ବରଗଡ: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଅସୁରଗଡ଼ ଠାରେ ମାଟିତଳୁ ମିିଳିଲା ପ୍ରାଚୀନ ମୁଦ୍ରା ଓ ଅଳଙ୍କାର । ଯାହାର ହଜାର ହଜାର ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ଇତିହାସ ବିଭାଗ ପକ୍ଷରୁ ଖନନ କାର୍ଯ୍ୟ ଚାଲିଥିବା ବେଳେ ସେ ସମୟରେ ବ୍ୟବହାର କରାଯାଉଥିବା ମାଟିପାତ୍ରର ଅଂଶ, ମୁଦ୍ରା ଓ ଅଳଙ୍କାର ବ୍ୟବହୃତ ସାମଗ୍ରୀ ମିଳିଥିବା ଜଣାପଡ଼ିଛି ।
ଦୀର୍ଘ ବର୍ଷରୁ ମାଟିତଳୁ ବହୁ ପୁରାତନ ସଭ୍ୟତାର ଅଂଶବିଶେଷ ମିଳୁଥିବା ଖବର ପାଇ ଇତିହାସ ବିଭାଗ ପକ୍ଷରୁ ପୁରାତନ ତଥ୍ୟ ସଂଗ୍ରହ କରାଯାଇଥିଲା । ସେହି ଅଞ୍ଚଳର ବିଷୟରେ ଆଶ୍ଚର୍ଯ୍ୟନକ ତଥ୍ୟ ଆସିବା ପରେ ମାଟି ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଖନନ କାର୍ଯ୍ୟ ସମୟରେ ବିଭିନ୍ନ ସ୍ଥାନରେ ବହୁ ପୁରାତନ ସାମଗ୍ରୀ ଉଦ୍ଧାର କରାଯାଇଛି l ଏଯାଏଁ ମାତ୍ର 4 ଫୁଟର ଖନନ କାର୍ଯ୍ୟ ହୋଇଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ଏପରି ଖନନ ଦ୍ୱାରା ଆହୁରି ଅଧିକ ସାମଗ୍ରୀ ମିଳିବାର ଆଶା କରୁଛି ଇତିହାସ ବିଭାଗ ।
ଦୀର୍ଘ 15ଦିନ ହେବ ଏହି ସ୍ଥାନରେ ସଭ୍ୟତାର ଉନ୍ମୋଚନ ପାଇଁ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରାଧ୍ୟାପକଙ୍କୁ ନେଇ ଦୁଇ ହଜାର ବର୍ଷ ତଳର ସଭ୍ୟତା ଲୁଚି ରହିଥିବା ବେଳେ ଏହି ସ୍ଥାନରୁ ଖପରା,ସିଲ ପୁଆ, ପିନ୍ଧିବା ମାଲି ,ସେ ସମୟର ପଥର, ବିଭିନ୍ନ ପ୍ରାଚୀନ ମୁଦ୍ରା,ତତ୍କାଳୀନ ଘରୋଇ ଉପକରଣ, ଲୌହ ଧାତୁର ବିଭିନ୍ନ ଜିନିଷ ମିଳିଥିବା ବେଳେ ଯେଉଁ ସ୍ଥାନରେ ଏହି ଖନନ ଚାଲିଛି ଏହା ଦୁଇ ହଜାର ବର୍ଷ ପୂର୍ବେ ଏକ ନଗର ଥିଲା ଏବଂ ନଗର ବାଣିଜ୍ୟ କାରବାର ଚାଲିଥିବା ଅନୁମାନ କରାଯାଉଛି ବୋଲି ଏଠାକାର ନିର୍ଦ୍ଦେଶ କହିଛନ୍ତି ।
ତେବେ ଏପର୍ଯ୍ୟନ୍ତ ମିଳିଥିବା ସାମଗ୍ରୀ ସବୁ 2 ହଜାର ବର୍ଷ ପୁରୁଣା ସାମଗ୍ରୀ ବୋଲି ଅନୁମାନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଆହୁରି ଜିନିଷ ଗୁଡିକ ମିଳିବ ବୋଲି ଗବେଷଣା ନିର୍ଦ୍ଦେଶକ କହିଛନ୍ତି ।
ଇଟିଭି ଭାରତ,ବରଗଡ