ETV Bharat / state

ଆଇନଜୀବୀଙ୍କୁ ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ବରଗଡ଼ ସଦର ଥାନା ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇବେ ଓକିଲ ସଂଘ ।

author img

By

Published : Jul 11, 2019, 10:40 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ

ବରଗଡ: ପୁଣି ଫେରିଛି ଆଇନଜୀବୀଙ୍କ ଉପରେ ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା । ଯାହାକୁ ବିରୋଧ କରି ବରଗଡ଼ ଓକିଲ ସଂଘ ଆଜି କାର୍ଯ୍ୟବନ୍ଦ ଡାକରା ଦେବା ସହ ଆନ୍ଦୋଳନକୁ ଓହଲ୍ଲାଇବାକୁ ନିଷ୍ପତ୍ତି ନେଇଛି । ବରଗଡ଼ ସଦର ଥାନା ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇବେ ଓକିଲ ସଂଘ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବରଗଡ

ବାରମ୍ବାର ଆଇନଜୀବୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ମାଡମରା ଓ ଦୁର୍ବ୍ୟବହାର ଭଳି ଘଟଣା ସାମ୍ନାକୁ ଆସୁଛି । ଆଉ ଏଭଳି ଅଭିଯୋଗ ଆସିଛି
ବରଗଡ଼ ସଦର ଥାନା ଅଧିକାରୀ କଲ୍ୟାଣି ବେହେରାଙ୍କ ନାଁରେ । ସେ ଜଣେ ମହିଳା ପୋଲିସ ହୋଇ ମଧ୍ୟ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ରହିଛି ।

ତେବେ ତାଙ୍କ ନାଁରେ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି । ମହିଳା ପୋଲିସ କଲ୍ୟାଣି ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅନ୍ୟତ୍ର ବଦଳି ଦାବି ହୋଇଛି । ବରଗଡ଼ ଓକିଲ ସଂଘ ପକ୍ଷରୁ ଏହି ଘଟଣାକୁ ଦୃଢ ନିନ୍ଦା କରିଛି । ଏହାସହ ଆଜି କୋର୍ଟ ଖୋଲିବା ପରେ ଓକିଲ ସଂଘ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଓକିଲଙ୍କୁ ମହିଳା ପୋଲିସ ଅଧିକାରୀ ଙ୍କ ଦୁର୍ବ୍ୟବହାର ବିରୋଧରେ ବରଗଡ଼ ଓକିଲ ସଂଘ କାର୍ଯ୍ୟ ବନ୍ଦ ଡାକରା ଦେଇ ଆନ୍ଦୋଳନ କୁ ଓହଲ୍ଲାଇବା ର ନିଷ୍ପତ୍ତି ନେଇଛି ।
ପୋଲିସ ବିଭାଗ ଏକ ଶୃଂଖଲିତ ବିଭାଗ ଏବଂ ଏହି ବିଭାଗରେ ପୋଲିସ ଜନସାଧାରଣଙ୍କ ସହିତ ଭଦ୍ରାମି ଏବଂ ଶିଷ୍ଟାଚାର ସହିତ ବ୍ୟବହାର କରିବା ପାଇଁ ପୋଲିସ ମେନୁଏଲ ରେ ନିୟମ ରହିଥିବା ବେଳେ କିନ୍ତୁ ପୋଲିସ କର୍ମଚାରୀ ମାନେ ଭୁଲିଯାଇଛନ୍ତି ମଣିଷ ପଣିଆ ବ୍ୟବହାର । ପୋଲିସର ଦୁର୍ବ୍ୟବହାର ସମସ୍ତଙ୍କୁ ଜଣା । ପୋଲିସ ବରଦି ରେ ମହିଳା ପୋଲିସ ମାନଙ୍କ ଚରିତ୍ର ମଧ୍ୟ ବଦଳି ଯାଉଛି , ମହିଳା ପୋଲିସ ମାନେ ମଧ୍ୟ ଦୁର୍ବ୍ୟବହାର କରିବାରେ ପଛଘୁଞ୍ଚା ଦେଉନାହାନ୍ତି। ଏପରି ଅପ୍ରୀତିକର ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନାରେ।

ବରଗଡ଼ ସଦର ଥାନା ଅଧିକାରୀ କଲ୍ୟାଣି ବେହେରା ଜଣେ ମହିଳା ପୋଲିସ ହୋଇ ମଧ୍ୟ ଲୋକଙ୍କୁ ଦୁର୍ବ୍ୟବହାର ଦେଖାଇବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି । ଜନସାଧାରଣଙ୍କୁ ଦୁର୍ବ୍ୟବହାର କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ତାଙ୍କ ନାମରେ ବାରମ୍ବାର ଆସୁଥିଲେ ଶୁଦ୍ଧା କୌଣସି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଥିବା ବେଳେ ସଦର ଥାନାକୁ ଆସିଥିବା ଜଣେ ଓକିଲ ଙ୍କୁ ଦୁର୍ବ୍ୟବହାର କରିବା ଘଟଣା IIC ବେହେରାଙ୍କୁ ମହଙ୍ଗା ପଡିଛି । ବରଗଡ଼ ଓକିଲ ସଂଘ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ଆସନ୍ତାକାଲି କୋର୍ଟ ବର୍ଜନ କରି ଓକିଲ ସଂଘ ଆନ୍ଦୋଳନରେ ବସିବ ବୋଲି ନିଷ୍ପତ୍ତି ନେଇଛି । ମହିଳା ପୋଲିସ କଲ୍ୟାଣି ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅନ୍ୟତ୍ର ବଦଳି ଦାବିରେ ଆନ୍ଦୋଳନକୁ ଓହଲ୍ଲାଇବ ଓକିଲ ସଂଘ ।

Body:ବରଗଡ଼ରେ ବଡ଼ ବଡ଼ ଅପରାଧିକ ଘଟଣା ଗୁଡିକର ପର୍ଦାଫାସ ପରେ ଏସ ପି ମୁକେଶ କୁମାର ଭାମୋ ଙ୍କୁ ଓ ପୋଲିସ ବିଭାଗକୁ ମଧ୍ୟ ଲୋକେ ପ୍ରଶଂସା କରୁଥିବା ବେଳେ ସଦର ଥାନା ପୋଲିସ ର କଳାକାରନାମା ଜିଲ୍ଳାର ପୋଲିସ କୁ ବଦନାମ କରିବାରେ ଲାଗିଛି । ଧୀରେ ଧୀରେ ବରଗଡ଼ ପୋଲିସ ଉପରେ ଲୋକଙ୍କ ଭରଷା ବଢିଚାଲିଥିବା ବେଳେ ମହିଳା IIC କଲ୍ୟାଣି ବେହେରା ଙ୍କ ପାଇଁ ଏହି ଭରଷା ତୁଟିବାରେ ଲାଗିଛି ଯାହା ପୋଲିସ ବିଭାଗ ପାଇଁ ଆଦୌ ଭଲ ସଂକେତ ନୁହେଁ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.