ETV Bharat / state

ଜମୁଡା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ - bargarh police

ଜମୁଡା ଗାଁରେ ଗତ ଜୁନ ମାସ ୧୦ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଚିଆଁ ଗିରଫ । ଚିଆଁ ନାଁରେ ପୂର୍ବରୁ ମଧ୍ୟ ବରଗଡ ଟାଉନ ଥାନରେ 2ଟି , ଆମ୍ବାଭୋନାରେ ଗୋଟିଏ , ରେଙ୍ଗାଳୀ ଥାନାରେ ଗୋଟିଏ ଓ ଜମନକିରା ଥାନାରେ ମଧ୍ୟ ବହୁ ମାମଲା ରହିଛି |

jamuda
author img

By

Published : Oct 7, 2019, 8:02 PM IST

ବରଗଡ: ଜିଲ୍ଲା ପୋଲିସ ହାତରେ ଧରାପଡିଲା ପେଷାଦାର ଅପରାଧୀ ଚିଆଁ ଓରଫ ବୁଦ୍ଧଦେବ ବିଶ୍ଵାଳ | ଗତ ଜୁନ ମାସରେ ଜମୁଡାରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅପରାଧୀ ଚିଆଁ ଫେରାର ଥିବାବେଳେ ବରଗଡ ପୋଲିସ ଘୁଲିପାଳି ନିକଟରେ ଚିଆଁକୁ କାବୁ କରିବାରେ ସଫଳ ହୋଇଛି |

ପେଷାଦାର ଅପରାଧୀ ଚିଆଁ ଓରଫ ବୁଦ୍ଧଦେବ ବିଶ୍ଵାଳ ଗିରଫ

ବରଗଡ ଟାଉନ ଥାନା ଅନ୍ତର୍ଗତ ଜମୁଡା ଗାଁରେ ଗତ ଜୁନ ମାସ ୧୦ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଜିଲ୍ଲା ପୋଲିସ ମାତ୍ର ୧୯ ଦିନ ମଧ୍ୟରେ ୫ ଜଣ ଅପରାଧୀଙ୍କୁ ଭିନ୍ନ ଭିନ୍ନ ରାଜ୍ୟରୁ ଧରିଥିଲା । ଏହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିବା ସହ ଅପରାଧୀଙ୍କୁ ସୁରକ୍ଷା ଯୋଗାଉଥିବା ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ତବଡା ବାବାକୁ ମଧ୍ୟ ପୋଲିସ କାବୁ କରିଥିଲା । କିନ୍ତୁ ଅନ୍ୟ ଏକ ଅପରାଧି ଚିଆଁ ଫେରାର ଥିଲା ବେଳେ ପୋଲିସ ଚିଆଁକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା |

ବରଗଡ ଘୁଲିପାଳି ଠାରେ ଚିଆଁ ଡକାୟତି କରିବା ଯୋଜନାରେ ଆସିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା ବରଗଡ ପୋଲିସ । ତେବେ ଚିଆଁ ପୋଲିସକୁ ଦେଖି ଦୌଡି ପଳାଉଥିଲା ବେଳେ ପୋଲିସ ଗୋଡେଇ ଗୋଡେଇ ତାକୁ କାବୁ କରିଥିଲା । ତେବେ ପୋଲିସ ଚିଆଁ ଠାରୁ ଏକ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ 4 ଗୋଟି ମୋବାଇଲ ଜବତ କରିଛି |

ଚିଆଁ ନାଁରେ ପୂର୍ବରୁ ମଧ୍ୟ ବରଗଡ ଟାଉନ ଥାନରେ 2ଟି , ଆମ୍ବାଭୋନାରେ ଗୋଟିଏ , ରେଙ୍ଗାଳୀ ଥାନାରେ ଗୋଟିଏ ଓ ଜମନକିରା ଥାନାରେ ମଧ୍ୟ ବହୁ ମାମଲା ରହିଛି |

