ETV Bharat / state

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ, ଆଜି ହେବ ନୀଳାଚଳଙ୍କ ଅନ୍ତିମ ସଂସ୍କାର - last rites of odia jawan nilachal

ଜନ୍ମମାଟିରେ ପହଞ୍ଚିଛି ଶହୀଦ ବୀର ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର । ରବିବାର ନାଗାଲାଣ୍ଡ ରାଜ୍ୟର ମିଜଦିକୁମା ଜିଲ୍ଲା ସ୍ଥିତ କୁଗିଡେଲାଙ୍ଗ ଗ୍ରାମରେ ଡ୍ୟୁଟିରେ ଥିବା ସମୟରେ ସଡ଼କ ଦୁର୍ଘଟଣାରେ ଯବାନଙ୍କ ପ୍ରାଣ ଯାଇଛି। ଅଧିକ ପଢନ୍ତୁ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ
ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ
author img

By

Published : Aug 14, 2023, 12:39 PM IST

Updated : Aug 14, 2023, 12:54 PM IST

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ

ବରଗଡ଼: ଆଜି ନିଜ ଜନ୍ମମାଟିରେ ପହଞ୍ଚିଲା ଶହୀଦ ବୀର ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର । ନାଗାଲାଣ୍ଡ ରାଜ୍ୟର ମିଜଦିକୁମା ଜିଲ୍ଲା ଅନ୍ତର୍ଗତ କୁଗିଡେଲାଙ୍ଗ ଗ୍ରାମ ରାସ୍ତାରେ ସଡକ ଦୁର୍ଘଟଣାରେ ଶହୀଦ ହୋଇଛନ୍ତି ନୀଳାଚଳ । ତେବେ ଯବାନଙ୍କ ଜନ୍ମମାଟି ଭେଡେନ ବ୍ଲକ୍‌ ଅନ୍ତର୍ଗତ ବାଘପାଳି ଗ୍ରାମରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଛି । ପ୍ରଥମେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହୀଦ ନିଳାଚଳ ପଟେଲଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବରଗଡ଼ର ଜନସାଧାରଣଙ୍କ ସହିତ ଅନେକ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ନେତା, ମନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଡ଼ ଲାଗି ରହିଥିଲା ।

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ବରଗଡ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖିବାକୁ ମିଳିଛି । ଏହାସହ ମନ୍ତ୍ରୀ ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ପ୍ରଭାଷ ସିଂଙ୍କ ସମେତ ଅନେକ ନେତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରାରେ ବରଗଡ଼ ସହର ପରିକ୍ରମା କରି ଶହୀଦ ନୀଳାଚଳ ପଟେଲଙ୍କର ପାର୍ଥିବ ଶରୀରକୁ ତାଙ୍କ ନିଜ ଗ୍ରାମ ବାଘପାଳିକୁ ନିଆଯାଇଛି ।

ଏହା ବି ପଢନ୍ତୁ...ଶଦୀଦ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ: ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର, ପରିବାର ଆଖିରୁ ଶୁଖୁନି ଲୁହ

ସୂଚନା ଅନୁଯାୟୀ, ନୀଳାଚଳ ପଟେଲ 2000 ମସିହାରୁ ସେନା ବାହିନୀରେ ଯୋଗଦାନ କରିଥିଲେ ଏବଂ ଆସାମ 7th ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ଗତ ଶୁକ୍ରବାର ସେ ନାଗାଲାଣ୍ଡ ରାଜ୍ୟର ମିଜଦିକୁମା ଜିଲ୍ଲା ଅନ୍ତର୍ଗତ ବିମାପୁରର କୁଗିଡେଲାଙ୍ଗ ରାସ୍ତାରେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ରବିବାର ବିମାପୁରରୁ ଏୟାରଲିଫ୍ଟ କରି ତାଙ୍କ ପାର୍ଥିବ ଶରୀରକୁ କୋଲକାତାକୁ ଅଣାଯାଇଥିଲା ।

ଏହାପରେ ସଡକପଥ ଦେଇ ଆଜି ସକାଳ 8ଟାରେ ବରଗଡ଼ ଜିଲ୍ଲାପାଳ ଅଫିସରେ ପହଞ୍ଚିବା ପରେ ସେଠାରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେନା ପକ୍ଷରୁ ତାଙ୍କ ପରିବାରବର୍ଗଙ୍କୁ ଶେଷକୃତ୍ୟ ପାଇଁ ପ୍ରଥମେ 1ଲକ୍ଷ 8 ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଶହୀଦ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀରକୁ ବରଗଡ଼ରୁ ଏକ ବିରାଟ ଶୋଭାଯାତ୍ରା ସହିତ ବାଘପାଳି ଗ୍ରାମକୁ ନିଆଯାଇଛି । ପାର୍ଥିବ ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଛି ପରିବେଶ। ପରିବାରଲୋକେ ଧୈର୍ଯ୍ୟହରା ହୋଇପଡିଥିବାବେଳେ ସମସ୍ତେ ଆସି ଶେଷ ଦର୍ଶନ କରୁଛନ୍ତି । ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଇଟିଭି ଭାରତ, ବରଗଡ଼

Last Updated : Aug 14, 2023, 12:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.