ETV Bharat / state

ଏନଏଚରେ ଲୁଟ୍‌ କରୁଥିବା ଡକାୟତ ଦଳ ଗିରଫ

ବରଗଡ ବାଇପାସ ଜାତୀୟ ରାଜପଥରେ ଦୀର୍ଘ ଦିନ ହେଲା ଲୁଟ୍‌  ଓ ଡକାୟତି କରୁଥିବା ଏକ ଗ୍ୟାଙ୍ଗକୁ ବରଗଡ ପୋଲିସ ଗିରଫ କରିଛି । ଗିରଫ 4ଜଣ ଡକାୟତ ମାନଙ୍କ ମଧ୍ୟରୁ ଡମ୍ବରୁ ମାଝି , ସତ୍ୟ ବୁଡେକ ଓ ପିଣ୍ଟୁ ବୁଡେକ ଏହି 3ଜଣ ପାଣିଛତ୍ରର ହୋଇଥିବା ବେଳେ ଆଉ ଜଣେ ବରଗଡ ଗୁରୁଦ୍ୱାରାର କରଣ ସିଂହ ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲା ସଦର ଥାନାରେ ରହିଛି ।

author img

By

Published : Sep 2, 2019, 4:45 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ସହର ଦେଇ ଯାଇଥିବା ବାଇପାସ ଜାତୀୟ ରାଜପଥରେ ଦୀର୍ଘ ଦିନ ହେଲା ଲୁଟ୍‌ ଓ ଡକାୟତି ଘଟଣା ଖବର ଦେଖିବାକୁ ମିଳୁଥିଲା । ତେବେ ବରଗଡ ପୋଲିସ ଏକ ଡକାୟତି ଦଳକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହି 4ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଧରାପଡିବା ପରେ କିଛିଟା ଆଶ୍ଵସ୍ତି ଲାଭ କରିଛନ୍ତି ବରଗଡ ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁଯାୟୀ, ଗତ ଶନିବାର ରାତି 8 ଟା 30 ମିନିଟ ସମୟରେ ବରଗଡ ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ପିକଅପ ଭ୍ୟାନକୁ ପାଞ୍ଚ ଜଣ ଡକାୟତ ଲୁଟି ନେଇଯାଇଥିଲେ । ଅମୂଲ୍ୟ ବେହେରା ନାମକ ଢେଙ୍କାନାଳର ଜଣେ ଡ୍ରାଇଭର ଏକ ପିକଅପ ଭ୍ୟାନରେ ବରପାଲିକୁ ଜିନିଷ ଧରି ଫେରୁଥିଲେ । ଏହି ସମୟରେ ବରପାଲି ଠାରେ ଜଣେ ଅଜଣା ବ୍ୟକ୍ତି ବରଗଡ ପର୍ଯ୍ୟନ୍ତ ଲିଫ୍ଟ ମାଗିଥିଲେ । ଡ୍ରାଇଭର ଅମୂଲ୍ୟ ସାହୁ ସେହି ଅଜଣା ବ୍ୟକ୍ତିଙ୍କୁ ବରଗଡ ପର୍ଯ୍ୟନ୍ତ ଆଣୁଥିବା ସମୟରେ ବରଗଡ ବାଇପାସ ରାସ୍ତାର ଏକ ନିଛାଟିଆ ସ୍ଥାନରେ ଗାଡିକୁ ଅଟକାଇବାକୁ କହିଥିଲେ ।

ସେହି ସମୟରେ ଅଜଣା ବ୍ୟକ୍ତିର 4ଜଣ ଲୁଟେରା ସାଥିମାନେ ଡ୍ରାଇଭର ଅମୂଲ୍ୟକୁ ନିସ୍ତୁକ ମାଡମାରି ପିକଅପ ଭ୍ୟାନଟିକୁ ଲୁଟି ନେଇଯାଇଥିଲେ ।

ତେବେ ଅମୂଲ୍ୟ ବରଗଡ ଟାଉନ ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ ଚଳାଇ ଡକାୟତି ଘଟଣାରେ ସମ୍ପୃକ୍ତ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ 5ଜଣ ସାମିଲ ଥିବା ବେଳେ ଜଣେ ଫେରାର ରହିଛି ।

