ବରଗଡ: ଜିଲ୍ଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ହୋଇଥିବା ବନ୍ୟାର କ୍ଷତି ପୂରଣ ଦାବିରେ ପଶ୍ଚିମ ଓଡିଶା କୋଶଳ ସେନା । ଏନେଇ ସେନା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ହୋଇଛି ।
ବରଗଡ ଗାନ୍ଧୀ ଛକ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ରାଲି କରାଯାଇ ବିଭିନ୍ନ ନାରାବାଜୀ ସହିତ ଜିଲ୍ଲାପାଳ ଅଫିସକୁ ପହଞ୍ଚିଛନ୍ତି କୋଶଳ ସେନା । ଅଭିଯୋଗ ଅନୁସାରେ ପ୍ରତି 5ରୁ 6 ବର୍ଷରେ ଆମ୍ବାଭନା ବ୍ଲକ ଚିଖିଳି, ବଡ଼ମାଳ, ଅନ୍ତରାଡ଼ି, ଘୁଘୁରପାଲି, ବେନିଆପାଲି ବନ୍ୟର ଶୀକାର ହେଉଛି ।
ଏଥିସହ ପ୍ରତ୍ୟେକ ବିବାହିତ ବ୍ୟକ୍ତିଙ୍କୁ ପକ୍କାଘର ଯୋଜନାରେ ସାମିଲ କରିବା ସହ ବନ୍ୟାରେ କ୍ଷତି ହୋଇଥିବା ସମସ୍ତ ସମ୍ବଳର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯାଉ ଏବଂ ଅଯଥାରେ ହୀରାକୁଦ ରେ ପାଣି ନ ରଖି ନିଷ୍କାସନ କରାଯାଉ ବୋଲି ଦାବି କରିଛନ୍ତି ।
ଯଦି 15 ଦିନରେ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଆରେ ଭୟଙ୍କର ଆନ୍ଦୋଳନ ହେବ ବୋଲି କୋଶଳ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