ETV Bharat / state

କୋଶଳ ସମନ୍ବୟ ସମିତିର ଉନ୍ମତ୍ତକାଣ୍ଡ: କଳାପତାକା ଦେଖାଇଲେ, ଚିରିଦେଲେ ଉତ୍କଳ ଦିବସ ପୋଷ୍ଟର

ଏପ୍ରିଲ 1କୁ ସାରା ରାଜ୍ୟ ଉତ୍କଣ୍ଠାର ସହ ଉତ୍କଳ ଦିବସ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୌରବମୟୀ ଉତ୍କଳ ଦିବସକୁ ଏଠାରେ କଳା ଦିବସ ରୂପେ ପାଳନ କରିଛି କୋଶଳ ସମନ୍ବୟ ସମିତି । ଅଧିକ ପଢ଼ନ୍ତୁ

author img

By

Published : Apr 1, 2022, 7:13 PM IST

ଉତ୍କଳ ଦିବସକୁ କଳା ଦିବସ ପାଳିଲା କୋଶଳ ସମନ୍ବୟ ସମିତି

ବରଗଡ଼: ଏପ୍ରିଲ 1 ତାରିଖକୁ ସାରା ରାଜ୍ୟ ଉତ୍କଣ୍ଠାର ସହ ଉତ୍କଳ ଦିବସ ପାଳନ କରୁଥିବାବେଳେ ବରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୌରବମୟୀ ଉତ୍କଳ ଦିବସକୁ ଏଠାରେ କଳା ଦିବସ ରୂପେ ପାଳନ କରିଛି କୋଶଳ ସମନ୍ବୟ ସମିତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ କଳା ପତାକା ଧରି ବରଗଡରେ ଏହାକୁ ବିରୋଧ କରିଥିଲେ କୋଶଳ ସମନ୍ବୟ ସମିତି ।

ଖାଲି ସେତିକି ନୁହେଁ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଲାଗିଥିବା ଉତ୍କଳ ଦିବସ ବ୍ୟାନରକୁ ଚିରି ଦେଇଥିଲେ କୋଶଳ ସମନ୍ବୟ ସମିତି ସଦସ୍ୟ । ଏଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଜି(ଶୁକ୍ରବାର) କୋଶଳ ସମନ୍ବୟ ସମିତିର ଶତାଧିକ ଯୁବକ ଏପ୍ରିଲ ୧ କଳା ଦିବସ ଲେଖାଥିବା କଳାପତାକା ଧରି ବରଗଡ ସହରରେ ପରିକ୍ରମା କରିବା ସହିତ ନାରାବାଜି କରିଥିଲେ |

ଓଡ଼ିଶା ଦିବସକୁ ସମର୍ଥନ କରାଯାଉଛି କିନ୍ତୁ ଉତ୍କଳ ଦିବସକୁ ବିରୋଧ କରାଯିବ ବୋଲି କୋଶଳ ସମନ୍ବୟ ସମିତି ପକ୍ଷରୁ କୁହାଯାଇଛି । ଉତ୍କଳ ଦିବସ ପାଳନ ବେଳେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ବିରୋଧ କରିଛି କୋଶଳ ସମନ୍ବୟ ସମିତି । କୋଶଳ ଏବଂ ଉତ୍କଳକୁ ନେଇ ଓଡ଼ିଶା ଗଠନ ହୋଇଥିବା ବେଳେ କେବଳ ଓଡ଼ିଶା ଦିବସ ବଦଳରେ ଉତ୍କଳ ଦିବସ କାହିଁକି ପାଳନ କରାଯାଉଛି ବୋଲି ପ୍ରଶ୍ନ କରିଛି କୋଶଳ ସମନ୍ବୟ ସମିତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.