତ ନା ମିଳିପାରିଛି କୌଣସି ସରକାରୀ ସହାୟତା ନା କରାଯାଇଛି ଚିକିତ୍ସା ବ୍ୟବସ୍ଥା |

Body:ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପିଠା ପୋଟଳ ଗ୍ରାମର ସୁବଳ କର | ସମୟ ଥିଲା ଦିନେ ସ୍କୁଲକୁ ପାଠପଢିବାକୁ ଯାଉଥିଲେ ଏବଂ ଗାଁ ସ୍କୁଲରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ମାନଙ୍କ ଠାରୁ ଆଗରେ ରହୁଥିଲେ | ଭାବିଥିଲେ ପାଠପଢି ଉଚ୍ଚଶିଖିତ ହେବେ ଏବଂ ବଡ ଚାକିରି କରି ଗରିବ ପରିବାରର ସହାୟ ହୋଇ ମାଁ ବାପାଙ୍କ ସେବା କରିବେ କିନ୍ତୁ ବିଧାତାଙ୍କ ଲେଖା ଥିଲା କିଛି ଅଲଗା | ହଠାତ ପରିବର୍ତନ ହୋଇଯାଇଥିଲା ସୁବଳଙ୍କ ଭାଗ୍ୟଚକ୍ର | ୧୪ ବର୍ଷର ସୁବଳ ସ୍କୁଲରୁ ପାଠପଢି ଫେରୁଥିବା ବେଳେ ହଠାତ ଗୋଟିଏ ଗୋଡ କାମକରିନଥିଲା ଛୋଟାଇ ଛୋଟାଇ ଘରକୁ ଆସିଥିଲେ | ଧୀରେ ଧୀରେ ଦରଜ ହେବାକୁ ଲାଗିଲା ଏବଂ ପରେ ଉଭୟ ଗୋଡ଼ ଅକର୍ମଣ୍ୟ ହୋଇଗଲା | ଖଟରୁ ଉଠିପାରିନଥିଲେ ଏବଂ ବନ୍ଦ ହୋଇଗଲା ସ୍କୁଲ ପାଠପଢା | ଗରିବ ବାପା ମନ୍ଦିର ପୂଜା କରି ଯାହା ମିଳିଥାଏ ସେଥିରେ ପରିବାରର ପେଟ ପୋଷିଥାନ୍ତି ଏପରି ସ୍ଥଳେ ପୁଅ ସୁବଳର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଗାଁ ଲୋକଙ୍କ ସହାୟତାରେ ଆଖପାଖ ସମସ୍ତ ଡାକ୍ତରଖାନା ରେ ଚିକିତ୍ସା କରାଇଥିଲେ ମଧ୍ୟ ସୁବଳ ଙ୍କର ସ୍ଵାସ୍ଥ୍ୟରେ କୌଣସି ସୁଧାର ହୋଇନଥିଲା | ଓଡିଶା ଭିତରେ ଡାକ୍ତର ମାନେ ରୋଗକୁ ଚିହ୍ନଟ କରିପାରିନଥିବା ବେଳେ ବାହାର ରାଜ୍ୟର ଡାକ୍ତରମାନେ ସୁବଳଙ୍କ ରୋଗକୁ ଚିହ୍ନିପାରିଥିଲେ ଏବଂ ସେମାନଙ୍କ କହିବା ଅନୁଯାୟୀ ସୁବଳଙ୍କର ହାତ ଓ ଗୋଡର ହାଡନଲି ଭିତରେ ତିଆରି ହେଉପାରୁନାହିଁ ତରଳ ଜାତୀୟ ପଦାର୍ଥ | ଏହି ରୋଗର ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକ ପଡିଥିଲା ଯାହାକି ସୁବଳଙ୍କ ଗରିବ ବାପା ପକ୍ଷେ ସମ୍ଭବ ନଥିଲା | ସୁବଳଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବଡ ବାଧକ ଫଳରେ ବିନା ଚିକିତ୍ସାରେ ବିଛଣାରେ ପଡିରହିବାକୁ ବାଧ୍ୟ ହୋଇଥିଲେ ସୁବଳ | ସାଙ୍ଗସାଥି ମାନଙ୍କ ଖେଳକୁଦ ଓ ପାଠପଢିଯିବାର ଦୃଶ୍ୟ ଦେଖି ସୁବଳଙ୍କ ଆଖିରୁ ଝରିଯାଉଥିଲା ଲୁହ | ଦୀର୍ଘ ୧୬ ବର୍ଷ ପରେ ସାଙ୍ଗମାନେ ପାଠପଢାରେ ବହୁ ଆଗକୁ ଯାଇ ଆଜି ବଡ ବଡ ଅଫିସର ହୋଇସାରିଥିବା ବେଳେ କିନ୍ତୁ ସୁବଳ ଆଜି ମଧ୍ୟ ସେହି ବିଛଣାରେ ପଡିରହିଛନ୍ତି ଏବଂ ସୁବଳଙ୍କ ମାଁ ବାପା ତାଙ୍କର ସେବା ଶୁଶ୍ରୁତା କରୁଛନ୍ତି | ଯେଉଁ ସୁବଳ ପିଲା ଦିନରୁ ମାଁ ବାପାଙ୍କ ବୃଦ୍ଧ କାଳରେ ମୁଁ ସାହାରା ହେବି ବୋଲି କହୁଥିଲେ ଆଜି ବୃଦ୍ଧ ମାଁ ବାପାଙ୍କୁ ଓଲଟା ସୁବଳଙ୍କର ସେବା କରିବାକୁ ପଡୁଛି ଏବଂ ଏହାକୁ ନେଇ ଦୁଃଖରେ ଭାଙ୍ଗିପଡିଛନ୍ତି ସୁବଳ |
Conclusion:ତେବେ ସୁବଳଙ୍କ ବାପା ରାଧାକୃଷ୍ଣ ମନ୍ଦିରର ପୂଜକ ଧନଞ୍ଜୟ କର , ଦୀର୍ଘ ୫୦ ବର୍ଷ ହେଲା ଭଗବାନ ଙ୍କ ସେବାରେ ନିଜକୁ ଅର୍ପଣ କରିଦେଇଥିବା ବେଳେ ତାଙ୍କ ପରିବାରରେ ଦୁଃଖର ପାହାଡ ଦେଇ ସତେ ଯେପରି ଭକ୍ତର ପରୀକ୍ଷା କରୁଛନ୍ତି ଭଗବାନ | ପୂଜକ ଧନଞ୍ଜୟଙ୍କର ଦୁଇ ପୁଅ ଥିବା ବେଳେ ବଡ ପୁଅ ଶାରୀରିକ ଏବଂ ମାନସିକ ବିକଳାଙ୍ଗ ଅଟନ୍ତି ଓ ସାନ ପୁଅ ସୁବଳ ସଜ୍ୟାଶାୟୀ ହୋଇ ପଡିରହିଛନ୍ତି | ଘରେ ଚାରି କୁଟୁମ୍ବ ଖାଇବା ପାଇଁ ଦାନା ଟିଏ ନାହି ହେଲେ ପ୍ରତିଦିନ କିଛିନା କିଛି ଖାଇବା ଯୋଗାଡ ହୋଇଯାଇଥାଏ ଯାହାକୁ ଧନଞ୍ଜୟ ଭଗବାନଙ୍କର କୃପା ବୋଲି କହିଥାନ୍ତି | ଗୋଟିଏ ପଟେ ଧନଞ୍ଜୟଙ୍କୁ ନିଜ ପରିବାରର ପ୍ରତିପୋଷଣର ଚିନ୍ତା ରହିଥିବା ବେଲେ ଅନ୍ୟପଟେ କେବେହେଲେ ସେ ଭଗବାନଙ୍କ ପୂଜାଚର୍ନାରେ ଅବହେଳା କରିନଥାନ୍ତି ତଥାପି ମଧ୍ୟ ସତେ ଯେପରି ମନ୍ଦିରର ଭଗବାନ ଧନଞ୍ଜୟ ପାଇଁ କେବଳ ପଥରର ମୂର୍ତ୍ତି ସାଜି ବସିଛନ୍ତି | ଧନଞ୍ଜୟ ଆଶା ବାନ୍ଧି ବସିଛନ୍ତି ଯେ ଯେବେହେଲେ ଭଗବାନ ମଣିଷ ରୂପରେ ଆସି ତାଙ୍କ ଦୁଃଖ ଦୂରକରିବେ |

ସୁବଳଙ୍କୁ ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇବାକୁ ଚାହାନ୍ତି ତାହାହେଲେ ସୁବଳଙ୍କ ମୋବାଇଲ ୯୭୭୭୬୮୩୦୧୭ ନମ୍ବର ରେ ଯୋଗାଯୋଗ କରିପାରିବେ |

ବାଇଟ 1- ସୁବଳ କର ( ପିଠାପୋଟଳ )
ବାଇଟ 2-ସୁଭାସିନୀ କର ( ସୁବଳଙ୍କ ମାଁ )
ବାଇଟ 3- ସାଧୁଚରଣ ଦାଶ ( CDMO )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.