ETV Bharat / state

ଓଡିଶାର ଭାତହାଣ୍ଡିରେ ଚାଷୀଙ୍କୁ ଘାରିଛି ପଙ୍ଗପାଳ ଭୟ

author img

By

Published : Jun 7, 2020, 12:10 AM IST

ଚାରିଆଡେ ପଙ୍ଗପାଳଙ୍କ ଆତଙ୍କ । ତେବେ ଓଡି଼ଶାର ଭାତହାଣ୍ଡିରେ ମଧ୍ୟ ଏବେ ଚାଷୀଙ୍କୁ ପଙ୍ଗପାଳ ଭୟ ଘାରିଛି । ଅଧିକ ପଢନ୍ତୁ...

In Odisha, rice farmers are still surrounded by fear of locusts
ଓଡିଶାର ଭାତହାଣ୍ଡିରେ ଏବେ ମଧ୍ୟ ଚାଷୀଙ୍କୁ ଘାରିଛି ପଙ୍ଗପାଳ ଭୟ

ବରଗଡ: ଓଡି଼ଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ପଙ୍ଗପାଳ ଭୟ । ହଜାର ହଜାର ସଂଖ୍ୟାରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାଡି ଆସୁଥିବା ପଙ୍ଗପାଳ ଦଳ ଚାଷୀର ସମସ୍ତ ଫସଲ ନଷ୍ଟ କରିଦେଉଥିବା ଖବର ପ୍ରଚାରିତ ହେବାପରେ ଚାଷୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । କୃଷି ବିଭାଗ ପକ୍ଷରୁ ମଧ୍ୟ ପଙ୍ଗପାଳକୁ ନେଇ ଚାଷୀଙ୍କ ମଧ୍ୟରେ ସଚେତନତା କରାଉଥିବା ଦେଖି ଚାଷୀ ମାନେ ସମ୍ପୂର୍ଣ ଆତଙ୍କିତ ହୋଇପଡିଥିଲେ ଏବଂ ଚିନ୍ତାରେ ପଡିଯାଇଥିଲେ ।

ମାତ୍ର ପଙ୍ଗପାଳ ଯେଉଁ ସମୟରେ ଓଡି଼ଶାକୁ ପ୍ରବେଶ କରିବେ ବୋଲି ଆକଳନ କରାଯାଇଥିଲା ସେହି ସମୟ ଗଡିଯାଇଥିଲେ ସୁଦ୍ଧା ଏବେ ମଧ୍ୟ ଚାଷୀଙ୍କ ମଧ୍ୟରେ ଭୟ ପୂର୍ବପରି ଲାଗିରହିଛି । ପଡୋଶୀ ଛତିଶଗଡ ରାଜ୍ୟ ଦେଇ ପଙ୍ଗପାଳ ଓଡି଼ଶାକୁ ପ୍ରବେଶ କରିବେ ବୋଲି କୁହାଯାଉଥିବା ବେଳେ ବରଗଡ଼ ଜିଲ୍ଲା ଛତିଶଗଡ ରାଜ୍ୟର ସୀମାନ୍ତରେ ଥିବାରୁ ଚାଷୀ ମହଲରେ ଅଧିକ ଭୟ ଲାଗିରହିଛି ।

ରାଜ୍ୟ ସରକାର ଚାଷୀଙ୍କୁ ପଙ୍ଗପାଳ ମାନଙ୍କ ଦ୍ଵାରା ଫସଲ ନଷ୍ଟ ଦାଉରୁ ରକ୍ଷା କରିବାପାଇଁ ସାରା ରାଜ୍ୟରେ ଚାଷୀଙ୍କ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ଅଗ୍ନିଶମ ବିଭାଗକୁ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ବରଗଡ଼ ଜିଲ୍ଲାରେ ରବି ଫସଲର ଧାନ ଚାଷ ଶେଷ ହୋଇଯାଇଥିବା ବେଳେ ଧାନ କଟା ସରିଯାଇଛି ତେବେ ବରଗଡ଼ରେ ଧାନଫସଲକୁ ଭୟ ନଥିବା ବେଳେ ପନିପରିବା ଫସଲ କରୁଥିବା ଚାଷୀଙ୍କ ପ୍ରତି ଅଧିକ ଭୟ ରହିଛି । ଯାହକୁ ନେଇ କୃଷି ବିଭାଗ ପକ୍ଷରୁ ଲଗାତାର ପନିପରିବା ଚାଷୀଙ୍କୁ ସଚେତନ କରାଯାଉଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.