ETV Bharat / state

ବରଗଡରେ ଦୋକାନ ବଜାର ବନ୍ଦ: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା

ଯବାନମାନଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ବରଗଡ ବଣିକ ସଂଘ ଦ୍ବାରା ବନ୍ଦ ଡାକରା ଦିଆଯାଇଥିଲା । ଏହାସହ ଶହୀଦଙ୍କୁ ବରଗଡ ସିମେଣ୍ଟ ନଗର ଠାରେ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଓ ପରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।

author img

By

Published : Feb 18, 2019, 11:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କୁ ସୋମବାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଯବାନମାନଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ବରଗଡ ବଣିକ ସଂଘ ଦ୍ବାରା ବନ୍ଦ ଡାକରା ଦିଆଯାଇଥିଲା । ଏହାସହ ଶହୀଦଙ୍କୁ ବରଗଡ ସିମେଣ୍ଟ ନଗର ଠାରେ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଓ ପରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।

ଜଣାଯାଇଛି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଦିନିକିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ବରଗଡ ସହର ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | ଦୋକାନ ବଜାର ସହିତ ଘରୋଇ ବସ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଥିଲା | ବରଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ଲୋକେ ସ୍ବତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ ରଖିଥିବା ଦେଖାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ
undefined

ଶହୀଦଙ୍କ ସମ୍ମାନରେ ଆଜି ବରଗଡ ସିମେଣ୍ଟ ନଗର ଠାରେ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଓ ପରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା | ଏହାସହ ପ୍ୟାରେଣ୍ଟ ଏସୋସିଏସନ ପକ୍ଷରୁ ପୁଲଓ୍ବାମା ଘଟଣାକୁ ତୀବ୍ର ନିନ୍ଦା କରି ପାକିସ୍ତାନ ବିରୋଧି ଶୋଭାଯାତ୍ରା ବାହାର କରିଥିଲେ । ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଇ ପାକିସ୍ତାନ ପତାକା ପୋଡି ପ୍ରତିବାଦ ଜଣାଇଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.