ETV Bharat / state

ବାଲି ଚୋରା ଚାଲାଣ କାରବାର: 4 ଡମ୍ପର, 1 ଜେସିବି ଜବତ

ବାଲି ଚୋରା ଚାଲାଣ ସମୟରେ ଜବତ ହୋଇଛି ଚାଲାଣକାରୀ ସମସ୍ତ ଗାଡି । ଯାହା ମଧ୍ୟରେ ରହିଛି 4ଟି ଡମ୍ଫର ଓ ଗୋଟିଏ ଜେସିବି ।

author img

By

Published : Sep 17, 2019, 6:58 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବାଲି ଚୋରା ଚାଲାଣ ସମୟରେ ଜବତ ହୋଇଛି ଚାଲାଣକାରୀ ସମସ୍ତ ଗାଡି । ଯାହା ମଧ୍ୟରେ ରହିଛି 4ଟି ଡମ୍ଫର ଓ ଗୋଟିଏ ଜେସିବି । ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକର ଅତିରିକ୍ତ ତହସିଲଦାର ଏସମସ୍ତ ଗାଡିଗୁଡିକୁ ଜବତ କରିଥିବା ବେଳେ ପ୍ରଶାସନର ଏହି କାର୍ଯ୍ୟକୁ ନେଇ ଲୋକଙ୍କର ଜନ୍ମିଛି ପ୍ରଶାସନ ପ୍ରତି ଭରଷା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁଯାୟୀ ସ୍ଥାନୀୟ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଅଞ୍ଚଳରେ ଦୀର୍ଘ ଦିନ ହେବ ସମସ୍ତଙ୍କ ମିଳିତ ସହଯୋଗରେ ବ୍ୟାପକ ମାତ୍ରାରେ ନଦୀରୁ ବାଲି ଚୋରା ଚାଲାଣ ହେଉଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ଅନେକ ଅଭିଯୋଗ ସତ୍ତ୍ବେ ବି କୌଣସି ପଦକ୍ଷେପ ନେଉ ନଥିଲେ ପୋଲିସ କି ତହସିଲଦାର । ହେଲେ ଝାରବନ୍ଦ ବ୍ଲକର ଅତିରିକ୍ତ ତହସିଲଦାର ପର୍ଶୁରାମ ପଣ୍ଡାଙ୍କ ଯୋଗଦାନ ପରେ ହିଁ ସେ ନଦୀପଠାରେ ହେଉଥିବା ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ଉଦ୍ୟମ ଆରମ୍ଭ କରିଥିଲେ ।

ଏନେଇ ସୋମବାର 4ଟି ଡମ୍ଫର ସାହାଯ୍ୟରେ ବାଲି ଚୋରା ଚାଲାଣ ହେଉଥିବା ସମୟରେ ଘଟଣାସ୍ଥଳରେ ହଠାତ୍‌ ପହଞ୍ଚି ସମସ୍ତ ଗାଡି ଜବତ କରିଛନ୍ତି ଅତିରିକ୍ତ ତହସିଲଦାର । ତେବେ ବେଆଇନ କାରବାର କରୁଥିବା ବାଲି ମାଫିଆଙ୍କୁ ହଠାତ୍‌ ଅଙ୍କୁଶ ଲଗାଇଥିବାରୁ ଦୀର୍ଘ ଦିନ ପରେ ପ୍ରଶାସନ ଉପରେ ପୁଣି ନିଜ ଭରସା ଫେରି ପାଇଛନ୍ତି ସ୍ଥାନୀୟ ବାସିନ୍ଦା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.