ETV Bharat / state

କେନ୍ଦୁପତ୍ର ଫଡିରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଚୋରି, ସନ୍ଦେହରେ ବିଭାଗୀୟ ଅଧିକାରୀ - କେନ୍ଦୁପତ୍ର ଚୋରି ଥାନାରେ ଅଭିଯୋଗ କଲେ ବିଭାଗୀୟ ଅଧିକାରୀ

କେନ୍ଦୁପତ୍ର ଫଡିରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଚୋରି । ପଦ୍ମପୁର ଉପଖଣ୍ଡ ଇଛାପାଲି ପତ୍ର ଫଡିରୁ ପ୍ରାୟ 3 ଲକ୍ଷ 80 ହଜାର ଟଙ୍କା ମୂଲ୍ୟର କେନ୍ଦୁପତ୍ର ଚୋରି ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି । ଏହି କେନ୍ଦୁପତ୍ର ଚୋରି ରାକେଟରେ ବିଭାଗୀୟ ଅଧିକାରୀ ସମ୍ପୄକ୍ତ ଥିବା ସନ୍ଦେହ ସୄଷ୍ଟି କରୁଛି । ଅଧିକ ପଢନ୍ତୁ...

କେନ୍ଦୁପତ୍ର ଫଡିରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଚୋରି, ଥାନାରେ ଅଭିଯୋଗ କଲେ ବିଭାଗୀୟ ଅଧିକାରୀ

author img

By

Published : Sep 13, 2020, 9:01 PM IST

ବରଗଡ: ଜିଲ୍ଲାରେ କେନ୍ଦୁପତ୍ର ଫଡିରୁ ପୁଣି ଚୋରି ହେଲା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର । 18 ବସ୍ତା ଓ 131 ଗୋଟି ବିଡ଼ା କେନ୍ଦୁପତ୍ର ଚୋରି ହୋଇଥିବା ଜଣାପଡିବା ପରେ ବିଭାଗୀୟ ଅଧିକାରୀ ଥାନାରେ ଅଭିଯୋଗ କରିଛନ୍ତି । ଏପରି ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା କେନ୍ଦୁପତ୍ର ରେଞ୍ଜ ଅଧିନସ୍ଥ ସର୍ଗବାହାଲ କେନ୍ଦୁପତ୍ର ଅଫିସ ପରିସରରେ ଥିବା ଇଛାପାଲି କେନ୍ଦୁପତ୍ର ଫଡିରେ ।

କେନ୍ଦୁପତ୍ର ଫଡିରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଚୋରି, ଥାନାରେ ଅଭିଯୋଗ କଲେ ବିଭାଗୀୟ ଅଧିକାରୀ
କେନ୍ଦୁପତ୍ର ଫଡିରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଚୋରି, ଥାନାରେ ଅଭିଯୋଗ କଲେ ବିଭାଗୀୟ ଅଧିକାରୀ

ପଦ୍ମପୁର ଉପଖଣ୍ଡ ଇଛାପାଲି ପତ୍ର ଫଡିରୁ ପ୍ରାୟ 3 ଲକ୍ଷ 80 ହଜାର ଟଙ୍କା ମୂଲ୍ୟର କେନ୍ଦୁପତ୍ର ଚୋରି ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି । ମେଲଛାମୁଣ୍ଡା କେନ୍ଦୁପତ୍ର ରେଞ୍ଜର ପହିଲ ବେହେରା ଚୋରି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ୧୨/୦୯/୨୦୨୦ ସକାଳ ୬ଟା ୩୦ରେ ଜଗୁଆଳି ଜଣକ ରେଞ୍ଜର ବେହେରାଙ୍କୁ ଚୋରି ସମ୍ବନ୍ଧରେ ଫୋନେ ଯାଗେ ଜଣାଇଥିଲା । ଏହା ପରେ ରେଞ୍ଜର ତାଙ୍କର ଉପରିସ୍ତ ଅଧିକାରୀଙ୍କୁ ଜଣାଇଲେ ଏବଂ ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ୧୮ ବସ୍ତା ଓ ୧୩୧ଟି ବିଡା କେନ୍ଦୁପତ୍ର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।

ପାଖାପାଖି ଚାରିଲକ୍ଷର ସରକାରୀ ସମ୍ପତ୍ତିକୁ ଗୋଦାମ ଭିତରେ ସୁରକ୍ଷିତ ସ୍ଥାନରେ ନ ରଖି ଖାମଖିଆଲି ଭାବରେ କାହିଁକି ଏକ ଖୋଲା ବାରଣ୍ଡାରେ ରଖିଲେ, ଏହା ଭୁଲ ଥିଲା ନାଁ ଯୋଜନା ଥିଲା । ଏହା ସହ ଦୁଇ ଜଣ ରାତ୍ର ଜଗୁଆଳୀ ଥାଇ କିପରି ଗୋଟିଏ ଟ୍ରକରେ ଏତେ ପରିମାଣର କେନ୍ଦୁପତ୍ର ଚୋରି ହୋଇଗଲା, ତାହା ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଏହା ସହିତ ଯେଉଁ ପାଖାପାଖି 12 ଜଣ କର୍ମଚାରୀ ପତ୍ର ବାନ୍ଧିବା କାର୍ଯ୍ୟରେ ନିୟୋଜିତ ଥିଲେ, ସେମାନେ ରାତ୍ରିରେ ସେଠାରେ ଥାଇ ମଧ୍ୟ ଜାଣିପାରିଲେ ନାହିଁ ତାହା ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଏହି କେନ୍ଦୁପତ୍ର ଚୋରି ରାକେଟରେ ବିଭାଗୀୟ ଅଧିକାରୀ ସମ୍ପୄକ୍ତ ଥିବା ସନ୍ଦେହ ସୄଷ୍ଟି କରୁଛି ।

ଏଠାରେ ପ୍ରଶ୍ନ ଉଠେ ଦୁଇ, ଦୁଇଟି ରାତ୍ରି ଜଗୁଆଳି ଥାଇ ମଧ୍ୟ କିପରି ଗୋଟିଏ ଟ୍ରକ କେନ୍ଦୁପତ୍ର ଚୋରିହେଲା । ଚୋରିମାଲ ଗଲା କୁଆଡେ, ପଦ୍ମପୁର ଅଞ୍ଚଳରେ ସକ୍ରିୟ ଥିବା ଚୋରା ବିଡି କାରଖାନାକୁ ନା ବଙ୍ଗାଳକୁ, କାରଣ ଗତବର୍ଷ ଏହି ଅଞ୍ଚଳର ଚୋରା କେନ୍ଦୁପତ୍ର ଓଡ଼ିଶା ବଙ୍ଗାଳ ସୀମାରେ ଧରାପଡିଥିଲା । ପୋଲିସର ତଦନ୍ତ ପରେ ଯାଇ ପ୍ରକୃତ ଘଟଣାଟି ସାମନାକୁ ଆସିବ |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.