ETV Bharat / state

ଦୂର ହେବ ରକ୍ତ ସଙ୍କଟ, ଗଡିଲା ମୋବାଇଲ ବ୍ଲଡ କଲେକ୍ସନ ଭ୍ୟାନ - ରକ୍ତ ଦାନ

ବରଗଡରେ ମୋବାଇଲ ବ୍ଲଡ କଲେକ୍ସନ ଭ୍ୟାନର ଉଦଘାଟନ ହୋଇଛି । ପ୍ରଥମ ଦିନରେ ହିଁ ମୋବାଇଲ ଭ୍ୟାନ ମାଧ୍ୟମରେ 21 ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଅଧିକ ପଢ଼ନ୍ତୁ...

Mobile Blood Collection Van
ରକ୍ତ ସଙ୍କଟରେ ସହାୟକ ହେବ ବରଗଡରେ ମୋବାଇଲ ରକ୍ତ ଭ୍ୟାନ
author img

By

Published : Apr 15, 2020, 2:08 AM IST

ବରଗଡରେ: ପୂରଣ ହୋଇଛି ଅନେକ ଦିନର ଦାବି । ମଙ୍ଗଳବାର ବରଗଡରେ ମୋବାଇଲ ବ୍ଲଡ କଲେକ୍ସନ ଭ୍ୟାନର ଉଦଘାଟନ ହୋଇଛି । ଲକଡାଉନ ଯୋଗୁଁ ଜିଲ୍ଲାର ରକ୍ତ ଭଣ୍ଡାରରେ ଦେଖାଦେଉଥିବା ରକ୍ତ ସଙ୍କଟକୁ ଏହି ମୋବାଇଲ ଭ୍ୟାନ ମାଧ୍ୟମରେ ଦୂର କରିବା ଲକ୍ଷ୍ୟ ରହିଛି ।

ଏହି ଭ୍ୟାନ ସାହାଯ୍ୟରେ ଗ୍ରାମାଞ୍ଚଳରୁ ରକ୍ତ ଦାନ ଶିବିର ଗୁଡିକରୁ ରକ୍ତ ସଂଗ୍ରହ କରାଯାଇପାରିବ । ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ୍ୟ ଦେବେଶ ଆଚାର୍ଯ୍ୟ , ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ବରଗଡ CDMO ବି ବି ମେହେରଙ୍କ କରକମଳରେ ଏହାର ଆରମ୍ଭ ହୋଇଛି ।

ବହୁ ଦିନର ଦାବି ପୂରଣ କରିଥିବାରୁ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କୁ ନିଷ୍ଠା ପରିବାର ପକ୍ଷରୁରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ତେବେ ଭଲ ଖବର ଯେ, ପ୍ରଥମ ଦିନରେ ହିଁ ମୋବାଇଲ ଭ୍ୟାନ ମାଧ୍ୟମରେ 21 ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.