ETV Bharat / state

ପଦ୍ମପୁର ଫାଇଟ: ୨,୫୯,୩୨୬ ଯୋଗ୍ୟ ଭୋଟର, ଜଗିବେ ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ - ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି

ପଦ୍ମପୁର ଉପନିର୍ବାଚନ ସୁରୁଖୁରୁରେ କରିବା ପାଇଁ ବରଗଡ ଜିଲ୍ଲାପାଳ, ଏସ୍ପି ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ଅଧିକ ପଢ଼ନ୍ତୁ

list of eligible voters for padampur by poll
ପଦ୍ମପୁର ଉପନିର୍ବାଚନ: ୨,୫୯,୩୨୬ ଯୋଗ୍ୟ ଭୋଟର
author img

By

Published : Nov 19, 2022, 8:01 AM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ ହୋଇଛି । ମୈଦାନରେ 11 ଜଣ ପ୍ରାର୍ଥୀ ରହିଥିବାବେଳେ ନିର୍ବାଚନକୁ ନେଇ ଉଷ୍ମତା ଦେଖାଦେଇଛି । ପଦ୍ମପୁର ଉପନିର୍ବାଚନ ସୁରୁଖୁରୁରେ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଉପନିର୍ବାଚନ ପାଇଁ ଭାରତର ର୍ନିବାଚନ କମିଶନ ମହେନ୍ଦ୍ର ପ୍ରତାପ ସିଂହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ।

ବିଧାନସଭା କ୍ଷେତ୍ରରେ ୨୭୯ଟି ସ୍ଥାନରେ ୩୧୯ ବୁଥ ରହିଛି । ଚଳିତ ଉପନିର୍ବାଚନରେ ମତଦାନର ସମୟ ସୀମାକୁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଆସନ୍ତା ୨୧ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଡିସେମ୍ବର ୫ ତାରିଖରେ ମତଦାନ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ପାଇଁ ସମୟ ଧାର୍ଯ୍ୟ ହୋଇଛି । ନିର୍ବାଚନ ତାରିଖ ଘୋଷଣା ପର ଠାରୁ ସମ୍ପୂର୍ଣ୍ଣ ବରଗଡ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଜଣେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚର ସର୍ବାଧିକ ସୀମା ୪୦ ଲକ୍ଷ ଟଙ୍କା ରହିଛି । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ନିର୍ବାଚନୀ ଖର୍ଚ୍ଚ ବାବଦରେ ସ୍ୱତନ୍ତ୍ର ହିସାବ ଖାତା ରଖିବେ । ନିର୍ବାଚନ ସମୟରେ କେତେ ଅର୍ଥ ବ୍ୟୟ କଲେ ତାହାର ହିସାବ ଫଳ ପ୍ରକାଶର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ଆଇନ୍‍ ଶୃଙ୍ଖଳା ରକ୍ଷା ପାଇଁ ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ମୁତୟନ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପଦ୍ମପୁର ଫାଇଟ, ନାମାଙ୍କନ ଭରିଲେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ

ଏଥି ସହିତ ଆବଶ୍ୟକ ସଂଖ୍ୟକ ରାଜ୍ୟ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି । ରାଜ୍ୟ ସରକାର ମତଦାନ ଦିବସକୁ ଭୋଟରମାନଙ୍କ ପାଇଁ ଛୁଟି ଏବଂ ଉଭୟ ମତଦାନ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରିଛନ୍ତି । ନିର୍ବାଚନରେ ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ ଏବଂ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କ ସମେତ ମୋଟ ୧୩ ଜଣ ପ୍ରାର୍ଥୀ ବରଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନିଷା ବାନାର୍ଜୀ, ଏସପି ପାରାମାର ସ୍ମିତ୍‍ ପୁରୁଷୋତ୍ତମ ଦାସ ଏବଂ ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ପଦ୍ମପୁର ଉପନିର୍ବାଚନରେ ମତଦାନ ପାଇଁ ୨, ୫୯, ୩୨୬ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ୧, ୩୦, ୩୩୧ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧, ୨୮, ୯୮୧ । ୧୪ ଜଣ କିନ୍ନର ଭୋଟର ରହିଛନ୍ତି । ସେହିଭଳି ଏହି ନିର୍ବାଚନମଣ୍ଡଳୀରେ ୧୮୨ ସର୍ଭିସ ଭୋଟର ଅଛନ୍ତି । ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ, ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର 5 ତାରିଖରେ ନିର୍ବାଚନ ହେବ ଓ 8 ତାରିଖରେ ଫଳ ପ୍ରକାଶ ପାଇବ । ସେହିପରି ୧୮ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଧାମନଗର ଉପନିବାର୍ଚନରେ ବିଜେପିର ବିଜୟ ପରେ ବିଜେପି ଶିବିର ଉତ୍ସାହିତ ରହିଛି । ପଦ୍ମପୁର ଉପନିବାର୍ଚନ ପାଇଁ ଦଳ ବିଜୟୀ ହେବାକୁ ସମସ୍ତ ରଣନୀତି କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.