ETV Bharat / state

ମନ୍ତ୍ରୀ ରୀତା ସାହୁଙ୍କୁ ବିଜେପୁରରେ ଭବ୍ୟ ସ୍ବାଗତ

ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ ବିଜେପୁରକୁ ବିକାଶର ନୂଆ ଫର୍ଦ୍ଦ ଯୋଡିବା ସହ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରୀତା ସାହୁଙ୍କୁ ମନ୍ତ୍ରୀ ପଦବୀ ଦେଇଥିବାରୁ ଆଜି ତାଙ୍କୁ ବିଜେପୁରରେ ହଜାର ହଜାର ଲୋକ ଏକ ବିରାଟ ଶୋଭାଯାତ୍ରାରେ ମନ୍ତ୍ରୀ ରୀତା ସାହୁଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 21, 2022, 9:30 PM IST

ମନ୍ତ୍ରୀ ରୀତା ସାହୁଙ୍କୁ ବିଜେପୁରରେ ଭବ୍ୟ ସ୍ବାଗତ
ମନ୍ତ୍ରୀ ରୀତା ସାହୁଙ୍କୁ ବିଜେପୁରରେ ଭବ୍ୟ ସ୍ବାଗତ

ବରଗଡ: ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ ବିଜେପୁରକୁ ବିକାଶର ନୂଆ ଫର୍ଦ୍ଦ ଯୋଡିବା ସହ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରୀତା ସାହୁଙ୍କୁ ମନ୍ତ୍ରୀ ପଦବୀ ଦେଇଥିବାରୁ ଆଜି ତାଙ୍କୁ ବିଜେପୁରରେ ହଜାର ହଜାର ଲୋକ ଏକ ବିରାଟ ଶୋଭାଯାତ୍ରାରେ ମନ୍ତ୍ରୀ ରୀତା ସାହୁଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ବିଜେପୁରରେ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ବାଗତ କରାଯାଇଛି । ବିଜେପୁର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ବୁଣାକାର ରହିଥିବା ବେଳେ ବିଜେପୁର ବିଧାୟିକାଙ୍କୁ ବୟନଶିଳ୍ପ ମନ୍ତ୍ରୀ ପଦ ଦେଇଥିବାରୁ ବିଜେପୁରବାସୀ ବେଶ ଆନନ୍ଦିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଅଞ୍ଚଳବାସୀ ।

ଅନ୍ୟପଟେ ବିଜେପୁରବାସୀ ନିଜ ନିର୍ବାଚନ ମଣ୍ଡଳୀରେ ଦୀର୍ଘ 22 ବର୍ଷ ପରେ ମନ୍ତ୍ରୀ ଟିଏ ପାଇଥିବାରୁ ବେଶ ଖୁସି ଅଛନ୍ତି । ତେବେ ମନ୍ତ୍ରୀ ପଦ ପାଇବାପରେ ଆଜି ମନ୍ତ୍ରୀ ରୀତା ସାହୁ ପ୍ରଥମ ଥର ପାଇଁ ବିଜେପୁରକୁ ଆସିଥିବା ବେଳେ, ବିଜେପୁରବାସୀ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହରର ପ୍ରତିଟି ସାହିରେ ଶତାଧିକ ମହିଳା ଓ ପୁରୁଷ ମାନେ ପୁଷ୍ପ ଗୁଛ୍ଛ ଦେଇ ରୀତା ସାହୁଙ୍କୁ ସ୍ବାଗତ କରିଥିଲେ । ଜାରିଙ୍ଗ ଗାଁମରେ ପ୍ରଥମେ ଶୋଭାଯାତ୍ରା ପହଞ୍ଚିବା ପରେ ବିଜେପୁର ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ରୀତା ସାହୁ ମାଲ୍ୟାର୍ପଣ କରି ପ୍ରତିମୂର୍ତ୍ତି ସମ୍ମୁଖରେ ନତମସ୍ତକ ହୋଇଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.