ETV Bharat / state

ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି - ମଧ୍ୟାହ୍ନ ଭୋଜନ ଖାଇ ବରଗଡ ଛାତ୍ରୀ ଗୁରୁତର

ବରଗଡ ଖଲିଆପାଲି ସେବାଶ୍ରମ ସ୍କୁଲରେ ଅଘଟଣ l ମଧ୍ୟାହ୍ନଭୋଜନ ଖାଇ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ । ଅଧିକ ପଢନ୍ତୁ

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

author img

By

Published : Jun 28, 2022, 8:19 PM IST

ବରଗଡ: ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରଛାତ୍ରୀ ଗୁରୁତର( Students Fall Ill After Eating Midday Meal) । ଆଜି ବରଗଡ ଖଲିଆପାଲି ସେବାଶ୍ରମ ସ୍କୁଲରେ ଏହି ଅଘଟଣ ଘଟିଛି । ମଧ୍ୟାହ୍ନଭୋଜନ ପରେ ସ୍କୁଲର ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି l ସେମାନଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ଖଲିଆପାଲି ସେବାଶ୍ରମ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହାର କିଛି ସମୟ ପରେ ଅଧିକାଂଶ ଛାତ୍ରଛାତ୍ରୀ ଝାଡ଼ାବାନ୍ତି ହେବା ସହିତ ସେମାନଙ୍କ ପେଟ ବ୍ୟଥା ହୋଇଥିଲା । ତେବେ ଧୀରେ ଧୀରେ ସମସ୍ତ ପିଲାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିଲା । ଏହାପରେ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l ସେଠାରେ ସେମାନଙ୍କୁ ସାଲାଇନ ଦିଆଯିବା ସହ ଚିକିତ୍ସା କରାଯାଉଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ହସ୍ପିଟାଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ଏବଂ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.