ସୂଚନାଥାଉକି, ଜମୁଡା ଗାଁର ହିରାଲାଲ ମହାନ୍ତଙ୍କ ଘରକୁ ଡକାୟତି କରିବା ଉଦ୍ଦେଶ୍ୟରେ ୫ଜଣ ଡକାୟତ ଯାଇଥିଲେ । ଛାତ ଉପରେ ଶୋଇଥିବା ହିରାଲାଲାଙ୍କର ଶଳା ବସନ୍ତ ପ୍ରଧାନଙ୍କୁ ଡକାୟତ ଦଳ ହତ୍ୟା କରିଥିଲେ | ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଜେଲରେ ଥିବା ବେଳେ ଝାରସୁଗୁଡା ଜିଲ୍ଲା ରେଙ୍ଗାଳୀ ଥାନା ଅନ୍ତର୍ଗତ ଧୁଲୁଣ୍ଡା ଗାଁର ବୁଦ୍ଧଦେବ ବିଶ୍ଵାଳ ଓରଫ ଚିଆଁ ଆଜି ପୋଲିସ ହାତରେ ଧରାପଡିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ପୋଲିସ ହାତରେ ଧରାପଡିଲା ପେଷାଦାର ଅପରାଧୀ ଚିଆଁ ଓରଫ ବୁଦ୍ଧଦେବ ବିଶ୍ଵାଳ |ଗତ ଜୁନ ମାସରେ ଜମୁଡ଼ା ରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅପରାଧୀ ଚିଆଁ ଫେରାର ଥିବା ବେଳେ ଆଜି ବରଗଡ ପୋଲିସ ଘୁଲିପାଳି ନିକଟରେ ଚିଆଁ କୁ କାବୁ କରିବାରେ ସଫଳ ହୋଇଛି |
Body:ବରଗଡ ଟାଉନ ଥାନା ଅନ୍ତର୍ଗତ ଜମୁଡା ଗ୍ରାମରେ ଗତ ଜୁନ ମାସ ୧୦ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ବରଗଡ ପୋଲିସ ମାତ୍ର ୧୯ ଦିନ ମଧ୍ୟରେ ୫ ଜଣ ଅପରାଧୀଙ୍କୁ ଭିନ୍ନ ଭିନ୍ନ ରାଜ୍ୟରୁ ଧରି ଏହି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ କରିବା ସହିତ ଅପରାଧୀ ମାନଙ୍କୁ ସୁରକ୍ଷା ଯୋଗାଉଥିବା ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ତବଡ଼ା ବାବାକୁ ମଧ୍ୟ ପୋଲିସ କାବୁ କରିଥିଲା |କିନ୍ତୁ ଅନ୍ୟ ଏକ ଆସାମୀ ଚିଆଁ ଫେରାର ଥିଲା ବେଳେ ପୋଲିସ ଚିଆଁକୁ ଧରିବା ପାଇଁ ଉଦ୍ୟମ ଜାରିରଖିଥିଲା |
ଆଜି ବରଗଡ ଘୁଲିପାଳି ଠାରେ ଚିଆଁ ଡକାଯତି କରିବା ଯୋଜନା ରେ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବରଗଡ ପୋଲିସ ଘୁଲିପାଳିକୁ ଯାଇ ପହଞ୍ଚିଥିଲା | ତେବେ ଚିଆଁ ପୋଲିସକୁ ଦେଖି ଦୌଡି ପଳାଇବାରୁ ପୋଲିସ ଗୋଡେଇ ଗୋଡେଇ କାବୁକରିଥିଲା | ତେବେ ପୋଲିସ ଚିଆଁ ଠାରୁ ତଲାସି ସମୟରେ ଏକ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ 4 ଗୋଟି ମୋବାଇଲ ଜବତ କରିଥିଲା | ଚିଆଁ ନାମରେ ପୂର୍ବରୁ ମଧ୍ୟ ବରଗଡ ଟାଉନ ଥାନା ରେ ଦୁଇଟି , ଆମ୍ବାଭୋନା ରେ ଗୋଟିଏ , ରେଙ୍ଗାଳୀ ଥାନାରେ ଗୋଟେ ଓ ଜମନକିରା ଥାନାରେ ମଧ୍ୟ ବହୁ ମାମଲା ରହିଛି |
ଜମୁଡା ଗ୍ରାମର ହିରାଳାଳ ମହନ୍ତୋ ଙ୍କ ଘରକୁ ଡକାୟତୀ କରିବା ଉଦ୍ୟେଶରେ ୫ ଜଣ ଡକାୟତ ଯାଇଥିବା ବେଳେ ଛାତ ଉପରେ ସୋଇଥିବା ହିରାଳାଳ ଙ୍କର ସଲା ବସନ୍ତ ପ୍ରଧାନଙ୍କୁ ଡକାୟତ ଦଳ ହତ୍ୟା କରିଥିଲେ | ଏହି ଘଟଣାରେ ସମସ୍ତ ଅପରାଧୀ ଜେଲରେ ଥିବା ବେଳେ ଝାରସୁଗୁଡା ଜିଲ୍ଲା ରେଙ୍ଗାଳୀ ଥାନା ଅନ୍ତର୍ଗତ ଧୁଲୁଣ୍ଡା ଗ୍ରାମର ବୁଦ୍ଧଦେବ ବିଶ୍ଵାଳ ଓରଫ ଚିଆଁ ଆଜି ପୋଲିସ ହାତରେ ଧରାପଡିଛି |

ବାଇଟ 1- ପଦ୍ମିନୀ ସାହୁ ( ବରଗଡ ଏସ ପି )
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.