ବରଗଡ଼: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ତେଲମହୁଲ ଗାଁର ମହିଳା ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା । ଏନେଇ ତେଲମହୁଲ ଗାଁକୁ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ସୁନୀତା ବରିହା ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଏହି କଟକଣା ଲାଗୁ କରିଛନ୍ତି । ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସରପଞ୍ଚ ।
ତେବେ, କରୋନା ସଂକ୍ରମଣ ଆଶଙ୍କା କରି ଉକ୍ତ ଗ୍ରାମକୁ ଦିନକ ପାଇଁ ସ୍ଥାନୀୟ ସରପଞ୍ଚ ସଟଡାଉନ ଘୋଷଣା କରିଥିବା ଜଣାପଡିଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