ଡକାୟତ ମାନଙ୍କ ଠାରୁ ପୋଲିସ ପିକଅପ ଭ୍ୟାନ ସହ ସେମାନଙ୍କ ଠାରୁ 4ଟି ଛୁରୀ, 5ଟି ମୋବାଇଲ ଜବତ କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ସହର ଦେଇ ଯାଇଥିବା ବାଇପାସ ଜାତୀୟ ରାଜପଥରେ ଦୀର୍ଘ ଦିନ ହେଲା ଲୁଟ ପାଟ ଓ ଡକାଯତି ଘଟଣା ଲାଗିରହିଥିବା ବେଳେ ଏହି ରାସ୍ତାରେ ଡକାୟତି କରିଥିବା ଏକ ଦଳକୁ ବରଗଡ ପୋଲିସ ଧରିବାରେ ସଫଳ ହୋଇଛି| ରାଜରାସ୍ତାରେ ପ୍ରତିଦିନ ଡକାଯତି ଘଟଣା ଘଟୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିବା ବେଳେ ପୋଲିସ ହାତରେ ଚାରିଜଣ ଦୁର୍ଦାନ୍ତ ଅପରାଧୀ ଧରାପଡିବା ପରେ କିଛିଟା ଆଶ୍ଵସ୍ତ ହୋଇଛନ୍ତି ବରଗଡ ବାସୀ |
Body: ସୂଚନା ଅନୁଯାୟୀ ଗତକାଲି ରାତି 8 ଟା 30 ମିନିଟ ସମୟରେ ବରଗଡ ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ପିକଅପ ଭେନକୁ ପାଞ୍ଚ ଜଣ ଡକାୟତ ଲୁଟିନେଇଯାଇଥିଲେ | ଅମୂଲ୍ୟ ବେହେରା ନାମକ ଢେଙ୍କାନାଳ ର ଜଣେ ଡ୍ରାଇଭର ଏକ ପିକଅପ ଭେନ ରେ ବରପାଳିକୁ ସାମାନ ଆଣି ଫେରୁଥିବା ବେଳେ ବରପାଲି ଠାରେ ଅଜଣା ବ୍ୟକ୍ତି ଜଣେ ବରଗଡ ପର୍ଯ୍ୟନ୍ତ ଲିଫ୍ଟ ମାଗିଥିଲା ଏବଂ ଡ୍ରାଇଭର ଅମୂଲ୍ୟ ସାହୁ ସେହି ଅଜଣା ବ୍ୟକ୍ତିଙ୍କୁ ବରଗଡ ପର୍ଯ୍ୟନ୍ତ ଆଣିଥିବା ବେଳେ ବରଗଡ ବାଇପାସ ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ଗାଡିକୁ ଅଟକାଇବାକୁ କହିଥିଲେ ଏବଂ ସଙ୍ଗେ ସଙ୍ଗେ ଚାରିଜଣ ଲୁଟେରା ଡ୍ରାଇଭର ଅମୂଲ୍ୟକୁ ନିସ୍ତୁକ ମାଡମାରି ପିକଅପ ଭେନ ଟିକୁ ଲୁଟିନେଇଯାଇଥିଲେ | ତେବେ ଅମୂଲ୍ୟ ବରଗଡ ଟାଉନ ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ ଚଳାଇଥିଲା ଏବଂ ଏହି ଡକାଯତି ଘଟଣାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବରଗଡ ପୋଲିସ ସଫଳ ହୋଇଥିଲା | ଏହି ଡକାଯତି ଘଟଣାରେ ପାଞ୍ଚଜଣ ସାମିଲ ଥିବା ବେଳେ ଜଣେ ଅପରାଧୀ ଫେରାର ରହିଛି | ପୋଲିସ ଗିରଫ କରିଥିବା ଚାରି ଜଣ ଡକାଯତ ମାନଙ୍କ ମଧ୍ୟରୁ ଡମ୍ବରୁ ମାଝି , ସତ୍ୟ ବୁଡେକ ଓ ପିନ୍ତୁ ବୁଡେକ ତିନିଜଣ ପାଣିଛତ୍ର ର ହୋଇଥିବା ବେଳେ ଆଉ ଜଣେ ବରଗଡ ଗୁରୁଦ୍ୱାରା ର କରଣ ସିଂହ ବୋଲି ଜଣାପଡିଛି |ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲା ସଦର ଥାନାରେ ରହିଥିବା ଏକ ସାମ୍ବାଦିକ ସମ୍ବିଳନୀରେ ବରଗଡ ଏସ ପି ପଦ୍ମିନୀ ସାହୁ ଜଣାଇଛନ୍ତି |
ଡକାୟତ ମାନଙ୍କ ଠାରୁ ପୋଲିସ ପିକଅପ ଭେନ ଟିକୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ଠାରୁ ଚାରୋଟି ଛୁରୀ , ପାଞ୍ଚଟି ମୋବାଇଲ ଜବତ କରିଛି ଏବଂ ଆଜି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି |

ବାଇଟ 1- ଅମୂଲ୍ୟ ବେହେରା ( ଡ୍ରାଇଭର )
ବାଇଟ 2- ପଦ୍ମିନୀ ସାହୁ (ଏସ.ପି ବରଗଡ ) (Edited with voice over )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.