ETV Bharat / state

ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ କଲେ ସ୍ଥାନୀୟ ଯୁବକ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଲକଡାଉନ ସମୟରେ ମଧ୍ୟ ନିଶା କାରବାର ବ୍ୟାପାରକୁ ପୋଲିସ ଅଙ୍କୁଶ ଲଗାଇବାରେ ବିଫଳ ହେବାପରେ କିଛି ସ୍ଥାନୀୟ ଯୁବକ ବେଆଇନ ଗଞ୍ଜେଇ ରାକେଟ ଚଳାଇଥିବା ଯୁବକଙ୍କୁ କାବୁ କରି ପୋଲିସକୁ ଜିମା କରାଇଛନ୍ତି । ଏଭଳି ଘଟଣା ଘଟିଛି ଘଟିଛି ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମରେ ।

author img

By

Published : May 1, 2020, 10:15 AM IST

local youth expose illigal ganja supply racket
ଗଞ୍ଜେଇ ର୍ୟାକେଟର ଫର୍ଦ୍ଦାଫାଶ କଲେ ସ୍ଥାନୀୟ ଯୁବକ

ବରଗଡ: ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ କଲେ ସ୍ଥାନୀୟ ଯୁବକ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଲକଡାଉନ ସମୟରେ ମଧ୍ୟ ନିଶା କାରବାର ବ୍ୟାପାରକୁ ପୋଲିସ ଅଙ୍କୁଶ ଲଗାଇବାରେ ବିଫଳ ହେବାପରେ କିଛି ସ୍ଥାନୀୟ ଯୁବକ ବେଆଇନ ଗଞ୍ଜେଇ ରାକେଟ ଚଳାଇଥିବା ଯୁବକଙ୍କୁ କାବୁ କରି ପୋଲିସକୁ ଜିମା କରାଇଛନ୍ତି । ଏଭଳି ଘଟଣା ଘଟିଛି ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମରେ ।

ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମ ଓଡିଶା ଏବଂ ଛତିଶଗଡ ସୀମାନ୍ତରେ ରହିଥିବା ବେଳେ ଏହି ରାସ୍ତାଦେଇ ପ୍ରତିଦିନ ଛତିଶଗଡ ଅଞ୍ଚଳରୁ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚୋରା ଚାଲାଣ ହୋଇ ରାଜ୍ୟକୁ ପ୍ରବେଶ କରାଯାଇଥାଏ । କିନ୍ତୁ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ବାରମ୍ବାର ଅଭିଯୋଗ କରିବା ସର୍ତ୍ତ୍ବେ ଜଗଦଲପୁର ପୋଲିସ ଅଭିଯୋଗକୁ ଅଣଦେଖା କରୁଥିଲେ ।

ଶେଷରେ ବାଧ୍ୟ ହୋଇ ଏଠାକାର ଯୁବକ ମାନେ ଏକତ୍ରିତ ହୋଇ ଏହି ନିଶାକାରବାର ଚଳାଇଥିବା ଦୁଇଜଣ ଗଞ୍ଜେଇ ବ୍ୟାପାରୀଙ୍କୁ କାବୁ କରିଥିଲେ । ଉକ୍ତ ବ୍ୟାପାରୀଙ୍କ ଠାରୁ ୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଦୁଇ ଗଞ୍ଜେଇ ବ୍ୟାପାରୀଙ୍କୁ ଯୁବକମାନେ ପୋଲିସକୁ ହସ୍ତାନ୍ତର କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.