ETV Bharat / state

ମହାନଦୀରେ ଓଲଟିଲା ମାଛଧରା ଡଙ୍ଗା, ମହିଳା ମତ୍ସ୍ୟଜୀବୀ ମୃତ - ବରଗଡ଼ରେ ମହିଳା ମତ୍ସ୍ୟଜୀବୀ ମୃତ

ଅଚାନକ ଝଡ଼ ତୋଫାନ ଯୋଗୁଁ ମହାନଦୀରେ ଓଲଟିଲା ମାଛଧରା ଡଙ୍ଗା । ଫଳରେ ଅକାଳରେ ବରଗଡ଼ ଅମ୍ବାଭୋନା ବ୍ଲକରେ ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ମହାନଦୀରେ ଓଲଟିଲା ମାଛଧରା ଡଙ୍ଗା, ମହିଳା ମତ୍ସ୍ୟଜୀବୀ ମୃତ

author img

By

Published : May 24, 2022, 5:56 PM IST

Updated : May 24, 2022, 6:39 PM IST

ବରଗଡ଼: ପ୍ରବଳ ଝଡ଼ ତୋଫାନ ପ୍ରଭାବରେ ମହାନଦୀରେ ଓଲଟିଲା ମାଛଧରା ଡଙ୍ଗା । ମାଛ ଧରିବାକୁ ଯାଇଥିବା ଜଣେ ଦମ୍ପତିଙ୍କ ମଧ୍ୟରୁ ମହିଳା ଜଣକ ବୁଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମହିଳାଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ନଦୀ ମଧ୍ୟରୁ ଉଦ୍ଧାର କରିଛି । ମୃତ ମହିଳା ଜଣକ ଜିଲ୍ଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରି ଗ୍ରାମର ଅଧିବାସୀ ବୋଲି ଜଣାପଡ଼ିଛି ।

ମହାନଦୀରେ ଓଲଟିଲା ମାଛଧରା ଡଙ୍ଗା, ମହିଳା ମତ୍ସ୍ୟଜୀବୀ ମୃତ

ଗତକାଲି ସନ୍ଧ୍ୟାରେ ମହିଳା ଜଣକ ନିଜ ସ୍ବାମୀ ସନ୍ତୋଷ ମାଝୀଙ୍କ ସହ ମହାନଦୀରେ ମାଛ ମାରୁଥିବା ବେଳେ ପ୍ରବଳ ଝଡ ପବନ ହୋଇଥିଲା । ଫଳରେ ଛୋଟ ମାଛଧରା ଡଙ୍ଗାଟି ଓଲଟି ଯିବା ଫଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ବରଗଡ଼-ଛତିଶଗଡ଼ର ସରିଆ ଥାନା ଅନ୍ତର୍ଗତ କଲମା ବ୍ୟାରେଜ ନିକଟସ୍ଥ ମହାନଦୀରେ ମାଛ ମାରୁଥିବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ଅଚାନକ ଝଡ ଓ ପବନ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।

ସନ୍ତୋଷ ତାଙ୍କ ସ୍ତ୍ରୀଙ୍କୁ ଗଭୀର ଜଳରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗଭୀର ପାଣି ଓ ଝଡ ପବନରେ ଉଦ୍ଧାର କରି ନ ପାରି ନିଜେ ସନ୍ତୋଷ ପହଁରି ପହଁରି କୂଳକୁ ଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ସହାୟତାରେ ଖୋଜାଯାଇଥିଲା କିନ୍ତୁ ସଫଳତା ମିଳିନଥିଲା । ଆଜି ସକାଳେ ବ୍ୟାରେଜ ମଝି ପାଣିରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଘଟଣାଟି ଘଟିବା ପରେ ଅଞ୍ଚଳରେ ଶୋକ ଖେଳିଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : May 24, 2022, 6:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.